ବନ୍ଦୀ

ବନ୍ଦୀ

Share :

ଅଖିଳ କୁମାର ମିଶ୍ର   ଯେବେ ବେତ ମାଡ଼ ଖାଇ ବେହୋସ ପଡ଼ିଥାଏ ଅନ୍ୟଥା କାମଦାମ ହାତରେ ବାଜୁ ନଥାଏ ଶୁଖିଲା ଅପରିଷ୍କାର ଚଟାଣରେ ନିଜ ହାତରେ ପୋଡ଼ା ମୁହଁକୁ ଯେବେ ଘୋଡ଼ାଇ ରଖିଥାଏ ଆଙ୍ଗୁଳି ଫାଙ୍କରୁ ମୁଁ ତୁମମାନଙ୍କୁ ନିଜନିଜ ବାଟରେ ଚାଲି ଯାଉଥିବାର ଦେଖେ।   ସାଧାରଣ କାମ ସବୁ ତୁମେ କରୁଥାଅ ବ୍ୟାଗରେ ପରିବା, ହାତରେ ସାଇକଲ କିଏ କିଏ ରିକ୍ସା ବା କାରରେ ପରିବାର ସହ ପଥଚାରୀ, ଅଟୋଯାତ୍ରୀ ଅଥବା ସିଗ୍ନାଲରେ ଛିଡ଼ା।   ତମେ ସବୁ ଛିଡ଼ା ହୋଇଥାଅ ଯାତ୍ରୀଟିଏ, ଦୋକାନୀଟିଏ, ମୂଲିଆଟିଏ, ଚାକିରିଆ ବା ଛାତ୍ର କିମ୍ବା ଭିକାରୀଟିଏ ହୋଇ- ତମ ମୁହଁସବୁ ମତେ ଏକାଭଳି ଲାଗେ କେମିତି ବିଚଳିତ ବିଚଳିତ ବ୍ୟସ୍ତ ଦଉଡ଼ୁ ଦଉଡ଼ୁ ପରସ୍ପର ସହ କଥା ହୋଇଥାଅ।   ମତେ ତମେ ଦେଖିପାର ନାହିଁ, ପାଖରେ ଥାଇ ବି ଜଣାପଡ଼େନି ମୋ ଉପସ୍ଥିତି, ତମ ଧାବମାନ ଜୀବନ ମୋ ପିଠିରେ ପଡ଼ୁଥିବା ଗୋଇଠା ମାଡ଼ ଭଳି ଅପରିବର୍ତ୍ତିତ କାର୍ଯ୍ୟକ୍ରମ ସାଜିଥାଏ।

Share :