ଦାଦନ ଜିଲ୍ଲାରେ ମେସିନ ଖୋଳୁଚି ପୋଖରୀ

ଦାଦନ ଜିଲ୍ଲାରେ ମେସିନ ଖୋଳୁଚି ପୋଖରୀ

Share :

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାସିବାହାଲ ଗ୍ରାମ ପଞ୍ଚାୟତର ନୂଆପଡା ଗ୍ରାମ ପାଖରେ ଥିବା ପୁଝାରୀବନ୍ଧର ପୁନରୁଦ୍ଧାର ଓ ମାଟି କାମ ପଞ୍ଚାୟତ ଜରିଆରେ ଆନମ୍ଭ ହୋଇଥିବା ବେଲେ ମାଟିଖୋଳା କାର୍ଯ୍ୟରେ ଶ୍ରମିକ ନିୟୋଜିତ ନ ହୋଇ  ଜେସିବି ମେସିନ ଲାଗିଛି। ଜିଲ୍ଲାର ଲୋକମାନ କାମଧନ୍ଦା ସନ୍ଧାନରେ ରା୍ୟ ବାହାରକୁ ଦାଦନ ଖଟି ଯାଉଥିବାବେଳେ ଜିଲ୍ଲା ଭିତରେ ହେଉଥିବା ଏପରି ପ୍ରକଳ୍ପରେ ମଣିଷଙ୍କୁ ନିୟୋଜିତ ନକରି ମେସିନ ଲଗାଇବା ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଏହି କାମରେ ଦୁର୍ନୀତି ହୋଇଥିବା ମଧ୍ୟ ସ୍ଥାନୀୟ ରାଜନେତାମାନେ ସନ୍ଦେହ ପ୍ରକାଶ କରିଛନ୍ତି।   ଏହି କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ନଥିବା ଦେଖି ଗ୍ରାମବାସୀଙ୍କ ମନରେ ସନ୍ଦେହ ହୋଇଥିଲା। ସାଧାରଣତଃ ପଞ୍ଚାୟତ ଜରିଆରେ ହେଉଥିବା ମାଟିକାମ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ। ହେଲେ ଶ୍ରମିକ ବଦଳରେ ମେସିନରେ କାମ ହେଉଥିବା ଦେଖି ଗ୍ରାମବାସୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଘଟଣା ସ୍ଥଲରେ ପହଞ୍ଚିବା ବେଳକୁ କୋକସରା ବ୍ଲକ ବିଜେପିର ଏକ ପ୍ରତିନିଧି ଦଳ ସହିତ ଗ୍ରାମବାସୀମାନେ ମାଟିକାମ ବନ୍ଦ କରିଥିଲେ। ଏହା ସହିତ କୋକସରା ବ୍ଲକ ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା ଓ କନିଷ୍ଠ ଯନ୍ତ୍ରୀ ଶମରା କିଣ୍ଡୋ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଉଥିଲେ। ସେମାନେ ଗ୍ରାମବାସୀଙ୍କ ସନ୍ଦେ ମୋଚନ କରିବାକୁ ଯାଇଁ କହିଥିଲେ ଯ ଏହା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଭୁକ୍ତ ନୁହେଁ। ରାଜ୍ୟର କେନ୍ଦ୍ରୀୟ ପାଣ୍ଠିରୁ ମଂଜୁର ହୋଇଥିବା ଦଶଲକ୍ଷ ଟଙ୍କା ବ୍ୟୟବରାଦରେ ଏହି କାର୍ଯ୍ୟ ହେଉଛି ଓ ଏଥିରେ ମେସିନ ଲଗାଇବାର ନିୟମ ରହିଛି ବୋଲି ସେମାନେ କହିଥିଲେ।   କିନ୍ତୁ ବିନା ସୂଚନା ଫଳକରେ କାର୍ଯ୍ୟ ଚାଲିଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଉପସ୍ଥିତ ପଞ୍ଚାୟତ କର୍ମଚାରୀଙ୍କୁ ସୂଚନା ଫଳକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉପସ୍ଥିତ ଗ୍ରାମବାସୀ ଓ ବିଜେପି କର୍ମକର୍ତ୍ତାମାନେ ବ୍ଲକ ଜରିଆରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସୂଚନା ଫଳକ ନଥିବା ଯୋଗୁଁ ସାଧାରଣ ଲୋକେ କୌଣସି ସୂଚନା ପାଇ ପାରୁନଥିବା ଅଭିଯୋଗ କରିଥିଲେ। ବିଜେପି ବ୍ଲକ ମଣ୍ଡଳ ସଭାପତି ପ୍ରମୋଦ ପଣ୍ଡା, ଖୁସିରାମ ରାଉତ, ହରିଜନ ମୋର୍ଚ୍ଚା ଜିଲ୍ଲା ଉପ-ସଭାପତି ରାମଚନ୍ଦ୍ର ପାଣିଗ୍ରାହି, ଗୋଦାବରଷ ପାତ୍ର, ଦୁଗ୍ରାପ୍ରସାଦ ପ୍ରଧାନୀ, ନରେନ୍ଦ୍ର ପ୍ରଧାନୀ, ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Share :