ପର୍ଯ୍ୟଟକଙ୍କ ପର୍ସ ଫେରାଇଲେ ବ୍ୟବସାୟୀ

ପର୍ଯ୍ୟଟକଙ୍କ ପର୍ସ ଫେରାଇଲେ ବ୍ୟବସାୟୀ

Share :

  ମେ ୨୩ ତାରିଖରେ ଲକ୍ଷ୍ନୌର ସୁରେଶ କୁମାର ନାମକ ଜଣେ ପର୍ଯ୍ୟଟକ ପରିବାର ସହ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିଲେ। ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ସାରିବା ପରେ ମନ୍ଦିର ସମ୍ମୁଖରେ ଥିବା ହସ୍ତଶିଳ୍ପ ବଜାରରୁ ହସ୍ତଶିଳ୍ପ ସାମଗ୍ରୀ କିଣୁଥିବା ସମୟରେ ସେ ତାଙ୍କ ମନିପର୍ସ ଛାଡି ଯାଇଥିଲେ। ହସ୍ତଶିଳ୍ପ ଦୋକାନର ମାଲିକ ଅଭୟ ତ୍ରିପାଠୀ ମନିପର୍ସଟି ପାଇବା ପରେ ହସ୍ତଶିଳ୍ପ ବ୍ୟବସାୟୀ ମହାସଙୋଘକୁ ଜଣାଇଥିଲେ। ହସ୍ତଶିଳ୍ପ ବ୍ୟବସାୟୀ ମହାସଙ୍ଘ ସଭାପତି ସୁବାସ ନାୟକ ଓ ଅନ୍ୟ କର୍ମକତ୍ତାମାନେ କୋଣାର୍କ ଥାନାକୁ ଆସି ମନିପର୍ସଟିକୁ ଥାନାଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ଜିମା ଦେଇଥିଲେ।   ଥାନାଧିକାରୀ ମନିପର୍ସଟିକୁ ଯାଞ୍ଚ କରିବା ପରେ ଏଥିରୁ ୫୫୦୦ ଟଙ୍କା, ଦୁଇଟି ଏଟିଏମ‌୍‍ କାର୍ଡ, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ, ଭୋଟ ପରିଚୟ ପତ୍ର ଓ ଜରୁରୀ କାଗଜାତ ମିଳିଥିଲା। ଡ୍ରାଇଭିଂ ଲାଇସେନ୍ସ ଓ ଭୋଟର ପରିଚୟପତ୍ରରୁ ଏହି ମନିପର୍ସଟି ଲକ୍ଷ୍ନୌର ସୁରେଶ କୁମାରଙ୍କର ବୋଲି ଜଣାପଡ଼ିଥିଲା। କୋଣାର୍କ ଥାନା ପକ୍ଷରୁ ମନିପର୍ସ ମିଳିଥିବା ସଂପର୍କରେ ସୁରେଶ କୁମାରଙ୍କୁ ଖବର ଦିଆଯାଇଥିଲା। ସୁରେଶ କୁମାର ଆବଶ୍ୟକ ପ୍ରମାଣ ପତ୍ର କୋଣାର୍କ ଥାନାରେ ଦାଖଲ କରି ମନିପର୍ସଟି ନେଇଥିଲେ।   ଏହି ସମୟରେ କୋଣାର୍କ ଥାନାଧିକାରୀ ଶ୍ରୀ ତ୍ରିପାଠୀ, ହସ୍ତଶିଳ୍ପ ବ୍ୟବସାୟୀ ମହାସଙ୍ଘର ସଭାପତି ଶ୍ରୀ ନାୟକ, ସଂପାଦକ ରମେଶ ରଥ, ମନିପର୍ସ ପାଇଥିବା ହସ୍ତଶିଳ୍ପ ଦୋକାନର ମାଲିକ ଅଭୟ ତ୍ରିପାଠୀ ଓ ଲିଙ୍ଗରାଜ ନାୟକ ପ୍ରମୁଖ ଉପସ୍ତିଥିଲେ। ହସ୍ତଶିଳ୍ପ ବ୍ୟବସାୟୀମାନଙ୍କର ଏହି ସାଧୁ ଉଦ୍ୟମକୁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି।

Share :