ଜୈବବିବିଧତା ପ୍ରଶିକ୍ଷଣ ଶିବିର

ଜୈବବିବିଧତା ପ୍ରଶିକ୍ଷଣ ଶିବିର

Share :

  ଅନ୍ତ୍ୟୋୟ ଅନୁଷ୍ଠାନ ପକ୍ଷରୁ ଜୁନାଗଡ ବ୍ଲକର ତଳ ଜାରିଙ୍ଗ, କେନ୍ଦୁପାଟି, ନାନ୍ଦୋଲ, ବକ୍ସି ତୁଲସିପାଲି, ଭଇଁରିଗୁଡା ଓ ମେରିଆବନ୍ଧଲି ଗ୍ରାମ ପଞ୍ଚାୟତଗୁଡିକରେ ଗଠିତ ଜୈବବିବିଧତା ପରିଚାଳନା ସମିତି ସମୂହର ସଭ୍ୟସଭ୍ୟାଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ନ୍ୟାୟ ମନ୍ତ୍ରଣାଳୟ ଓ ୟୁଏନଡିପି ସହାୟତାରେ ଅନ୍ତ୍ୟୋଦୟ ସଂସ୍ଥା ଏହିସବୁ ପଞ୍ଚାୟତରେ ଜୈବବିବିଧତା ରେଜିଷ୍ଟର ପ୍ରସ୍ତୁତି ପାଇଁ ସମିତିମାନଙ୍କୁ ସହାୟତା ଯୋଗାଇ ଆସିଛି ଓ ଜୈବବିବିଧତା ରେଜିଷ୍ଟରଗୁଡିକ ପଞିକରଣ ପାଇଁ ଓଡିଶା ଜୈବବିବିଧତା ବୋର୍ଡ  ପାଖରେ ଦାଖଲ କରାଯାଇଛି।   ଅନ୍ତ୍ୟୋଦୟ ଅନୁଷ୍ଠାନ କଳାହାଣ୍ଡି ଜିଲ୍ଲାର ୨୯ଟି ପଞ୍ଚାୟତରେ ଲୋକଙ୍କ ଜୈବବିବିଧତା ରେଜିଷ୍ଟର ପ୍ରସ୍ତୁତି ପାଇଁ ପଦକ୍ଷେପ ନେଇଛି ଓ ଇତିମଧ୍ୟରେ ୨୨ଟି ରେଜିଷ୍ଟର ପଞିକରଣ ପାଇଁ ଓଡିଶା ଜୈବବିବିଧତା ବୋର୍ଡ  ନିକଟରେ ଦାଖଲ ହୋଇ ସାରିଛି। ସେହୁ ସବୁ ପଞ୍ଚାୟତରେ ଜୈବବିବିଧତା ପରିଚାଳନା ସମିତିଗୁଡିକର ଦକ୍ଷତା ବୃଦ୍ଧି ପାଇଁ ପର୍ଯ୍ୟାୟ କ୍ରମେ ତାଲିମ ଶିବିରର ଆୟୋଜନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଜୁନାଗଡ ବ୍ଲକର ଉପରୋକ୍ତ ଛଅଗୋଟି ପରିଚାଳନା ସମିତି ମାନଙ୍କର ତାଲିମ ଆୟୋଜିତ ହୋଇଯାଇଛି। ତାଲିମ ଶିବିରରେ ଜୈବବିବିଧତା ପରିଚାଳନା ସମିତିର ସଭ୍ୟସଭ୍ୟା ମାନଙ୍କୁ ତାଙ୍କ ଦାୟିତ୍ୱ ଓ କାର୍ଯ୍ୟ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି।   ଏହି ଶିବିରରେ ଅନ୍ତ୍ୟୋଦୟର ଦିଲ୍ଲୀପ କୁମାର ଦାସ, ରବିନାରାୟଣ ସଂିହ, ସଂଜୀବ ଶତପଥୀ ଓ ଆଇନଜୀବୀ ଦିବ୍ୟରଂଜନ ବହିଦାର ତାଲିମ ପ୍ରଦାନ କରିଥିବା ବେଳେ ଜଗବନ୍ଧୁ ବୁଧିଆ, ଗୌରୀଶଙ୍କର ପାତ୍ର, ଦିଲୀପ ବାଣୁଆ ଓ ବିପିନ ଧଙ୍ଗଡାମାଝୀ ତାଲିମ ପରିଚାଳନା କରିଥିଲେ।

Share :