ସୀମିତ ସମୟ: ଅସରନ୍ତି ସ୍ୱପ୍ନ

ସୀମିତ ସମୟ: ଅସରନ୍ତି ସ୍ୱପ୍ନ

Share :

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ   ଇଂଲଣ୍ଡର ପ୍ରସିଦ୍ଧ ଦୈନିକ ସମ୍ୱାଦ ପତ୍ର ‘ଦି ଗାର୍ଡିଆନ’ ତାଙ୍କର ୨୦୧୪ ମେ ୧୮ ତାରିଖ ସଂସ୍କରଣରେ ଉଲ୍ଲେଖ କରିଥିଲେ ଯେ ‘ଆଜି ମେ ୧୮, ୨୦୧୪ ଦିନଟି ଯଥାର୍ଥରେ ଇଂରେଜମାନେ ଭାରତ ଛାଡିବା ଦିବସ ରୂପେ ସ୍ମରଣୀୟ ହୋଇ ରହିବ। ଭାରତରେ କଂଗ୍ରେସ ଶାସନ ବହୁ ଦୃଷ୍ଟିରୁ ଇଂରେଜ ଶାସନ ଅନୁରୂପ ଥିଲା।’ ଯାହାର ଅର୍ଥ ହେଲା ୧୯୪୭ ମସିହାରେ ଦେଶକୁ ସ୍ୱାଧୀନତା ମିଳିଥିଲେ ମଧ୍ୟ ୨୦୧୪ ପର୍ଯ୍ୟନ୍ତ ଦୀର୍ଘ ୬୭ ବର୍ଷ ଧରି ଭାରତ ବର୍ଷରେ ଚାଲୁଥିବା ଶାସନ ପ୍ରାୟତଃ ଇଂରେଜ ଶାସନ ସହିତ ସମାନ ଥିଲା। ଏହି ସମୟରେ ଜନତା ପାର୍ଟି ଓ ଏନଡିଏ-୧କୁ ଛାଡି ବିଭିନ୍ନ ଅଣ କଂଗ୍ରେସ ସରକାରମାନେ ଶାସନ କରିଥିଲେ ମଧ୍ୟ ଅନେକ ସମୟରେ ସେମାନେ କଂଗ୍ରେସର ସମର୍ଥନରେ ତିଷ୍ଠି ରହିଥିବାରୁ ଭାରତର ଅର୍ଥ ବ୍ୟବସ୍ଥା, ବୈଦେଶିକ ନୀତି ବା ଶାସନଗତ ପରିଚାଳନାରେ କୌଣସି ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇନଥିଲେ। ସେହିଭଳି ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱରେ ଏନଡିଏ-୧ ପ୍ରାୟ ୬ ବର୍ଷ ଧରି ଦେଶରେ ଶାସନ କରିଥିଲେ ମଧ୍ୟ ୨୪ଟି ଦଳକୁ ନେଇ ସରକାର ଗଢିଥିବାରୁ ଇଚ୍ଛା ଓ ଆଗ୍ରହ ଥିଲେ ମଧ୍ୟ ମେଣ୍ଟ ସରକାରର ବାଧ୍ୟବାଧକତା ଯୋଗୁଁ ଶାସନ ବ୍ୟବସ୍ଥାର ପ୍ରମୁଖ ଢାଞ୍ଚାରେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇ ନଥିଲେ। ୨୦୧୪ ମସିହା ସଂସଦୀୟ ନିର୍ବାଚନରେ ପ୍ରଥମକରି ୨୮୮ଟି ଆସନ ଲାଭକରି ବିଜେପି ଏକକ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା ଏବଂ ଏନଡିଏ-୨ ସର୍ବମୋଟ ୩୧୫ ଆସନରେ ବିଜୟୀ ହୋଇ ସରକାର ଗଢିଥିଲେ। ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସତ୍ତ୍ବେ ରାଜ୍ୟସଭାରେ ଏନଡିଏ-୨ର ସଂଖ୍ୟାଗରିଷ୍ଠତା ନଥିବାରୁ କେତେକ କ୍ଷେତ୍ରରେ ସରକାରଙ୍କର ଅଗ୍ରଗତି ପଛରେ କଂଗ୍ରେସ ପ୍ରତିରୋଧ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଏନଡିଏ-୨ ସରକାର ଅଭୂତପୂର୍ବ ସଫଳତା ହାସଲ କରିବାକୁ ସମର୍ଥ ହୋଇଛନ୍ତି।   ଉତ୍ତରାଧିକାରୀ ସୂତ୍ରରେ ମୋଦି ସରକାରଙ୍କୁ ଏକ ବିପର୍ଯ୍ୟସ୍ତ ଅର୍ଥନୀତି ଏବଂ ପାରମ୍ପରିକ ଧାରାରେ ଚଳି ଆସୁଥିବା ଶାସନ ବ୍ୟବସ୍ଥା ମିଳିଥିଲା। ଯେଉଁଠାରେ ନିର୍ବାଚିତ ସରକାରର ମୁଖ୍ୟ ଏକ କାଠ କଣ୍ଢେଇ ସାଜିଥିବା ବେଳେ ସମଗ୍ର ଶାସନ ବ୍ୟବସ୍ଥା ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ଅନ୍ୟ ଦ୍ୱାରା ପରିଚାଳତ ହେଉଥିଲା। ଖଣ୍ଡିତ ଓ ଅପାରଗ ନେତୃତ୍ୱ ସହିତ ଭ୍ରଷ୍ଟାଚାର ଶାସନର ମୁଖ୍ୟ ଆଦର୍ଶରେ ପରିଣତ ହୋଇଥିଲା। ଏଭଳି ଅବସ୍ଥାରେ ମୋଦି ପ୍ରଧାନମନ୍ତୀ ହେବା ସହିତ ଦେଶକୁ ଏକ ଦୃଢ ନେତୃତ୍ୱ ଦେବାକୁ ସମର୍ଥ ହୋଇଛନ୍ତି। ଏହି ସରକାର ତ୍ୱରିତ ନିଷ୍ପତ୍ତି ନେବାକୁ ସମର୍ଥ ହୋଇଥିବା ବେଳେ ପୁରାତନ ଅନାବଶ୍ୟକ ଢାଞ୍ଚାର ପରିବର୍ତ୍ତନ କରି ଦେଶକୁ ନୂତନ ଦିଶା ଦେବାରେ ସମର୍ଥ ହୋଇଛନ୍ତି। ସେହି ଭଳି ବୈଦେଶିକ ନୀତିରେ ସରକାର ବିଭିନ୍ନ ସାହସିକ ପଦକ୍ଷେପ ନେବା ସହିତ ବିଶ୍ୱର ପ୍ରମୁଖ ରାଷ୍ଟ୍ରମାନଙ୍କ ସହିତ ଆମ ସଂପର୍କରେ ଉନ୍ନତି ଘଟାଇବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ସମ୍ମାନ ବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି। ଯାହା ଫଳରେ କି ଏବେ ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ପୃଥିବୀର ବିଭିନ୍ନ ଦେଶ ଆଗ୍ରହ ପ୍ରକାଶ କରୁଥିବା ବେଳେ ବୈଶ୍ୱିକ ଅର୍ଥନୀତି ମାନ୍ଦା ଅବସ୍ଥାରେ ଗତି କରୁଥିବା ବେଳେ ଭାରତର ଅର୍ଥନୀତି ସୁଦୃଢ ରହିଛି ଏବଂ ବିଶ୍ୱ ବ୍ୟାଙ୍କ ଭଳି ବିଭିନ୍ନ ଆନ୍ତର୍ଜାତିକ ଅର୍ଥନୈତିକ ସଂସ୍ଥା ଭାରତର ଆର୍ଥିକ ବ୍ୟବସ୍ଥା ଚୀନକୁ ଅତିକ୍ରମ କରିଯିବାର ସାମର୍ଥ୍ୟର ସମ୍ଭାବନା ସଂପର୍କରେ ଆକଳନ କରିବା ସହିତ ସମଗ୍ର ବିଶ୍ୱରେ ଭାରତର ମର୍ଯ୍ୟାଦା ବହୁ ଗୁଣିତ ହୋଇଛି।   ୧୯୯୯-୨୦୦୪ ଭିତରେ ଏନଡିଏ ସରକାର ଅମଳରେ ବିଦେଶୀ ଋଣ ପରିମାଣ ୧୧୨୬୦୦ କୋଟି ଡଲାର ଥିବା ବେଳେ ୨୦୦୪ରୁ ୨୦୧୩ ଭିତରେ ୟୁପିଏ ସରକାର ଅମଳରେ ଏହା ଚାରି ଗୁଣ ବୃଦ୍ଧି ପାଇ ୪୨୬୦୦ କୋଟି ଡଲାରରେ ପହଁଞ୍ଚିଥିଲା। ସେହି ଭଳି ସ୍ୱଳ୍ପ ମିଆଦି ଋଣ ପରିମାଣ ୫୦୦ କୋଟି ଡଲାରରୁ ୨୬ ଗୁଣ ବୃଦ୍ଧି ପାଇ ୧୨୬୦୦ କୋଟି ଡଲାରରେ ପହଁଞ୍ଚି ଥିଲା। ବର୍ହି ବାଣିଜ୍ୟ ଋଣ ୨୨୦୦ କୋଟି ଡଲାର ଥିବା ବେଳେ ତାହା ୬ ଗୁଣ ବୃଦ୍ଧି ପାଇ ୧୨୧୦୦ କୋଟି ଡଲାରରେ ପହଁଞ୍ଚିଥିଲା। ସେହି ପରି ବାଣିଜ୍ୟିକ ଋଣ ୪୦୦ କୋଟି ଡଲାରରୁ ୨୨ ଗୁଣ ବୃଦ୍ଧି ପାଇ ୮୭୦୦ କୋଟି ଡଲାର ହୋଇଥିଲା। ଏନଡିଏ-୧ ସରକାର ଅମଳରେ ଜିଡିପି ହାର ୨୦୦୩-୦୪ରେ ୮.୫ ଥିବା ବେଳେ ୟୁପିଏ ସରକାର ବେଳେ ୨୦୧୩-୧୪ରେ ଏହା ୫.୪କୁ ଖସି ଆସିଥିଲା। ତେଣୁ ଏହି ପୃଷ୍ଠଭୂମିରେ ମୋଦି ସରକାର କ୍ଷମତା ଗ୍ରହଣ କରିବା ସହିତ ୨୦୧୪-୧୫ ଆର୍ଥିକ ବର୍ଷରେ ଏହା ୭.୨ ପ୍ରତିଶତ ଥିବା ବେଳେ ୨୦୧୫-୧୬ରେ ଏହା ୭.୬ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୬-୧୭ରେ ଜିଡିପି ବୃଦ୍ଧି ହାର ୯.୫ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ସେହି ଭଳି ମୁଦ୍ରାସ୍ଫୀତି ହାର ୨୦୧୪ ମେ ବେଳକୁ ୬.୧୮ ପ୍ରତିଶତ ଥିବା ବେଳେ ୨୦୧୫ ଡିସେମ୍ୱର ସୁଦ୍ଧା -୨.୦ ପ୍ରତିଶତକୁ ଖସିଆଛି ଏବଂ ମାର୍ଚ୍ଚ ୨୦୧୬ ବେଳକୁ ଏହା -୦.୯ ପ୍ରତିଶତରୁ ପହଁଞ୍ଚିଛି। ବାର୍ଷିକ ଆର୍ଥନୈତିକ ନିଅଣ୍ଟ ପରିମାଣ ୨୦୧୪ରେ ୪.୫ ପ୍ରତିଶତ ଥିବା ବେଳେ ୧୫-୧୬ ଆର୍ଥିକ ବର୍ଷରେ ତାହା ୩.୯ ପ୍ରତିଶତକୁ ଖସି ଆସିଛି।             ଭାରତରେ ବୈଦେଶିକ ପୁଞ୍ଜିନିବେଶ ପରିମାଣ ୨୦୧୩-୧୪ରେ ୩୬୧୦ କୋଟି ଡଲାର ଥିବା ବେଳେ ୨୦୧୪-୧୫ରେ ୪୪୩୦ କୋଟିକୁ ଏବଂ ୨୦୧୫-୧୬ରେ ୪୭୨୦ କୋଟି ଡଲାରକୁ ବୃଦ୍ଧି ପାଇଛି। ସେହି ଭଳି ଭାରତର ସର୍ବୋଚ୍ଚ ଫରେକ୍ସ ରିଜର୍ଭ ମେ ୨୦୧୬ ସୁଦ୍ଧା ୩୬୨୦୦ କୋଟି ଡଲାରରେ ପହଁଞ୍ଚିଛି। ଔଦ୍ୟୋଗିକ ଉତ୍ପାଦ ପରିମାଣ ୨୦୧୩-୧୪ରେ -୦.୧ ପ୍ରତିଶତ ଥିବା ବେଳେ ୨୦୧୪-୧୫ରେ ଏହା ୨.୮ ପ୍ରତିଶତ ଓ ୨୦୧୫-୧୬ରେ ୨.୭ ରେ ପହଂଚିଛି।   ୨୦୧୪ ଜୁନ ସ୍ଥିତି ସହିତ ତୁଳନା କଲେ ଜାନୁୟାରୀ ୨୦୧୬ରେ ବିଦେଶୀ ପୁଞ୍ଜି ନିବେଶ ସ୍ରୋତ ୫୩ ପ୍ରତିଶତ ବୃଦ୍ଧି ପାଇଛି। ପୃଥିବୀରେ ଭାରତକୁ ବର୍ତ୍ତମାନ ବିଦେଶୀ ପୁଞ୍ଜିନବେଶର ସର୍ବୋତ୍ତମ ପୁଞି ନିବେଶର କ୍ଷେତ୍ର ରୂପେ ବିଚାର କରାଯାଉଛି। ଏହି ବିଦେଶୀ ପୁଞିନିବେଶ ୧୭ଟି କ୍ଷେତ୍ରକୁ ବୃଦ୍ଧି ପାଇଥିବା ବେଳେ ଅନ୍‌କ୍‌ଟାଡ଼୍‌ର ବିଶ୍ୱ ପୁଞ୍ଜିନିବେଶ ରିପୋର୍ଟ ଅନୁସାରେ ବିଶ୍ୱର ଭାରତର ସ୍ଥାନ ୧୫ରୁ ୯ କୁ ଉନ୍ନୀତ ହୋଇଛି। ପ୍ରଥମ କରି ପ୍ରତିରକ୍ଷା ସହିତ ବୀମା ଓ ମେଡିକାଲ ସଂରଜାମ କ୍ଷେତ୍ରକୁ ଏଥିରେ ଅର୍ନ୍ତଭୁକ୍ତ କରାଯାଇଛି। ବିଶ୍ୱ ବ୍ୟାଙ୍କ ଭାରତକୁ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ରାଙ୍କ ଦେଇଥିବା ବେଳେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତକୁ ଅର୍ଥନୈତିକ ଅଭିବୃଦ୍ଧିର ଉଜ୍ଜ୍ୱଳତମ କ୍ଷେତ୍ର ରୂପେ ଅଭିହିତ କରିଛନ୍ତି। ଶିଳ୍ପ ଲାଇସେନ୍ସ ପ୍ରଦାନର ସରଳୀକରଣ ହେବା ସହିତ ସ୍ୱରାଷ୍ଟ୍ର ବିଭାଗର ନିରାପତ୍ତା ପ୍ରତିବନ୍ଧକ ଅବଧିକୁ ୩ ବର୍ଷକୁ ବୃଦ୍ଧି କରିଛନ୍ତି। ଶିଳ୍ପ ପ୍ରତିଷ୍ଠା ପାଇଁ ପରିବେଶ ଓ ବନ ମନ୍ତ୍ରଣାଳୟକୁ ଅନ୍ ଲାଇନ୍ ଆବେଦନ କରିବାକୁ ପଡୁଛି। ଶ୍ରମ ସୁବିଧା ପାଇଁ ୟୁନିଫାଏଡ ଅନ୍ ଲାଇନ୍ ପୋର୍ଟାଲର ବ୍ୟବସ୍ଥା କରାଯାଇଛି। ସେହିଭଳି କର୍ମଚାରୀମାନଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ରାଜ୍ୟ ବୀମା କର୍ପୋରେସନର କର୍ମଚାରୀମାନଙ୍କ ପାଇଁ ନୂଆ ପୋର୍ଟାଲର ବ୍ୟବସ୍ଥା କରାଯାଇଛି।   ଟୁ-ଜି ସ୍ପେକଟ୍ରମର ନିଲାମ କରି କେନ୍ଦ୍ର ସରକାର ୧,୦୯,୮୭୪ କୋଟି ଅର୍ଥ ସଂଗ୍ରହ କରିଥିବା ବେଳେ କୋଇଲା ବ୍ଲକ ନିଲାମ କରି ଦେଶ ପାଇଁ ୩.୪୪ ଲକ୍ଷ କୋଟି ଆୟ କରି ପାରିଛନ୍ତି। ଅନ୍ୟାନ୍ୟ ଖଣିଜ ପଦାର୍ଥ ନିଲାମୀରୁ ୧୨,୯୯୪କୋଟି ଟଙ୍କା ମିଳିଥିବା ବେଳେ ନିଲାମୀ, ରାଜଭାଗ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରୁ ୧୪,୮୫୫ କୋଟି ଟଙ୍କା ଆୟ କରି ପାରିଛନ୍ତି। ପ୍ରଗତି (ପ୍ରୋ-ଆକ୍ଟିଭ ଗର୍ଭର୍ଣ୍ଣାସ ଆଣ୍ଡ ଟାଇମ‌୍‍ଲି ଇମ୍ଲିମେଣ୍ଟେସନ) ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକ ଯୋଜନାର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତିକୁ ସମୀକ୍ଷା କରୁଛନ୍ତି।   ମୋଦି ସରକାର ଯୋଜନା ଆୟୋଗର ଉଚ୍ଛେଦ କରି ନିତି ଆୟୋଗ ଗଠନ କରିଛନ୍ତି। ଶାସନଗତ ଢାଞ୍ଚାର ପରିବର୍ତ୍ତନ କ୍ଷେତ୍ରରେ ଏହା ଏକ ବିଶାଳ ସଫଳତା। ଏହି ନୀତି ଆୟୋଗ ଦ୍ୱାରା କେନ୍ଦ୍ର ସରକାର ଭାରତୀୟ ସଂଘୀୟ ବ୍ୟବସ୍ଥାକୁ ଅଧିକ ସହଯୋଗ ଓ ପ୍ରତିଦ୍ୱନ୍ଦିତା ମୂଳକ କରିଛନ୍ତି। କେନ୍ଦ୍ର ସରକାରଙ୍କ ଟିମ୍ ଇଣ୍ଡିଆ କନ୍ସେପ୍ଟ ରାଜ୍ୟମାନଙ୍କୁ କେନ୍ଦ୍ର ସହିତ ମିଶି ଭାରତର ଅର୍ଥନୈତକି ବ୍ୟବସ୍ଥାକୁ ରୂପ ଦେବା ସହିତ ନିଜ ରାଜ୍ୟ ପାଇଁ କେନ୍ଦ୍ରୀୟ ସହଯୋଗ ପରିମାଣ ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟମାନେ ହିଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାରେ ସକ୍ଷମ ହୋଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଗଠିତ ୩ଟି ସବ‌୍‍ କମିଟି କେନ୍ଦ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ, ସ୍କିଲ ଡେଭଲମେଣ୍ଟ ଓ ସ୍ୱଚ୍ଛ ଭାରତ ବିଷୟରେ ଶେଷ ନିଷ୍ପତ୍ତି ନେବା ବିଷୟରେ ସକ୍ଷମ ହୋଇ ପାରିଛନ୍ତି। କେନ୍ଦ୍ର ବନାମ ରାଜ୍ୟ, ରାଜ୍ୟ ବନାମ ରାଜ୍ୟମାନଙ୍କରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ତାର ତୁରନ୍ତ ସମାଧାନର ବ୍ୟବସ୍ଥା କରାଯାଇଛି। ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟମାନଙ୍କ ମଧ୍ୟରେ ସିଏସଏସ୍ ଫଣ୍ଡର ଆବଣ୍ଟନ ପାଇଁ ସ୍ୱତନ୍ତ୍ରଭାବେ ନୂତନ ନୀତି ପ୍ରଣୟନ କରାଯାଇଛି। କେନ୍ଦ୍ର ଅନୁଦାନ ପ୍ରାପ୍ତ ରାଜ୍ୟସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆକଳନ କରିବା ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନ କରିବା ସହିତ ସୁଶାସନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ବିଭିନ୍ନ ମୁଖ୍ୟମନ୍ତ୍ରୀ ସ୍ତରୀୟ କମିଟିର ସଦସ୍ୟମାନେ ରାଜ୍ୟ ପରିଦର୍ଶନରେ ଯାଇ ବିଭିନ୍ନ ଅଗ୍ରଗତିର ସମୀକ୍ଷା କରିବାର ବ୍ୟବସ୍ଥା କରାଯାଇଛି। ନୀତି ଆୟୋଗ ତରଫରୁ ସ୍ୱତନ୍ତ୍ର ଭାବେ ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତ ଇଲେକ୍ଟ୍ରୋନିକ୍ ଶିଳ୍ପର ବିକାଶ, କୃଷିର ବିକାଶ ପାଇଁ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ପ୍ରସ୍ତୁତି, ପଞ୍ଚବାର୍ଷିକ ଯୋଜନାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା, ଜାତୀୟ ଶକ୍ତି ନୀତି ପ୍ରଣୟନ ଓ କାର୍ଯ୍ୟାନ୍ୱୟନ, ଦାରିଦ୍ର୍ୟ ଦୁରୀକରଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ରାଜ୍ୟମାନଙ୍କ ଦ୍ୱାରା ଭୂମି ଅଧିଗ୍ରହଣ, ଶ୍ରମ ଆଇନ ଓ ଲ୍ୟାଣ୍ଡ ରେକର୍ଡ ପ୍ରସ୍ତୁତି, ଉତ୍ତର-ପୂର୍ବାଞ୍ଚଳ ପାର୍ବତ୍ୟାଞ୍ଚଳର ସାମଗ୍ରିକ ବିକାଶ ଏବଂ ଜାତୀୟ ସ୍ତରରେ ରେଗୁଲେଟୋରି ରିଫର୍ମ ବିଲ ପ୍ରଭୃତି ଉପରେ ନୀତି ଆୟୋଗ ଅହରହ କାର୍ଯ୍ୟ କରି ଆସୁଛନ୍ତି।   ନୂତନ କୌଶଳ ଅନୁପ୍ରେରିତ ଉଦ୍ୟୋଗ ସୃଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ନୀତି ଆୟୋଗ ଧ୍ୟାନ ଦେଇଛନ୍ତି। ଏହି କ୍ରମରେ ଅଟଳ ଇନୋଭେସନ ମିଶନ(ଏଆଇଏମ‌୍‍) ଷ୍ଟାର୍ଟ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟମାନଙ୍କରେ ନୂତନ କୌଶଳ ଧର୍ମୀ ବିଭିନ୍ନ ଉଦ୍ୟୋଗର ପ୍ରତିଷ୍ଠା, ଶିକ୍ଷାନୁଷ୍ଠାନ ମାନଙ୍କରେ  ଶିକ୍ଷା ପଦ୍ଧତିକୁ ନେଇ ପାଞ୍ଚଶହରୁ ଉର୍ଦ୍ଧ୍ୱ ମୋବାଇଲ ଗବେଷଣାଗାର ପ୍ରତିଷ୍ଠା ଏବଂ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟାର ସମାଧାନ ପାଇଁ ସୂତ୍ର ଖୋଜିବାର କାର୍ଯ୍ୟ ଏହି ଆୟୋଗ ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ନୀତି ଆୟୋଗରେ ଉଚ୍ଚ ଦକ୍ଷତା ସମ୍ପନ୍ନ ୪୦ ଜଣ ଯୁବ ପେସାଦାର ବ୍ୟକ୍ତିଙ୍କ ସହିତ ୫ ଜଣ ଉଚ୍ଚପଦସ୍ଥ ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ନିତି ଆୟୋଗରେ ନିଯୁକ୍ତି ଦିଆଯାଇଛି। ସୁଶାସନର କ୍ରିୟାନ୍ୱୟନ ପାଇଁ କେନ୍ଦ୍ରୀୟ ସ୍ତରରେ ୫୧ଟି ସଂକେତକ ଓ ରାଜ୍ୟମାନଙ୍କ ପାଇଁ ସେହି ଭଳି ରାଜ୍ୟ ସ୍ତରରେ ୫୧ଟି ସାଂକେତିକର ବ୍ୟବସ୍ଥା କରାଯିବା ସହିତ ନିତି ଆୟୋଗର େୱବସାଇଟ‌୍‍ରେ ସ୍ଥାନୀତ ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମର ତ୍ୱରିତ୍ୱ ମୂଲ୍ୟାୟନ କରାଯାଇ ପାରିବ।   ପ୍ରତି ତିନି ମାସରେ ଥରେ ନିଜେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତି ଭୂମି ପ୍ରସ୍ତୁତିର ନିୟମିତ ଭାବେ ଯାଞ୍ଚ ତଥା ମୂଲ୍ୟାୟନ କରୁଛନ୍ତି। ଏହି ସମୟରେ ଯୋଜନା ଗୁଡିକର କ୍ରିୟାନ୍ୱୟନ କ୍ଷେତ୍ରରେ ଉପୁଜିଥିବା ଶୀଥିଳତା ବା ପ୍ରତିରୋଧର ତର୍ଜମା କରି ସେହି କାର୍ଯ୍ୟଗଡିକୁ ତ୍ୱରାତ୍ୱିନ କରାଯାଉଛି। ନୀତି ଆୟୋଗ ତରଫରୁ ବିକାଶ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଗୁଡିକର ନୀରବଚ୍ଛିନ୍ନ ତନଖି ଦାୟିତ୍ୱ ନୀତି ଆୟୋଗ ତୁଲାଇ ଆସୁଛନ୍ତି। ଏହି କ୍ରମରେ ଏକ ନୋଡାଲ ଏଜେନ୍ସି ରୂପେ ନୀତି ଆୟୋଗ, ସୀମାନ୍ତ ଅଂଚଳରେ ବିକାଶ ମୂଳକ କାର୍ଯ୍ୟକ୍ରମ,କମାଣ୍ଡ ଏରିଆ ଉନ୍ନୟନ ଓ ଜଳ ପରିଚାଳନା କାର୍ଯ୍ୟକ୍ରମ, ସମନ୍ୱିତ ଶିଶୁ ବିକାଶ ସେବା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କାର୍ଯ୍ୟକ୍ରମ, ପଛୁଆ ଅଂଚଳ ଅନୁଦାନ ପାଣ୍ଠି, ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନା,ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ନୀତି, ମନେରଗା ଆଇନ, ପିଡିଏସ୍ ମାଧ୍ୟମରେ ଓ ଖାଦ୍ୟ ନିରାପତ୍ତା ଲକ୍ଷ୍ୟ ଭିତ୍ତିକ ସାଧାରଣ ବଣ୍ଟନ କ୍ଷେତ୍ରରେ ସଂସ୍କାର ଏବଂ ସଂଖ୍ୟାଲଘୁ ମହିଳାମାନଙ୍କର ନେତୃତ୍ୱ ଗଠନ ଆଦି ବ୍ୟବସ୍ଥାକୁ ତନଖି କରୁଛନ୍ତି।   ମୋଦିଙ୍କ ନେତୃତନ୍ୱରେ ଗଠିତ କେନ୍ଦ୍ର ସରକାରଙ୍କର ପ୍ରଥମିକତା ଏବଂ ପ୍ରମୁଖ କାର୍ଯ୍ୟକ୍ରମର ସୂଚନା ଦେବାକୁ ଯାଇ ନୂତନ ସରକାର ଗଠନର ପ୍ରଥମ ଦିନରେ ସଂସଦର କେନ୍ଦ୍ରୀୟ ହଲରେ ସାଂସଦମାନଙ୍କୁ ଉଦବୋଧନ ଦେଇ ମୋଦି ତାଙ୍କ ସରକାର ଗରିବ ବଂଚିତ ଓ କୃଷମମାନଙ୍କ ସରକାର ବୋଲି କହିଥିଲେ। ତାଙ୍କ କାର୍ଯ୍ୟକ୍ରମର ମୂଳ ମନ୍ତ୍ର ହେଲା- ‘ସବକା ସାଥ ସବକା ବିକାଶ’। ଏହି ଲକ୍ଷ୍ୟରେ ସେ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ଏହି ଲକ୍ଷ୍ୟ ପୁରଣ ପାଇଁ ବଜେଟ‌୍‍ରେ ମଧ୍ୟ ଅଭିମୁଖ୍ୟ ବଦଳାଇଛନ୍ତି। ଶିକ୍ଷା, ଦକ୍ଷତା ନିର୍ମାଣ, ବିଚାର ବ୍ୟବସ୍ଥାରେ ସଂସ୍କାର ପରିବେଶର ସୁରକ୍ଷା ଔଦୋଗୀକ ଶକ୍ତି ବୃଦ୍ଧି ପ୍ରଭୃତି ମାଧ୍ୟମରେ ଭାରତର ବିକାଶକୁ ଆଗେଇନେବା ପାଇଁ ସେ କାର୍ଯ୍ୟକରୁଛନ୍ତି। ଗରୀବ ମାନଙ୍କର ଉନ୍ନତ୍ତି ପାଇଁ ସେମାନଙ୍କର ସାମାଜିକ ସୁରକ୍ଷା ନିମନ୍ତେ ବିଭିନ୍ନ ଯୋଜନା, ଖାଦ୍ୟ ନିରାପତ୍ତା ସମସ୍ତଙ୍କ ପାଇଁ ଗୃହଯୋଗାଣ ଓ ମାଗଣାରେ ଏଲପିଜି ଯୋଗାଣ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କୃଷକ ମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ଐତିହାସିକ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆରମ୍ଭ କରିଛନ୍ତି। ସମୃଦ୍ଧି ପାଇଁ କୃଷି ଉପିାଦନ ବୃଦ୍ଧି ଓ କୃଷି କାର୍ଯ୍ୟ ପାଇଁ ଅର୍ଥ ଯୋଗାଣ ସହିତ ଜଳ ସେଚନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମେକ‌୍‍ ଇନ‌୍‍‌୍‍ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଆଣ୍ଡ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି ମୁଦ୍ରା ଯୋଜନା ପ୍ରଭୃତି କାର୍ଯ୍ୟକାରୀ କରୁଛନ୍ତି। ଯୁବଶକ୍ତିର ବିନିଯୋଗ ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି ବା ସ୍କିଲର ବିକାଶର ଆବଶ୍ୟକତା ରହିଛି। ସେଥିପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୨୯ଟି ରାଜ୍ୟ ଓ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି।   ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦି ସରକାର ୬୫ ରୁ ଉର୍ଦ୍ଧ୍ୱ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଗୁଡିକ ହେଲା- ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସିଚାଇ ଯୋଜନା (ଜଳ ସଂରକ୍ଷଣ ଏବଂ ଅଣୁ ଜଳ ସେଚନ ଯୋଜନା), ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସର୍ଦ୍ଦାର ପଟେଲ ଅରବାନ ହାଉସିଂ ମିଶନ, ଋାଷ୍ଟ୍ରୀୟ କାମଧେନୁ ବିଡିଙ୍ଗ ସେଣ୍ଟର, ଡାୟରୀ ଉଦ୍ୟମିତା ବିକାଶ ଯୋଜନା, ରାଷ୍ଟ୍ରୀୟ ପଶୁ ଧନ ମିଶନ, ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା, ଦୀନ ଦୟାଲ ବିକଳାଂଗ ପୁର୍ନବାସ ଯୋଜନା, ଦୀନ ଦୟାଲ ଉପାଧ୍ୟାୟ ଶ୍ରମେବ ଜୟତେ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା, ମୁଦ୍ରା ବ୍ୟାଙ୍କ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସ୍ୱଚ୍ଛ ଭାରତ ଯୋଜନା, ନମାମି ଗଙ୍ଗେ, ଅଟଳ ପେନସନ ଯୋଜନା, ବେଟି ବଚାଓ ବେଟି ପଢାଓ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ମେକ୍ ଇନ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, କନେକ‌୍‍ଟିଂ ଇଣ୍ଡିଆ (ବ୍ରଡ ବ୍ୟାଣ୍ଡ ଇଣ୍ଡିଆ), ଇ-କ୍ରାନ୍ତି (ଇ ଟ୍ରାନ‌୍‍ଜାକ‌୍‍ସନ), ପହଲ ଯୋଜନା, ଉଜ୍ଜଲ ଯୋଜନା, ବୁଲେଟ‌୍‍ଟ୍ରେନ, ଷ୍ଟାର&

Share :