ଜଳମଗ୍ନ କୋଣାର୍କ-ଜନସ୍ୱାର୍ଥ ମାମଲା

ଜଳମଗ୍ନ କୋଣାର୍କ-ଜନସ୍ୱାର୍ଥ ମାମଲା

Share :

  ସୂର୍ଯ୍ୟମନ୍ଦିର ପରିସରରେ ଜମି ରହିଥିବା ବର୍ଷା ଜଳକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମେ ୨୪ ତାରିଖ ମଙ୍ଗଳବାର ପୂର୍ବାହ୍ନରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସୂର୍ଯ୍ୟ ମନ୍ଦିର ପ୍ରତି ଏଏସଆଇର କ୍ରମାଗତ ଅବହେଳାକୁ ବରଦାସ୍ତ କରି ନପାର ଜନୈକ ବ୍ୟକ୍ତି ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ଜଣାଡିଛି।   ମେ ୧୮ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ ରୁଆନୁ ରୂପରେ ଉପକୂଳକୁ ମାଡି ଆସିଥିଲା। ଏହି ସାମୁଦ୍ରିକ ଝଡ ପ୍ରଭାବରେ ମେ ୨୦ ତାରିଖ ଗୁରୁବାର ରାତିରୁ ପ୍ରବଳ ବର୍ଷା ଲାଗିରହିବା ଯୋଗୁଁ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସରରୁ ବର୍ଷାଜଳ ନିଷ୍କାଷିତ ହୋଇ ନ ପାରି ମନ୍ଦିର ପରିସର କ୍ରୁତ୍ରିମ ହ୍ରଦରେ ପରିଣତ ହୋଇଥିଲା।   ଏହି ସମୟରେ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମନ୍ଦିର ପରିସରରେ ଜମି ରହିଥିବା ବର୍ଷା ଜଳ ଦେଖି ଘୋର ଅସୋନ୍ତଷ ବ୍ୟକ୍ତ କରିଥିଲେ। କେତେକ ପର୍ଯ୍ୟଟକ ମନ୍ଦିର ପରିସରର ଏପରି ଅବସ୍ଥା ଦେଖି ଫେରିଯାଇଥିବା ବେଳେ ଆଉ କେତେକ ପର୍ଯ୍ୟଟକ ପାଣିରେ ପଶି ସୂର୍ଯ୍ୟମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟକୁ ଦେଖୁଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।   ସୂର୍ଯ୍ୟମନ୍ଦିରର ରକ୍ଷଣା ବେକ୍ଷଣା ଦାଇତ୍ୱ ନେଇଥିବା ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସ୍ଥାନୀୟ କର୍ତ୍ତୃପକ୍ଷ ପାଣି ମଟର ଲଗାଇ ବର୍ଷାଜଳ ବାହର କରିବା ପରେ ମନ୍ଦିର ପରିସର ସ୍ବାଭାବିକ ଅବସ୍ତାକୁ ଫେରିଥିଲା। ପ୍ରତ୍ୟହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କଠାରୁ ମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଥିଲେ ମଧ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କୁ କୌଣସି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନ ଥାଏ। ଦିନକୁ ଦିନ ସୂର୍ଯ୍ୟମନ୍ଦିରର ଅବସ୍ଥିତିରେ ପରିବର୍ତ୍ତନ ଘଟୁଥିବାବେଳେ ଏଏସଆଇ କର୍ତ୍ତୃପକ୍ଷ ଉଦାସୀନ ରହିବା ସହ କୌଣସି ସ୍ଥାୟୀ ପ୍ରତାକାର କରୁ ନ ଥିବା ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।   ସୂର୍ଯ୍ୟମନ୍ଦିର ପରିସର ଓ କୋଣାର୍କ ବଜାରରୁ ଜଳ ଠୁଳ ସମସ୍ୟା ଦୂର କରିବା ପାଇଁ  ଡ୍ରେନେଜ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ୨୦୧୧ ମସିହାରେ ନିର୍ମାଣ କରାଯାଇଛି ସ୍ୱତନ୍ତ୍ର ଡ୍ରେନେ। ଯେଉଁ ମହତ ଉଦେଶ୍ୟ ନେଇ ଏହି ଡ୍ରେନ ନିର୍ମାଣ କରାଯାଇଥିଲା ତାହା ଏବେ ଅଳିଆ ଗଦାରେ ପରିଣତ ହୋଇଛି। ଏହି ଡ୍ରେନ ଏବେ ସୂର୍ଯ୍ୟମନ୍ଦିର ଓ କୋଣାର୍କ ବଜାରରୁ ଜଳ ଠୁଳ ସମସ୍ୟା ଦୂର କରିବା ପରିବର୍ତ୍ତେ ଅଳିଆ ଗଦାରେ ପରିଣତ ହୋଇ ମଶା, ମାଛି ଓ ବିଶଧର ଶରୀଶୃପଙ୍କ ବାସସ୍ଥଳୀ ପାଲଟିବା ସହ ମୃତ୍ୟୁ ଜନ୍ତାରେ ପରିଣତ ହୋଇଛି।

Share :