କଂଗ୍ରେସ ନେତାଙ୍କ ଜନଗର୍ଜନ

କଂଗ୍ରେସ ନେତାଙ୍କ ଜନଗର୍ଜନ

Share :

  ଆଗକୁ ପଞ୍ଚାୟତ ନିର୍ବାଚନ। ଯଦି କଂଗ୍ରେସ ଏବେ ଠାରୁ ଅଣ୍ଟା ସଳଖ ନ କରେ ତେବେ ୨୦୧୯ ସାଧାରଣ ନିର୍ବାଚନ ମଧ୍ୟ ମହଙ୍ଗା ପଡିବ କଂଗ୍ରେସକୁ। ଦୁର୍ଗ ରକ୍ଷା ପାଇଁ ଏବେଠୁ ଶକ୍ତି ପ୍ରଦର୍ଶନ ଆରମ୍ଭ କରି ଦେଇଛି କଂଗ୍ରେସ। ଏନେଇ ଜୁନ ୩ ତାରିଖରେ ଭବାନୀପାଟଣା ଟ୍ରେଜେରୀ ଅଫିସ‌୍‍ ସମ୍ମୁଖରେ ବିଶାଳ ଜନ ସମାବେଶର କାର୍ଯ୍ୟକ୍ରମ କରାଯାଇଛି। ଏଥିରେ କଂଗ୍ରେସର ଓଡିଶା ପ୍ରଭାରୀ ବି.କେ. ହରିପ୍ରସାଦ, ପିସିସି ସଭାପତି  ପ୍ରସାଦ ହରିଚନ୍ଦନ, ପିସିସି ରାଜ୍ୟ ସଂପାଦକ ଅଧିରାଜ ପାଣିଗ୍ରାହୀ, କଂଗ୍ରେସ କଳାହାଣ୍ଡି ପ୍ରଭାରୀ ସଦନ ନାଏକ, ରାଜ୍ୟ ଆଦିବାସୀ ସେଲର ସଭାପତି ପ୍ରଦୀପ ମାଝୀ, ଏଆଇସିସି ସମ୍ପାଦକ ତଥା ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଜିଲ୍ଲା କଂଗ୍ରେସ ସଭାପତି ଗୋବର୍ଦ୍ଦନ ଦାଶ, ପୁର୍ବତନ ମନ୍ତ୍ରୀ ଜଗନ୍ନାଥ ପଟନାୟକଙ୍କ ସମେତ ରାଜ୍ୟ ସ୍ତରୀୟ ଅନେକ କଂଗ୍ରେସ ନେତା ଯୋଗଦେଇତିଲେ। ନବୀନ ଶାସନର ୧୬ ବର୍ଷର ବିଫଳତା ତଥା କଳାହାଣ୍ଡି ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କରୁଥିବା କଂଗ୍ରେସ ଅଭିଯୋଗ ଆଣିଛି। ଜୁନ ୧୦ ତାରିଖରେ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ଓ  ବୈମାତୃକ ମନୋଭାବ ପ୍ରତିବାଦରେ ରାଜ୍ୟ କଂଗ୍ରସ ରାଜ୍ୟବ୍ୟପୀ ଧିକ୍କାର ଦିବସ ପାଳିବା ପାଇଁ ଘୋଷଣା କରିଛି।   ଜୁନ ୧୦ ତାରଖରେ ରାଜ୍ୟର ସବୁ ବ୍ଳକକୁ କଂଗ୍ରେସ ଘେରାଓ କରି ପ୍ରତିବାଦ କରିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲାର କୌଣସି ଉନ୍ନତି ହୋଇପାରୁ ନାହିଁ। ଜିଲ୍ଲାରେ କୃଷି ବିଜ୍ଞାନ କଲେଜ‌୍‍ ପ୍ରତିଷ୍ଠା, ନର୍ଲାଠାରେ ରେଳୱାଗନ କାରଖାନା ପ୍ରତିଷ୍ଠା, ସର୍ଦ୍ଦାର ରାଜା ମେଡିକାଲ କଲେଜ‌୍‍ର ପୁନରୁଦ୍ଧାର, ଖାଉଟି ସାମଗ୍ରୀର ସୁଷମ ବଣ୍ଟନ, ପାନୀୟ ଜଳ ଓ ବିଜୁଳି ସମସ୍ୟାର ନିରାକରଣ ତଥା ଭବାନୀପାଟଣା ସରକାରୀ ସ୍ୱଂୟ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ କ୍ଷମତାସୀନ ନବୀନ ସରକାର ଏ ଦିଗରେ ଆଦୌ କର୍ଣ୍ଣପାତ କରୁନଥିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ଏଆଇସିସି ସଂପାଦକ ଭକ୍ତଚରଣ ଦାସ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ କଂଗ୍ରେସ ନେତା  ଦୁଷ୍ମନ୍ତ ନାଏକ, ଚିତ୍ତ ରଞନ ମଣ୍ଡଳ, ଦେବୀପ୍ରସାଦ ସିନ୍ଦୁର, ଉଦିଆ ସୁନାନୀ, ପ୍ରଶାାନ୍ତ ନାଏକ, ସାମନ୍ତ ଖମାରୀ, ଜଗଦୀଶ, ମହମ୍ମଦ ହାସନ, ଶୁଭେନ୍ଦୁ ମହାନ୍ତି, ଘାସିରାମ ମାଝି, ଦେବୀଦେବ ଶର୍ମା, ସଚି ମହାକୁଡ, ରାଜେନ୍ଦ୍ର ନାଏକ, ବିଭୁତି ମହାଖୁଡ, ବିପିନ ପ୍ରଧାନୀ, ତୁଲେଶ୍ୱର ନାଏକ ପ୍ରମୁଖ ରାଜ୍ୟ କ୍ଷମତାସୀନ ନବୀନ ଏବଂ କେନ୍ଦ୍ର ମୋଦୀ ସରକାର ଉପରେ ବର୍ଷି ଥିଲେ।

Share :