ଗାଁକୁ ଫେରିଲା ଭିନ୍ନକ୍ଷମ ଦାଦନର ଶବ

ଗାଁକୁ ଫେରିଲା ଭିନ୍ନକ୍ଷମ ଦାଦନର ଶବ

Share :

କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ଗାଁରେ ମଙ୍ଗଳବାର ଜଣେ ଭିନ୍ନକ୍ଷମ ଦାଦନ ଶ୍ରମିକର ମୃତଦେହ ପହଂଚିଛି। ମୃତ ଶ୍ରମିକର ନାମ ସୁରେଶ ନରସିଂହ ମାଝି ବୋଲି ଜଣାପଡିଛି। ତା’ର ବୟସ ୧୯ ବର୍ଷ। ସେ ପ୍ରାୟ ୧୫ ଦିନ ତଳେ କାମ କରିବା ପାଇଁ ଗ୍ରାମର ସାଥୀ ଶ୍ରମିକମାନଙ୍କ ସହ ବାଙ୍ଗାଲୋର ଯାଇଥିଲେ।   ଘଟଣା ଦିନ ସାଙ୍ଗରେ ଯାଇଥିବା ଶ୍ରମିକ ମାନେ କାମ କରିବା ପାଇଁ ଯାଇଥିବା ବେଳେ ନରସିଂହ ଶ୍ରମିକମାନେ ରହୁଥିବା ଶିବିରରେ ରହିଥିଲେ। ହଠାତ ନରସିଂହ ଗୁରୁତର ହୋଇପଡିଥିଲା। କ୍ୟାମ୍ପରେ ଥିବା ଶ୍ରମିକମାନେ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତଖାନାକୁ ନେଇଥିଲେ। ଡାକ୍ତରଖାନା ନେବା ସମୟରେ ବାଟରେ ତାର ମୃତ୍ୟୁ ହୋଇଥିଲା ବୋଲି ସେଠାକାର ଡାକ୍ତର କହିଥିଲେ। ଶବ ସାଙ୍ଗରେ ଆସିଥିବା ଶ୍ରମିକମାନେ ଏହ କହିଛନ୍ତି। ତେବେ ନରସିଂହକୁ କି ରୋଗ ହୋଇଥିଲା ତାହା କେହି ସ୍ପଷ୍ଟ କରି ନାହାନ୍ତି।   ମଙ୍ଗଳବାର ସକାଳେ ମୃତ ଶ୍ରମିକର ଶବ ଗାଁରେ ପହଂଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଡାଲଗୁମା ଗ୍ରାମ ଉଛୁଳି ପଡିଥିଲା। ମିଳିଥିବା ସୂଚନା ଅନୁସାରେ ଡାଲଗୁମା ଗ୍ରାମର ୪ ଜଣ ଶ୍ରମିକ କାମ କରିବା ପାଇଁ ବାଙ୍ଗାଲୋର ଯାଇଥିଲେ। ଏମାନଙ୍କ ସହ ମୃତ ଦାଦନ ଶ୍ରମିକ ନରସିଂହ ମଧ୍ୟ ଯାଇଥିଲା। ମୃତ ନରସିଂହ ମାଝି ଜଣେ ଭିନ୍ନକ୍ଷମ ବ୍ୟକ୍ତି। ପରିବାର କହିଲେ ବାପା, ମା ଓ ଭିନ୍ନକ୍ଷମ ଭଉଣୀ। ପରିବାରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଭିନ୍ନକ୍ଷମ ନରସିଂହ ଦାଦନ ଖଟିବା ପାଇଁ ବିଦେଶ ଯାଇଥିଲେ।

Share :