ଛାତ୍ରଙ୍କ ଦ୍ୱାରା ପରିବେଶ ଯାତ୍ରା

ଛାତ୍ରଙ୍କ ଦ୍ୱାରା ପରିବେଶ ଯାତ୍ରା

Share :

  ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଓ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ପରିବେଶ ସଚେତନତା ଓ କୋଣାର୍କ ସୂର୍ଯ୍ୟମନ୍ଦିର ଉପଯୁକ୍ତ ସଂରକ୍ଷଣର ବାର୍ତ୍ତା ନେଇ ଜୁନ ୪ ତାରିଖ ଶନିବାର ଅସ୍ତରଙ୍ଗର ଲବଣ ସତ୍ୟାଗ୍ରହ ପୀଠ କୁହୁଡିଠାରୁ ୨୦ ଜଣ ଛାତ୍ର ସାଇକେଲ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ଦଳ କାକଟପୁର, ନୟାହାଟ, ଚାରିଛକ, ଗୋପ, ନିମାପଡା, ବଳଙ୍ଗା, ସାତସଙ୍ଖ, ସାଖୀଗୋପାଳ ଓ ପୁରୀକୁ ଯାଇ ବର୍ତ୍ତମାନ ପରିସ୍ଥିତିରେ ବିଗୁଡୁଥିବା ପରିବେଶକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ। ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ବୃକ୍ଷ ଲାଗାଇ ବିଶ୍ୱ ତାପନରୁ ନିୟନ୍ତ୍ରଣ କରିବା ପାଇଁ ଛାତ୍ରମାନେ ନିବେଦନ କରିଥିଲେ। ଶୋଭାଯାତ୍ରା ଦଳ ପରିବେଶ ସଂପର୍କୀତ ବିଭିନ୍ନ ସ୍ଲୋଗାନ ଦେଇ ଯାଉଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧିଙ୍କ ସମେତ ସାଧାରଣ ଲୋକେ ସମ୍ୱର୍ଦ୍ଧିତ କରିଥିଲେ।   ଓଡିଶା ପର୍ଯ୍ୟାବରଣ ସଂକ୍ଷଣ ଅଭିଯାନର ସଂପାଦକ ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବାହିରିଥିବା ଏହି ଶୋଭାଯାତ୍ରା ୧୮୦ କି.ମି. ପଥ ଅତି କ୍ରମ କରି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଶେଷ ହୋଇଥିଲା। ଶୋଭାଯାତ୍ରା କାରି ଦଳ କୋଣାର୍କରେ ପହଞ୍ଚିବା ପରେ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା।ସନ୍ଧ୍ୟାରେ ପୂର୍ତ୍ତ ବିଭାଗର ଡାକବଙ୍ଗଳାଠାରେ ଆୟୋଜିତ ଉଦଯାପନୀ ସଭାରେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ, କୋଣାର୍କ ଅତିରିକ୍ତ ତହସିଲଦାର ପ୍ରଭାତ ତରାଇ, କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, ପରିବେଶବିତ ଉମେଶ ସ୍ୱାଇଁ, ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ରାମକୃଷ୍ଣ ମହାନ୍ତି ଓ ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘର ସଭାପତି ସୁବାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବର୍ତ୍ତମାନ ବିଶ୍ୱରେ ଦେଖା ଦେଇଥିବାା ଅସନ୍ତୁଳିତ ପରିବେଶରେରେ ସୁଧାର ଆଣିବା ପାଇଁ ଯୁବ ଛାତ୍ରମାନଙ୍କର ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ।

Share :