ଆକାଶଛତାରେ ଉଡିବାର ମଜା

ଆକାଶଛତାରେ ଉଡିବାର ମଜା

Share :

ରାଷ୍ଟ୍ରୀୟ ଦୁଃସାହସିକ ସଂସ୍ଥା ଓ ସନ ଗ୍ରୀନ ଭ୍ୟାଲି ପ୍ରାଇଭେଟ ଲିମିଟେଡର ମିଳିତ ଉଦ୍ୟମରେ କୋଣାର୍କ-ପୁରୀ ବେଳାମାର୍ଗ ସ୍ଥିତ ଜଙ୍ଗଲ କ୍ୟାମ୍ପ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆକାଶ ଛତାରେ ଉଡିବାର କୌଶଳ ଶିକ୍ଷା ଦିଆଯାଇଛି। ଏପ୍ରିଲ ୨୭ ତାରିଖ ବୁଧବାର ଅପରାହ୍ନରେ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ଆୟୋଜିତ ଏହି କ୍ରୀଡା ପ୍ରଶିକ୍ଷଣ ଉତ୍ସବରେ ଛାତ୍ରଛାତ୍ରୀମାନେ ଭାଗ ନେଇ ଆକାଶ ଛତାରେ ଉଡିଥିଲେ। ଏହି ଦୁଃସାହସିକ କ୍ରୀଡା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏହି କ୍ରୀଡା ଶିବିରର ଆୟୋଜନ କରାଯାଇଥିଲା ବୋଲି ରାଷ୍ଟ୍ରୀୟ ଦୁଃସାହସିକ ସଂସ୍ଥାର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଭୂୟାଁ କହିଛନ୍ତି। ଏହି ପ୍ରଶିକ୍ଷଣ ଶିବିରରେ ସ୍ଥାନୀୟ ଅଞ୍ଚଳର ଲିଜାରାଣୀ ଗୋଛାୟତ, ମିନତୀ ମୁଦୁଲି, ପୂଜା କାଣ୍ଡି, ରେଶ୍ମାରାଣୀ ପାତ୍ର, ସୌମ୍ୟାସେଫାଳୀ ପାତ୍ର, ପ୍ରିୟମ୍ୱଦା ସ୍ୱାଇଁ, ନିରୁପମା ନାୟକ ଓ ବିଭାସିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆକାଶ ଛତାରେ ଉଡିଥିଲେ। ରାଷ୍ଟ୍ରୀୟ ଦୁଃସାହସିକ ସଂସ୍ଥାର ମୁଖ୍ୟ ପ୍ରଶିକ୍ଷିକା ରୋଜାଲିନ ପଟ୍ଟନାୟକ, ପଦ୍ମଲୋଚନ ପରିଡା, ଉମାଶଙ୍କର ଚିନାରା, ପର୍ଶୁରାମ ଘଡେଇ, ସୁନୀଲ କୁମାର ଡାକୁଆ ଓ କେଦାର କୁମାର ସାହୁ ପ୍ରମୁଖ ଦୁଃସାହସିକ କ୍ରୀଡା ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏହି ସଂସ୍ଥା ପକ୍ଷରୁ ପୁରୀ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ଠାରେ କ୍ୟାମ୍ପ ଆୟୋଜନ କରାଯାଇ ପର୍ଯ୍ୟଟକଙ୍କୁ ଆକାଶ ଛତାରେ ଉଡିବାର ସୁଯୋଗ ଦିଆଯାଉଛି ବୋଲି ରାଷ୍ଟ୍ରୀୟ ଦୁଃସାହସିକ ସଂସ୍ଥାର ନିଦ୍ଦେର୍ଶକ ଭୂୟାଁ ସୂଚନା ଦେଇଛନ୍ତି।

Share :