ବିରଜା ମହାପାତ୍ର ଆଉ ଟିକେ କରୁଣାର ହାତ ବଢେଇଦେ ବୋଉ ମୁଁ ଲଙ୍ଘିଯିବି ସବୁ ସ୍ଵପ୍ନିଳ ଆକାଶ ଏମିତି ସମ୍ପତି ହୋଇ ପୁଣି ଫେରିବି ତୋ ପାଦ ତଳେ ନିତିଦିନ ହସି ପାରୁଥିବି | କରୁଣାର ରଙ୍ଗ ନାହିଁ, ବର୍ଣ୍ଣ ନାହିଁ , ଆକାର ବି ନାହିଁ... ପରଲୋକରେ ଯଦି ଭାବିବାର ସାମର୍ଥ୍ୟ ଥାଏ ତୋର ତୁ ବୋଧେ ଝୁରୁଥିବୁ ମୋତେ ମୁଁ ଯେମତି ତତେ ଝୁରୁଥାଏ || ତୁ ମୋ କାନ୍ଥର ଛାୟାଛବି ଏବେ ପୋଛୁ ପୋଛୁ ମନେ ପଡେ ଧୁଳି ମଖା ଚିରା କନା ଦିନେ ତୋର କାନିର ପଣତ ଥିଲା କେତେ ବେଳେ ମୋ ଆଖିରୁ ଲୁହ ପୋଛିଥିଲା ||