କଂସ ଦରବାରରେ ରଜ

କଂସ ଦରବାରରେ ରଜ

Share :

  ଦିଲ୍ଲୀସ୍ଥିତ ପ୍ରବାସୀ ବୁଦ୍ଧିଜୀବୀ ଓଡିଆ ସଂଗଠନ ଦି ଇଣ୍ଟେଲେକ୍ଟସ୍‌ ଓ ଇପ୍ରୋକ ଆନୁକୂଲ୍ୟରେ ଜୁନ ୧୨ ତାରିଖ ଦିନ ସିରି ଫୋର୍ଟ ଅଡିଟୋରିୟମ୍‌ ପରିସରରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସମସ୍ତ ପାରମ୍ପାରିକ ରୀତିରେ ଓଡିଶାର ଲୋକପ୍ରିୟ ପର୍ବ ରଜ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଛି। ଏହି ଅବସରରେ ବରଗଡର ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ତାଙ୍କର ପାରିଷଦ ବର୍ଗଙ୍କ ସହିତ ଅନୁଷ୍ଠାନର ନିମନ୍ତ୍ରଣ ରକ୍ଷାକରି ଦିଲ୍ଲୀରେ ପ୍ରଥମ ଥର ପାଇଁ ଦରବାର ବସାଇଥିଲେ। ତାଙ୍କରି ଦରବାରରେ ପାଳିତ ହୋଇଯାଛି ଏହି ରଜ ପର୍ବ।   ଇତ୍ୟବସରରେ ପ୍ରବାସୀ ଓଡିଆ ଗୃହିଣୀଙ୍କ ମଧ୍ୟରେ ପୋଡ ପିଠା ଓ ପାନ ଭଙ୍ଗା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଠ ଗାନ୍ଧିବାଦୀ ଏ.ଭି.ସ୍ବାମୀ, ପୂର୍ବତନ ସାସଂଦ ରାମଚନ୍ଦ୍ର ଖୁଣ୍ଟିଆ, ଭାରତ ସରକାରଙ୍କ ପୂର୍ବତନ ସୂଚନା ଅଧିକାରୀ ସତ୍ୟାନନ୍ଦ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଦି ଇଣ୍ଟେଲେକ୍ଟସ ରିଭିଉ ନାମକ ଏକ ୱେବ୍‌ପୋର୍ଟାଲ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ ଯୋଗଦେଇ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ଦି ଇଣ୍ଟେଲେକ୍ଟସ୍‌ ତରଫରୁ ପ୍ରଦାନ କରାଯାଉଥିବା ‘ଆମ ଗୌରବ’ ସମ୍ମାନ ସାଂସଦ ଏଭି ସ୍ବାମୀଙ୍କୁ ପ୍ରଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ନେତା ମୂରଲୀ ଶର୍ମା, ରବି ପାଣି, ସାମ୍ବାଦିକ କିଶୋର ଦ୍ବିବେଦୀ, ସୁବାଷ ଖୁଣ୍ଟିଆ, ପ୍ରସନ୍ନ ଦାସ, ସୁଶାନ୍ତ ସାବତ, ପ୍ରମୁଖ ଅନ୍ୟତମ।   କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ସଂଗ୍ରାମ ଧର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଅଧ୍ୟକ୍ଷ ଦେବେନ୍ଦ୍ର ରାଉତ ପ୍ରବାସୀ ରଜ ମହୋତ୍ସବ ମାଧ୍ୟମରେ ସମସ୍ତ ଓଡିଆ ଭାଇଭଉଣୀଙ୍କୁ ଏକତାର ରଜ୍ଜୁରେ ବାନ୍ଧିରଖିବାର ପ୍ରୟାସ କରାଯାଉଛି ବୋଲି ପ୍ରକାଶ କରିଥିଲେ। ଓଡିଆ ଭାଷାକୁ ଦିଲ୍ଲୀ ମହାନଗରୀରେ ଲୋକପ୍ରିୟ କରିବା ପାଇଁ ଚାଲିଥିବା ପ୍ରୟାସ ‘ଆସ ଶିଖିବା ଆମରି ଭାଷା’ର ଛାତ୍ରଛାତ୍ରୀମାନେ ‘ଆମେ ଓଡିଆ’ ଶୀର୍ଷକ କ୍ଷୁଦ୍ର ଏକାଙ୍କିକାକୁ କଂସ ଦରବାରରେ ମଞ୍ଚସ୍ଥ କରି ଉଭୟ ଦର୍ଶକ ଓ କଂସ ମହାରାଜଙ୍କୁ ଅଭିଭୁତ କରିଥିଲେ।   ଓଡିଶାର ପ୍ରସିଦ୍ଧ ଧନୁଯାତ୍ରାକୁ ଦିଲ୍ଲୀ ଦରବାରେ ଦେଖିବାର ସୁଯୋଗ ମିଳିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆ ଯୋଗଦେଇ ଓଡିଶାର ସୁସ୍ବାଦୁ ଖାଦ୍ୟର ମଜା ନେଇଥିଲେ। ଏହି ଦରାବାରରେ କଣ୍ଠଶିଳ୍ପୀ ଅନିନ୍ଦିତା ଦାଶ, ମଧୁସ୍ମିତା ଲେଙ୍କା, କାବେରୀ ବେହେରା, ଶିଶୁ କଣ୍ଠଶୀଳ୍ପି ଦେବାଶିଷ ଦାସ ପ୍ରମୁଖ ଗୀତ ପରିବେଶଣ କରିଥିଲେ। ନୃତ୍ୟଗୁରୁ ଚନ୍ଦ୍ରକାନ୍ତ ସୂତାରଙ୍କ ଛାତ୍ରୀମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମୁଗ୍ଧ କରି ଥିଲେ।   ଏହି କାର୍ଯ୍ୟକ୍ରମକୁ ପରମବ୍ରହ୍ମ ତ୍ତ୍ରିପାଠୀ, ଦେବରାଜ ମହାନ୍ତି, ସହସ୍ରାଂଶୁ ମହାପାତ୍ର, ଭକ୍ତବନ୍ଧୁ ନାୟକ, ସଞ୍ଜୟ କୁମାର ପରିଡା, ଅନିରୁଦ୍ଧ ନାୟକ, ସୁଜିତ କୁମାର ବିଶ୍ବାଳ, ମାନସ ରଞ୍ଜନ ମହାପାତ୍ର, ଆଦିତ୍ୟ ମହାନ୍ତି, ସୁଶୀଳ ବେହୁରା, ପ୍ରତାପ ପରିଡା, ଅନସୂୟା ନାୟକ, ପଙ୍କଜମାଳା ଷଡଙ୍ଗୀ, ସ୍ମୃତିଧାରା ରାଉତ, ପ୍ରାଚୀ ମହାନ୍ତି, ମାନସୀ ମହାପାତ୍ର, ରୀତା ପାତ୍ର, ସ୍ବର୍ଣ୍ଣପ୍ରଭା ପତି ପ୍ରମୁଖ ପରିଚାଳନା କରିଥିଲେ।

Share :