ପ୍ରେମ ପାଇଁ ହତ୍ୟା!

ପ୍ରେମ ପାଇଁ ହତ୍ୟା!

Share :

            କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅର୍ନ୍ତଗତ ସାନଚେରଗାଁ କଲୋନୀ ପଡାରେ ମେ ୨୨ ତାରିଖ ରବିବାର ଦୟାନନ୍ଦ ମାଝୀଙ୍କ ନାବାଳିକା ଝିଅ ନମିତା ମାଝୀ(୧୫)ଙ୍କୁ ସେହି ଗାଁର ଅଶୋକ ନିଆଲ ନାମକ ଯୁବକ ଅପହରଣ କରି ଫେରାର ହୋଇଯାଇଥିଲା।   ଘରଲୋକ ଖବର ପାଇଲା ପରେ ନାବାଳିକା ଝିଅର ବାପା ଓ ଭାଇ ବାଇକ ଧରି ଖୋଜିବା ପାଇଁ ବାହାରି ଥିଲେ। ସେମାନେ ବଲାଙ୍ଗିର ଜିଲ୍ଲା ଚାନ୍ଦୋତରାରେ ତାଙ୍କ ଝିଅ ଏବଂ ତିନି ଯୁବକ ଥିବାର ଦେଖିବାକୁ ପାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ପରେ ଗୁରୁତର ଅବସ୍ଥାରେ ଦୟାନନ୍ଦ ଏବଂ ତାଙ୍କ ପୁଅକୁ ଛାଡି ଝିଅକୁ ଧରି ଯୁବକ ମାନେ ଫେରାର ହୋଇଯାଇଥିଲେ।   ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ୱୁଲାନ୍ସ ଯୋଗେ ଦୟାନନ୍ଦଙ୍କୁ ଧର୍ମଗଡ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରୁ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଓ ପରେ ବିଷମକଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ କେଗାଁ ଥାନା କେସ ନଂ.୭୧/୨୦୧୬ ରେ ଏକ ମାମଲା ରୁଜୁ ହୋଇଛି ଏବଂ ଅପରାଧୀ ମାନଙ୍କୁ ଧରପକଡ ପାଇଁ ପୁଲିସ ତନାଘନା ଜାରି ରହିଛି ବୋଲି କେଗାଁ ଥନା ଅଧିକାରୀ ଦିଲିପ କୁମାର ଜେନା ପ୍ରକାଶ କରିଛନ୍ତି।

Share :