ଓଡ଼ିଆ କବିଙ୍କୁ ଅର୍ନ୍ତଜାତୀୟ ସମ୍ମାନ 

ଓଡ଼ିଆ କବିଙ୍କୁ ଅର୍ନ୍ତଜାତୀୟ ସମ୍ମାନ 

Share :

  ଅର୍ନ୍ତଜାତୀୟ କ୍ଷେତ୍ରରେ ଲେଖକ ଭାବରେ ସମ୍ମାନିତ ହେବାରେ ଆଉ ଜଣେ ଓଡ଼ିଆଙ୍କ ନାମ ଯୋଡି ହୋଇଯାଇଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ପଶ୍ଚିମ ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ନିବାସୀ ରାଜେନ୍ଦ୍ର କୁମାର ପାଢୀଙ୍କୁ ନିକଟରେ ଆଫ୍ରିକାର ଘାନା ପ୍ରଦେଶର ଆକ୍ରା ସହରସ୍ଥିତ ଡୁବ୍ୟୋସ‌୍‍ ସେଣ୍ଟରରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ (ଦି ୟୁନିଭର୍ସାଲ ଇନ‌୍‍ପିରେସନାଲ‌୍‍ ପୋଏଟ‌୍‍) ଅର୍ନ୍ତଜାତୀୟ ପ୍ରେରଣାଦାୟୀ କବି ସମ୍ମାନରେ ସମ୍ମାନିତ କରାଯାଇଛି।   ମେ ୨୨ ତାରିଖରେ ବିଶ୍ୱ ବନ୍ଧୁତ୍ୱ କବିତା ଘାନା-୨୦୧୬ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ପକ୍ଷରୁ ମନ୍ତ୍ରୀ ଅବଦୁଲ ରସିଦ‌୍‍ ପେଲପୁଓ, ଯୁବ ଓ କ୍ରୀଡା ମନ୍ତ୍ରୀ ନୀନ୍ଦ ଲାନ‌୍‍ଟେ ଭାଣ୍ଡର ପୁଏ ଏବଂ ଭିଜୁଏଲ କବିତାର ପିତା ଡକ‌୍‍ ପେନ‌୍‍ ବଙ୍ଗଟଙ୍ଗ‌୍‍ ଟାକିପ‌୍‍ସିଲିମ‌୍‍ ଅତିଥି ଭାବେ ଯୋଗଦେଇ ଶ୍ରୀ ପାଢୀ ଟ୍ରଫି ପ୍ରଦାନକରି ସମ୍ୱର୍ନ୍ଧିତ କରିଥିଲେ। ଶ୍ରୀ ପାଢୀଙ୍କ ସହିତ ପାକିସ୍ଥାନ, ଫିଲିପାଇନସ‌୍‍, ଇଜିପ୍ଟ, ଆମେରିକା, ଋଷିଆ, ନାଇଜେରିଆ, ମରୋକୋ, ଆଫ୍ରିକା, ପୋର୍ଟରିକି ଦ୍ୱୀପପୁଞ୍ଜ ଏବଂ ଅନ୍ୟାନ୍ୟ ଦେଶର ସର୍ବମୋଟ ୧୧ ଜଣ ଲବ‌୍‍ଧ ପ୍ରତିଷ୍ଠିତ କବିଙ୍କୁ ଆନ୍ତର୍ଜାତିକ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସମ୍ୱର୍ନ୍ଧିତ କରାଯାଇଥିଲା। ଅର୍ନ୍ତଜାତୀୟ ସମ୍ମାନ ପାଇ ଫେରିବା ପରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ‘ଉତ୍କଳ ବିକାଶ ଯୁବ ପରିଷଦ’ ପକ୍ଷରୁ ଶ୍ରୀ ପାଢୀଙ୍କୁ ସମ୍ୱର୍ଦ୍ଧିତ କରାଯିବ ବୋଲି କାର୍ଯକାରୀ ସଭାପତି ସୂର୍ଯ୍ୟକାନ୍ତ ସେଠି ଜଣାଇଛନ୍ତି।

Share :