ତମେ ଇମିତି କାଇଁକି ହଉଚ?
 
 

ତମେ ଇମିତି କାଇଁକି ହଉଚ?    

Share :

ଡକ୍ଟର କୃତ୍ତିବାସ ନାୟକ   ଭାଇରେ... ତମେ ଇମିତି କାଇଁକି ହଉଚ? ଘରେ ତେଣେ ଛୁଆ ଖାଡ଼ା ଉପାସରେ ମାତାଲ ହେଇକି ଶୋଉଚ।   ରୋଜଗାର କର ଖଟିକି, ସବୁ ତ ଯାଉଚି ଭାଟିକି ସକାଳୁ ସକାଳୁ କିଛି ନଖାଇକି ମଦରେ ମୁହଁକୁ ଧୋଉଚ। ତମେ ଇମିତି କାଇଁକି ହଉଚ?   ଲୋକେ କଉଚନ୍ତି ମଦୁଆ, ପିଲା କଉଚନ୍ତି ଭକୁଆ, ଘରଣୀ କଉଚି ମଲାଣି କଉଠି, କାଇଁକି ସେଗୁଡ଼ା ପିଉଚ? ତମେ ଇମିତି କାଇଁକି ହଉଚ?   ପୁଲିସିକି ଡରି ମରୁଚ, ନାଳରେ ଗଡ଼ିକି ପଡ଼ୁଚ, ପାଗଳ ଭଳିଆ ଗପୁଚ ପିଇଲେ ଭୋକରେ ମାଗିକି ଖାଉଚ। ତମେ ଇମିତି କାଇଁକି ହଉଚ?   ଗାଡ଼ି ଚଳଉଚ ପିଇକି, ଦୁର୍ଘଟଣା କର ନାଇଁକି? ନିଜ ଜୀବନକୁ ମାଟି କରିସାରି ପର ଜୀବନକୁ ନଉଚ। ତମେ ଇମିତି କାଇଁକି ହଉଚ?   ତମେ ତ ଦେଶର ସଂପତ୍ତି, ଘର ପାଇଁ ହୁଅ ବିପତ୍ତି, ତମଠରୁ କିଏ କି ଆଶା ରଖିବ? ଚେତା ହରେଇକି ରଉଚ। ତମେ ଇମିତି କାଇଁକି ହଉଚ?   କେତେବେଳେ ନିଜେ ହସୁଚ, ପୁଣି କେତେବେଳେ ନାଚୁଚ, ଛିଣ୍ଡା ଚପଲକୁ ଅଳିଆରୁ ନେଇ ଦେବତା ମଥାରେ ଥୋଉଚ। ତମେ ଇମିତି କାଇଁକି ହଉଚ? ମେରିଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା

Share :