ମୂଳ ରଚନା- ଅମୃତା ପ୍ରୀତମ ଅନୁବାଦ- ସୁଧୀର କୁମାର ସାହୁ ଆ ସାଙ୍ଗ, ଆଏଜ କଥାହେଇ ଯିମା... ତୋର ଦିଲ ବଗିଚାନ ସାଗୁଆ ଇଚ୍ଛାର ପତର ଲେଖେନ ଯେନ କଥା ଯେଭେଁ ବି ଉଗଲା ତୁଇ ସେ କଥାକେ ଛିଡ଼େଇନେଲୁ ସବୁ କଅଁଲି କଥାକେ ଲୁକେଇଦେଲୁ ସବୁ ପତରକେ ଶୁଖବାକେ ଛାଡ଼ିଦେଲୁ ମାଟିର ଇ ଚୁଲହାନୁ ଆମେ କେନ ଚିଙ୍ଗାରୀ ଖୁଜିନେମା ଫୁଁକେ ଦୁଇଫୁଁକ ମାରିଦେମା ଲିଭି ଯାଉଥିବାର କାଠକେ ଫେର ପହଁଟେଇଦେମା ମାଟିର ଇ ଚୁଲହାନୁ ପ୍ରେମର ଆଁଚ କହିଉଠବା ମୋର ଦିହର ଇ ହାଁଡ଼ିନ ଦିଲର ପାଏନ ଖଲଖଲାଇ ଫୁଟବା ଆ ସାଙ୍ଗ, ଆଏଜ ଖୋଲ ପୁଟଲି... ସାଗୁଆ ଚାହାର ପତ୍ତି ବାଗିର ସେ ଭଙ୍ଗା-ବିସରା କଥା ସେ ସମ୍ଭାଲ ସୁଖାର କଥା ଇ ପାନିନ ଢାଲିକରି ଦେଖ ଇତାର ରଙ୍ଗ ବଦଲେଇକରି ଦେଖ ଗରମ ଘୁଁଟ ଗୁଟେ ତୁଇ ବି ପିଇବୁ ଗରମ ଘୁଁଟ ଗୁଟେ ମୁଇଁ ବି ପିଇମି ବୟସର ଖରା ଆମେ ବିତେଇଦେଲାଁ ବୟସର ଶୀତ ନାଇଁ ବିତେ ଆ ସାଙ୍ଗ, ଆଏଜ କଥା ହେଇଯିମା ।