ସରପଞ୍ଚ ସ୍ବାମୀ ପ୍ରେମ କଲେ...

ସରପଞ୍ଚ ସ୍ବାମୀ ପ୍ରେମ କଲେ...

Share :

‍କଳାହାଣ୍ଡି ଜିଲ୍ଲା ସଦର ଥାନା ଡଙ୍ଗୁରିପଦର ଗାଁରେ ରହୁଥିବା ମହିଳା ସରପଞ୍ଚଙ୍କ ସ୍ୱାମୀ ଜଣେ ଆଦିବାସୀ ଯୁବତୀକୁ ପ୍ରେମ କରି ଧରି ପଳାଇବା ଓ କାର୍ଯ୍ୟାନୁଷ୍ଠାନ ଶୀଥିଳ ହେବାର ପ୍ରତିବାଦ କରି ଗ୍ରାମବାସୀମାନେ ସରପଞ୍ଚଙ୍କ ଘର, ଗୋଟିଏ ଟ୍ରାକ୍ତର, ଦୁଇଟି ବାଇକକୁ ପୋଡିଦେବା ସହ ପୋଲିସକୁ ଆକ୍ରମଣ କରିଛନ୍ତି।   ଥୁଆପଦର ପଞ୍ଚାୟତର ସରପଞ୍ଚ ବନ୍ଦନା ହରପାଲଙ୍କ ସ୍ୱାମୀ ପ୍ରାୟ ୫୫ ବର୍ଷ ବୟସ୍କ ଡାକ୍ତର ହରପାଲ ସେହି ଗ୍ରାମର ଚଞ୍ଚଳା ଜାନୀଙ୍କ (ଛଦ୍ମନାମ) ସହ ପ୍ରେମ ସମ୍ପର୍କ ରଖିଥିଲା। କେଇ ଦିନ ତଳେ ସେ ଏହି ଯୁବତୀକୁ ନେଇ କୁଆଡ଼େ ପଳାଇଛି। ଏହାକୁ ନେଇ ଭବାନୀପାଟଣା ସଦର ଥାନାରେ ଅଭିଯୋଗ ହୋଇଥିଲା।   ଗତ କାଲି ରାତି ସରପଞ୍ଚଙ୍କ ସ୍ୱାମୀ ଓ ଏହି ଆଦିବାସୀ ମହିଳା ଘରକୁ ଫେରିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଆସିବାସୀ ଲୋକମାନେ ପୋଲିସର କାର୍ଯ୍ୟକଳାପରେ ଅସନ୍ତୋଷ ଓ ସରପଞ୍ଚଙ୍କ ସ୍ୱାମୀଙ୍କୁ ବିରୋଧ କରି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ଗାଁର ଧରନୀ ଗୁଡିରେ ବଳି ଦେଇ ସରପଞ୍ଚଙ୍କ ଘର ଓ ତାଙ୍କ ସମ୍ପର୍କୀୟଙ୍କ ଘରର ଗୋଟିଏ ଟ୍ରାକ୍ତର, ବୋଲେରୋ ଓ ୨ଟି ବାଇକ ପୋଡିଦେଇଥିଲ।   ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେମାନେ ମଧ୍ୟ ଆଦିବାସୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଏଥିରେ ଜଣେ ସବ ଇନ୍ସପେକ୍ଟରଙ୍କ ହାତ ଭାଙ୍ଗି ଥିବା ବେଳେ ଏସ.ଡି.ପି.ଓ ଓ ସଦର ଆଇ ଆଇ ସି ସାମନ୍ୟ ଆହତ ହୋଇଛନ୍ତି। ଗାଁରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ଓ ଉପ- ଜିଲ୍ଲାପାଳ, ଏସପି ଅତିରିକ୍ତ ଏସ.ପି ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।   ଏନେଇ ସରପଞ୍ଚଙ୍କ ସ୍ୱାମୀ ଓ ସଂପୃକ୍ତ ଆଦିବାସୀ ମହିଳାଙ୍କୁ ସଦର ଥାନାରେ ଅଟକ ରଖାଯାଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Share :