ଓଡ଼ିଆଙ୍କ ମାଗଣା ମନ୍ଦିର ବୁଲା

ଓଡ଼ିଆଙ୍କ ମାଗଣା ମନ୍ଦିର ବୁଲା

Share :

ଦୀର୍ଘ ୨୦ ବର୍ଷର ଆନ୍ଦୋଳନ ପରେ ପ୍ରଥମ ଥରପାଇଁ ସୂର୍ଯ୍ୟମନ୍ଦିକୁ ବିନା ଶୁଳ୍କରେ ଓଡିଆ ପର୍ଯ୍ୟଟକମାନେ ବୁଲି ଦେଖିଛନ୍ତି। ଏଥି ପାଇଁ ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ଲୋକଙ୍କ ସମେତ ଓଡିଆ ପର୍ଯ୍ୟଟକମାନେ ସାଧୁବାଦ ଜଣାଇଛନ୍ତି।   କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ପ୍ରଥମ ଥର ପାଇଁ ୧୯୯୬ ମସିହାରେ ସୂର୍ଯ୍ୟମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିବା ନିମନ୍ତେ ପର୍ଯ୍ୟଟକଙ୍କଠାରୁ ପ୍ରବେଶ ଶୁଳ୍କ ଲାଗୁ କରାଯାଇଥିଲା। ସେ ସେମୟରେ ସଂସ୍କୃତି ମନ୍ତ୍ରଣାଳୟ ଓ ଏଏସଆଇର ଏହି ନିଷ୍ପତ୍ତିକୁ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଘୋର ବିରୋଧ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳି ନ ଥିଲା। ସେବେଠାରୁ ପ୍ରତ୍ୟକ ଶନିବାର ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ କରିବା ଦାବିରେ ଦୀର୍ଘ ୨୦ ବର୍ଷ ଧରି କୋଣାର୍କ ସୁରକ୍ଷା ସମିତି ଆନ୍ଦୋଳନ କରି ଆସୁଥିଲା।   କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଓ ଏଏସଆଇର ନିଷ୍ପତ୍ତି ଅନୁଯାୟୀ  ଗତ ୦୨.୦୪.୨୦୧୬ ତାରିଖରେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ତିନି ଗୁଣାକୁ ବୃଦ୍ଧି କରାଯାଇଥିଲା। ଦୁଇ ବିଭାଗର ଏପରି ନିଷ୍ପତ୍ତିକୁ କୋଣାର୍କ ସୁରକ୍ଷା ସମିତି, ହସ୍ତଶୀଳ୍ପ ବ୍ୟବସାୟୀ ମହାସଂଘ, ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବିମାଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଫଳରେ ୦୨.୦୪.୨୦୧୬ ତାରିଖ ଠାରୁ ୨୨.୦୫.୨୦୧୬ ପର୍ଯ୍ୟନ୍ତ ବର୍ଦ୍ଧିତ ଶୁଳ୍କ ଆଯାୟ କରାଯାଇ ପାରି ନ ଥିଲା। ଏହି ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷପ କରି ୦୬.୦୪.୨୦୧୬ ରୁ ୦୫.୦୫.୨୦୧୬ ପର୍ଯ୍ୟନ୍ତ ୩୦ ଦିନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୦୮.୦୫.୨୦୧୬ ରୁ ୨୨.୦୫.୨୦୧୬ ପର୍ଯ୍ୟନ୍ତ ୧୫ ଦିନ ପାଇଁ  ବର୍ଦ୍ଧିତ ଶୁଳ୍କË ଆଦାୟ ନ କରିବା ନିମନ୍ତେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସ୍ଥାନୀୟ ଏଏସଆଇର ସଂରକ୍ଷଣ ସହାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ।   ଜିଲ୍ଲାପାଳଙ୍କ ଏହି ରହିତାଦେଶ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୫୦୦ ଟାଙ୍କା ଶୁଳ୍କ ଆଦାୟକୁ ଅପରିବର୍ତ୍ତିତ ରଖି ସାମୟିକ ଭାବେ ଘରୋଇ ପର୍ଯ୍ୟଟକଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ୧୦ଟଙ୍କା ଶୁË ଆଯାୟ କରାଯାଇଥିଲା। ଜିଲ୍ଲା ପାଳଙ୍କ ଏହି ରହିତାଦେଶ ଗତ ୨୨.୦୫.୨୦୧୬ତାରିଖ ସନ୍ଧ୍ୟାରେ ଶେଷ ହେଉଥିବା ଦେଖି ଆନ୍ଦୋଳନ କାରୀମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ପୁରୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ପ୍ରତ୍ୟକ ଶନିବାର ପର୍ଯ୍ୟଟକଙ୍କଠାରୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଆଦାୟ ନ କରିବା ପାଇଁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଥିଲା। ଜିଲ୍ଲା ପ୍ରଶାସନ ଏଏସଆଇ ଭୁବନେଶ୍ୱର ସର୍କଲର ଅଧିକାରୀ, ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ସହାୟକଙ୍କ ସହିତ ଆଲୋଚନା ପରେ କୋଣାର୍କ ସୁରକ୍ଷା ସମିତିର ଏହି ଦାବିକୁ ମାନିନେଇ ଥିଲା।   ଆଇନ ଶୃଙ୍ଖାଳା ପରିସ୍ଥିତିକୁ ନଜରରେ ରଖି ଏବଂ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଶୁଳ୍କ ଆଦାୟ ନିଷ୍ପତ୍ତିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ପୁରୀ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରତ୍ୟକ ଓଡିଆଙ୍କୁ ସାମୟିକ ଭାବେ ଶନିବାର ପ୍ରବେଶ ଶୁଳ୍କ ଛାଡ କରିବା ପାଇଁ ସ୍ଥାନୀୟ ଏଏସଆଇ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ରହିତାଦେଶ ପରେ ଗତ ୨୩.୦୫.୨୦୧୬ ତାରିଖ ସୋମବାରଠାରୁ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ୨୫୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ପରିବର୍ତ୍ତ ୩୦ ଟଙ୍କା ଆଦାୟ କରାଯାଉଛି।   ଜିଲ୍ଲା ପ୍ରଶାସନ ଓ ଏଏସଆଇ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ପରେ ୨୮.୦୫.୨୦୧୬ ତାରିଖ ଥିଲା ପ୍ରଥମ ଶନିବାର। ସେହିଦିନ ପ୍ରତ୍ୟୁଷରେ ଏଏସଆଇର କର୍ମଚାରୀ ଓ ସୁରକ୍ଷା କର୍ମୀମାନେ କେତେକ ଓଡିଆ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ଭିତରକୁ ନଛାଡି ଟିକଟ ଆଣିବା ପାଇଁ ବାଧ୍ୟ କରିଥିବାବେଳେ କେତେକ ପର୍ଯ୍ୟଟକଙ୍କୁ ଛାଡିଥିଲେ।  ଏହି ଖବର ପାଇ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ ଓ ଅନ୍ୟ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ଏଏସଆଇ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟକଳାପକୁ ବିରୋଧ କରିଥିଲେ। କେତେକ ଓଡିଆ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପ୍ରବେଶ ପାଇଁ କିଣିଥିବା ଟିକଟକୁ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କୁ ଉପସ୍ଥିତିରେ ଏଏସଆଇର କର୍ମଚାରୀମାନେ ଫେରାଇ ନେଇଥିଲେ।   ଏହି ସମୟରେ ସୂର୍ଯ୍ୟ ମନ୍ଦିର ବୁଲି ଆସିଥିବା ବାହାର ରାଜ୍ୟର ପର୍ଯ୍ୟଟକମାନେ ଏଏସଆଇର ଏପରି ପାତରଅନ୍ତର ନୀତିକୁ ଦେଖି କ୍ଷୋଭ ପ୍ରକାଶ କରିଥିଲେ। ଏହି ବିବାଦରେ କୋଣାର୍କ ସୁରକ୍ଷା ସମିତିକୁ ଆଂଶିକ ସଫଳତା ମିଳିଥିବାରୁ ସୁରକ୍ଷା ସମିତିର ପୂର୍ବତନ ଆବାହକ ସ୍ୱର୍ଗତ ସୁରେନ୍ଦ୍ରନାଥ ମିଶ୍ରଙ୍କ ଫଟୋଚିତ୍ର ନିକଟରେ ପୁଷ୍ପମାଲ୍ୟ ଅର୍ପଣ ସମୂହ ପ୍ରାର୍ଥନା କରାଯାଇଥିଲା।

Share :