ମହିଳା ଭକ୍ତଙ୍କ ବିରୋଧରେ ୧୫ ଦଫା

ମହିଳା ଭକ୍ତଙ୍କ ବିରୋଧରେ ୧୫ ଦଫା

Share :

  କୋଣାର୍କ ନିକଟସ୍ଥ ବିବାଦୀୟ ଦର୍ଶନୀବନ୍ତ ଉପରେ ବାନାବାବାଙ୍କ ଦ୍ୱାରା ୧୯୯୨ ମସିହାରେ ପ୍ରତିଷ୍ଠା କରାଯାଇଥିବା ଥିବା ଓଁ ଶ୍ରୀ ଶ୍ରୀ କଳ୍କୀ ଯୋଗାଶ୍ରମର କୋଠାକୁ ୦୫.୦୯.୨୦୧୫ ତାରିଖରେ ବନ ବିଭାଗ ତାରବାଡ ଘେରାଇ ନିଜ ଅକ୍ତିଆରରେ ରଖିଥିବା ଆଶ୍ରମର କୋଠାକୁ ମେ ୧୩ ତାରିଖ ଅପରାହ୍ନ ବିଶ୍ୱ ଶାନ୍ତି ମହାଯଜ୍ଞର ଉଦଯାପନୀ ଦିବସରେ ଦର୍ଶନୀବନ୍ତ ଶାନ୍ତି ସୁରକ୍ଷା ମଞ୍ଚର ଶତାଧିକ ମହିଳା ଏକତ୍ରିତ ହୋଇ ଆଶ୍ରମର କୋଠାକୁ ତାର ବାଡରୁ ମୁକ୍ତ କରିଛନ୍ତି।   ମହିଳାମାନେ ତାର ବାଡ ଓପାଡି ଆଶ୍ରମ ମଧ୍ୟକୁ ଧସେଇ ପସିବା ସମୟରେ ଏଠାରେ ପୂର୍ବରୁ ଜଗ ରିହିଥିବା ବନବିଭାଗର କର୍ମଚାରୀମାନେ ଭୟରେ ଆଶ୍ରମର କୋଠାକୁ ଛାଡି ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ଉକ୍ତ ସନ୍ଧ୍ୟାରେ ଏହି ଘଟଣା ସଂପର୍କରେ କୋଣାର୍କ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳକୁ ନ ଯିବା ସନ୍ଦେହ ସୃଷ୍ଟି କରିଛି।   ଏହି ଘଟଣା ଟି ଏକ ସମ୍ୱେଦନ ଶୀଳ ଘଟଣା ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳକୁ ନ ଯାଇ ତଦନ୍ତ ନ କରି ୩୦୦ ବ୍ୟକ୍ତିଙ୍କ ନାମରେ ୪୦/୧୬ରେ ମାମଲା ରୁଜୁ କରିଛି। ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗୋଳ କୋଡର ଦଫା ୧୪୭, ୧୪୮,୨୯. ୭୭୪, ୪୫୪, ୪୫୨, ୩୯୫, ୫୦୬, ୧୦୯, ୧୨୦ବି, ୩୩୨, ୩୫୩, ୩୩୬, ୩୨୩, ୧୪୯ଆଇପିସି, ସେକ୍ସନ ୭ ପିଡି ପିପି ଧାରା ଲାଗୁ କରାଯାଇଛି। ଦେବେ ଦର୍ଶନୀବନ୍ତ ଶାନ୍ତି ସୁରକ୍ଷା ମଞ୍ଚର ମହିଳାମାନେ ଅଭିଯୋଗ କରିଛନ୍ତି କେଉଁ ସ୍ୱାର୍ଥ ସାଧନ ପାଇଁ ପୁଲିସ ଘଟଣା ସ୍ଥଳକୁ ନ ଆସି ଆମ ବିରୋଧରେ ଏହି ମାମଲା ସବୁ ଲଗାଇଛନ୍ତି?   ପୁଲିସର ଏପରି ହୀନ ଉଦ୍ୟମକୁ ଦର୍ଶନୀବନ୍ତ ଶାନ୍ତି ଶୁରକ୍ଷା ମଞ୍ଚର ଶତାଧିକ ମହିଳା ନିନ୍ଦା କରିବା ସହ ଆଶ୍ରମକୁ ନିଜ ଅକ୍ତିଆରରେ ରଖି ଜଗି ରହିଛନ୍ତି। ଏହି ମହିଳାମାନେ ଅଭିଯୋଗ କରିଛନ୍ତି ପ୍ରଶାସନ ଆମ ଆଶ୍ରମ ଆମକୁ ନ ଦେଲେ ଆମେମାନେ ସମୂହ ଆତ୍ମାହୂତି ଦେବୁ।

Share :