ନିମୋନିଆ- ଚିହ୍ନଟ ଓ ଚିକିତ୍ସା

ନିମୋନିଆ- ଚିହ୍ନଟ ଓ ଚିକିତ୍ସା

Share :

ଡାକ୍ତର ସ୍ୱରୂପ କୁମାର ଭଞ୍ଜ   ଥଣ୍ଡା ଓ କାଶ ହେଉଛି ମନୁଷ୍ୟର ଏକ ସାଧାରଣ ରୋଗ। ଏହା ପିଲାମାନଙ୍କର କ୍ଷେତ୍ରରେ ହିଁ ବହୁ ଦେଖାଦେଇଥାଏ। କିଛି ପିଲାଙ୍କ ଶରୀରରେ ଏହା ବହୁ ଦିନ ଧରି ଲାଗି ରହିଥାଏ। ତେଣୁ ଏହିଭଳି ଅବସ୍ଥାରେ ଯଦି ପିଲାଙ୍କର ଥଣ୍ଡା ଏବଂ କାଶ ଅଧିକ ଦିନ ଲାଗି ରହିଥାଏ ଏବଂ କୈାଣସି ଔଷଧ କାମ କରି ନଥାଏ ତେବେ ଆମେ ଏହାକୁ ନିମୋନିଆ ବୋଲି ସନ୍ଦେହ କରିଥାଉ।   ପ୍ରଥମତଃ ଆମେ ନିମୋନିଆ ଏବଂ ଥଣ୍ଡା କାଶ ମଧ୍ୟରେ ପ୍ରଭେଦ ଜାଣିବା ଦରକାର :   ନିମୋନିଆ ରୋଗର ଚିହ୍ନ ଓ ଲକ୍ଷଣ :   ନିମୋନିଆ ରୋଗୀର ନିମ୍ନଲିଖିତ ଚିହ୍ନ ଏବଂ ଲକ୍ଷଣ ଦେଖିବାକୁ ମିଳିଥାଏ। ରୋଗୀର ଶ୍ୱାସକ୍ରିୟାର ଗତି ବଢ଼ିଯାଏ।   ୧.          ପିଲା (୨ମାସରୁ କମ) ୬୦ ଥର କିମ୍ୱା ଅଧିକ ଥର ଶ୍ୱାସକ୍ରିୟା ହୋଇଥାଏ। ୨.          ପିଲା (୨ ମାସରୁ ୧୨ ମାସ) ଭିତରେ ୫୦ ଥର କିମ୍ୱା ଅଧିକ ଥର ଶ୍ୱାସକ୍ରିୟା ହୁଏ। ୩.         ପିଲା (୧୨ ମାସରୁ ୫ ବର୍ଷ) ମଧ୍ୟରେ ୪୦ ଥର ବା ୪୦ ଥରରୁ ଅଧିକା ଶ୍ୱାସକ୍ରିୟା ହୁଏ।   ଶ୍ୱାସକ୍ରିୟାର ଗତି କିପରି ଜାଣିବେ?   (କ)       ଘଣ୍ଟାରେ ଥିବା ସେକେଣ୍ଡ କଣ୍ଟା ମାଧ୍ୟମରେ ଶ୍ୱାସକ୍ରିୟାରେ ଗତିକୁ ମପାଯାଏ। (ଖ)       ଶ୍ୱାସକ୍ରିୟା ଗତି ଦେଖିବା ବେଳେ ପେଟ ଓ ଛାତିର ତଳ ଅଂଶକୁ ଦେଖି ଗତି ନିର୍ଣ୍ଣୟ କରିବା ଉଚିତ। (ଗ)       ଯେତେବେଳେ ଆପଣ ଅନୁମାନ କଲେ ଯେ ରୋଗୀ ନିମୋନିଆ ରୋଗରେ ପୀଡିତ ଶ୍ୱାସକ୍ରିୟା ଗତିକୁ ପୁଣିଥରେ ଦେଖିବା ଉଚିତ ଏବଂ ରୋଗୀର ଛାତିର ଗତିକୁ ଦେଖିଲା ବେଳେ ନିଶ୍ୱାସ ପ୍ରଶ୍ୱାସ ସମୟରେ ଛାତି ବେଶୀ ଭିତରକୁ ପଶି ଯାଉଥିଲେ ଆପଣ ଜାଣିବେ ସେ ନିମେନାନିଆରେ ଆକ୍ରାନ୍ତ ଅଛି।   ରୋଗୀ ଯଦି ବିପଦପୂର୍ଣ୍ଣ ଅବସ୍ଥାରେ ଥାଏ : (୧)        ରୋଗୀ ଖାଇବା ଏବଂ ପିଇବାରେ ଅକ୍ଷମତା ପ୍ରକାଶ କରେ। (୨)        ନିସ୍ତେଜ ଅବସ୍ଥାରେ ଶୋଇ ରହେ। (୩)       ପିଲା ଶୋଇବା ବେଳେ ଦାନ୍ତ କଡକଡ କରେ। (୪)        ଶ୍ୱାସକ୍ରିୟା ସମୟରେ ଶବ୍ଦ ହୁଏ (ଘଡଘଡ ପରି)। (୫)        ଶରୀର ଉତ୍ତାପ କମିଯାଏ ଏବଂ ଥଣ୍ଡା ଲାଗେ। (୬)        ପିଲା ଛେତା କିମ୍ୱା ନୀଳ ରଙ୍ଗ ଭଳି ଦେଖାଯାଏ। (୭)        ପିଲା କାଶ ଏବଂ ଥଣ୍ଡାରେ ଥିବା ଅବସ୍ଥାରେ ବାରମ୍ୱାର ଅଚେତ ହୋଇଯାଏ।   ପ୍ରାଥମିକ ଚିକିସିା :-   (କ)       ରୋଗୀକୁ ସାଧାରଣ ଠାରୁ ଅଧିକ ପାନୀୟ ପଦାର୍ଥ ପିଇବାକୁ ଦିଅ। ପିଲା ଯଦି ମା’ କ୍ଷୀର ଖାଉଥାଏ ତେବେ ଏହାକୁ ଅଧିକ ମାତ୍ରାରେ ମା’କ୍ଷୀର ଦେବା ଉଚିତ। (ଖ)       ପିଲାକୁ ଉଷୁମ ରଖିବାକୁ ଚେଷ୍ଟା କରିବାକୁ ହେବ। (ଗ)       ପିଲାର ନାକ ଗଳା ସଫା ରଖିବାକୁ ହବ ଯଦ୍ୱାରା ମା’ କ୍ଷୀର ପିଇବା ସମୟରେ କିମ୍ୱା ଶ୍ୱାସକ୍ରିୟା ନବାରେ ବାଧା ଉପୁଯିବ ନାହିଁ। (ଘ)       ରୋଗୀର ବିଶ୍ରାମ ନେବା ସମୟରେ ପିଠିପଟେ ତକିଆ ରଖି ବସିବାକୁ କହିବା ଉଚିତ। ଏହା ଦ୍ୱାରା ରୋଗୀ ସୁସ୍ଥ ଅନୁଭବ କରେ ଏବଂ ରୋଗୀ ଶ୍ୱାସକ୍ରିୟା ନବାରେ ଅସୁବିଧା ହୁଏ ନାହିଁ। (ଙ)       ରୋଗୀକୁ ଧୂଆଁ କିମ୍ୱା ସିଗାରେଟ ସେବନ ଲୋକଙ୍କଠାରୁ ଦୂରରେ ରଖିବାକୁ ହେବ। ପ୍ରାଥମିକ ଚିକିସିକ ରୋଗୀର ନିମ୍ନଲିଖିତ ଚିହ୍ନ ଏବଂ ଲକ୍ଷଣ ଦେଖିଲେ ରୋଗୀକୁ ତୁରନ୍ତ ଡାକ୍ତର ଚିକିସିା ପାଇଁ ପଠାଇବା ଉଚିତ।   ନିମୋନିଆର ସ୍ତର ଏବଂ ଅବସ୍ଥାଗୁଡିକ ହେଲା :-   (୧)        ଦୃଢ ଶ୍ୱାସକ୍ରିୟା ଗତି ଥିଲେ – ନିମୋନିଆ। (୨)        ଦୃଢ ଶ୍ୱାସକ୍ରିୟାର ଗତି ସହିତ ଛାତି ଭିତରକୁ ପଶି ଯାଇଥିଲେ (ଶ୍ୱାସ ସମୟରେ - ଅତ୍ୟଧିକ ନିମୋନିଆ)। (୩)       ଯଦି ଶ୍ୱାସ ସମୟରେ ଛାତି ଭିତରକୁ ପଶିଯାଇଥାଏ ଅତ୍ୟଧିକ ନିମୋନିଆ। (୪)        ପିଲାର କାଶ, କଫ, ସହିତ ଶରୀର ନୀଳ ବର୍ଣ୍ଣ ବା ଛେତା ଦେଖା ଦେଇଥାଏ କିମ୍ୱା ରୋଗୀ ମା କ୍ଷୀର ଖାଇବା ସମୟରେ ଅସୁବିଧା ଅନୁଭବ କରୁଥିଲେ ମାତ୍ରାଧିକାର ନିମୋନିଆ ବୋଲି କହିବା ଉଚିତ।   ସିନିୟର ମେଡିସିନ ସ୍ପେଷାଲିଷ୍ଟ, ଆଦିତ୍ୟ କେୟାର ହସପିଟାଲ, ଭୁବନେଶ୍ୱର

Share :