ବଜ୍ରାଘାତରେ ବାପଝିଅ ସମେତ ୪ ମୃତ

ବଜ୍ରାଘାତରେ ବାପଝିଅ ସମେତ ୪ ମୃତ

Share :

ମେ ୧ ଓ ୨ ତାରିଖରେ କଳାହାଣ୍ଡିର ଜିଲ୍ଲାର ଦୁଇଟି ସ୍ଥାନରେ ବଜ୍ରପାତ ଘଟି ବାପଝିଅ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଲୋକମାନଙ୍କ ପରିବାର ବର୍ଗ ପାଇଁ ସ୍ଥାନୀୟ ଲୋକମାନେ ଅନୁକମ୍ପା ସହାୟତା ଦାବି କରିଛନ୍ତି।   ମେ ପହିଲା ସନ୍ଧ୍ୟା ୬ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଲସି ପଂଚାୟତର ବୁଢିପଦର ଗାଁର ବାପ ହର ମାଝୀ ଝିଅ ଲୋଚନା ମାଝୀ(୧୦) ଝିଅ ଘରକୁ ସାଇକେଲରେ ଜାମପଡା ଗାଁକୁ ଯିବା ସମୟରେ ଭଟାଖମାର ଗାଁ ନିକଟରେ ହଠାତ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବାପଝିଅଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଛେନା ଗାଁର ଚୂଡାମଣି ମାଝୀ ତା ସ୍ତ୍ରୀ ନନ୍ଦିନୀ ମାଝୀଙ୍କୁ ମୋଟର ସାଇକେଲରେ ନେଇ ଶ୍ବଶୁର ଘର ଗୁଡାଙ୍ଗଗୁଛା ଗାଁକୁ ଯିବା ସମୟରେ ସେହି ସ୍ଥାନରେ ହିଁ ବଜ୍ରପାତ ହେବାରୁ ଚୂଡାମଣିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଫଳରେ ସେଠାରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ତାହାକୁ ନର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଦିଅାଯାଇଥିଲା।   ସେହିପରି ମେ ୨ ତାରିଖ ସନ୍ଧ୍ୟା ୪ଟା ସମୟରେ ଥୁଅାମୁଳ ରାମପୁର ମହୁଲପାଟଣା ଗ୍ରାମ ପଂଚାୟତର ବଡସିକୁଲି ଗାଁରେ ବଜ୍ରପାତ ହେବାରୁ  ନରେନ୍ଦ୍ର ମାଝି(୧୦) ନାମକ ଜଣେ ବାଳକର ମୃତ୍ୟୁ ଘଟିଛିି। ଅନ୍ୟ ଦୁଇଜଣ ବାଳକ ଭୀମ ମାଝି ଓ ବୁର୍ଜା ମାଝି ଗୁରୁତର ଆତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।

Share :