ଗୁଣିଗାରେଡି ସନ୍ଦେହରୁ ହତ୍ୟା

ଗୁଣିଗାରେଡି ସନ୍ଦେହରୁ ହତ୍ୟା

Share :

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୁଇନ୍ଦିମୁଣ୍ଡା ଗ୍ରାମରେ ପୁତୁରାର କାଠ ଫାଳିଆ ଆକ୍ରମଣରେ ବଡବାପାର ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।   ଘଟଣାରୁ ଜଣାଯାଏ ଯେ ରଘୁ ବଗର୍ତ୍ତିର ବାପା ଗୋକୁଳ ବଗର୍ତ୍ତି ଦୀର୍ଘ ଦିନ ହେଲା ଦେହ ଖରାପ ହେଉଥିବାରୁ ଚିକିତ୍ସା କଲେ ସୁଦ୍ଧା ଭଲ ହେଉ ନଥିଲ। ରଘୁ ବଗର୍ତ୍ତି ନିଜ ବଡ ବାପା ତିକାରୁ ଘରକୁ ଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲା। ପରେ ରଘୁ ବଗର୍ତ୍ତିର ପୁତୁରା ଆସି ତିକାରୁଙ୍କୁ ଗାଳି କରିବା ସହିତ ଇଟା ପଥରରେ ଆକ୍ରମଣ କରିଥିଲା। ଅନ୍ୟମାନେ ତାକୁ ବୁଝାଶୁଝା କରିବା ସମୟରେ ଘଟଣାସ୍ଥଳକୁ ରଘୁ ଏକ କାଠ ଫାଳିଆ ଧରି ଆସି ତିକାରୁ ବଗର୍ତ୍ତି(୫୫)ଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣ ଦ୍ୱାରା ମୁଣ୍ଡ ଫାଇଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା।   ପରିବାର ଲୋକେ ତିକାରୁକୁ ପ୍ରଥମେ ଧର୍ମଗଡ ଡାକ୍ତରଖାନା ନେଇଥିଲେ କିନ୍ତୁ ସେଠାରେ ଚିକିସିା ସମ୍ଭବ ନହେବାରୁ ଭବାନୀପାଟଣା ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ଭବାନୀପାଟଣା ନେବା ସମୟରେ ଜୁନାଗଡ ପାଖରେ ତାଙ୍କର ଦେହ ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଜୁନାଗଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।   ତିକାରୁଙ୍କ ପୁଅ ଯୋଗୀନ୍ଦ୍ର ବଗର୍ତ୍ତି ଗୋଲାମୁଣ୍ଡା ଥାନାକୁ ଆସି ଏକ ଲିଖିତ ଅଭିଯୋଗ କଲା ପରେ ଗାଁକୁ ଯାଇ ଗୋଲାମୁଣ୍ଡା ପୋଲିସ ରଘୁ ବଗର୍ତ୍ତି ଓ ଉତ୍ତମ ବଗର୍ତ୍ତିଙ୍କୁ ଆଣି ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି।

Share :