କୋଣାର୍କରେ ବଢ଼ୁଛି ଦେହ ବ୍ୟବସାୟ

କୋଣାର୍କରେ ବଢ଼ୁଛି ଦେହ ବ୍ୟବସାୟ

Share :

କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ଟୁରିଷ୍ଟ ମାର୍କେଟରେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ଯୁବତୀକୁ ସେଠାରେ କାର୍ଯ୍ୟରତ ଜଣେ ମହିଳା ହୋମଗାର୍ଡ ଉଦ୍ଧାର କରିଥିଲେ। ଏପ୍ରିଲ ୧୧ ତାରିଖ ସୋମବାର ଦିନ ୩ଟା ସମୟରେ କୋଣାର୍କ ଟୁରିଷ୍ଟ ମାର୍କେଟରେ ଜଣେ ଯୁବତୀ ଉତ୍ପାତ କରୁଥିବା ଦେଖି ଲେକେ ସେଠାରେ ଥିବା କୋଣାର୍କ ପୁଲିସ ଆଉଟ ପୋଷ୍ଟକୁ ଖବର ଦେଇଥିଲେ। ଆଉଟ ପୋଷ୍ଟରେ କାର୍ଯ୍ୟରତ ଜଣେ ମହିଳା ହୋମ ଗାର୍ଡ ଘଟଣା ସ୍ଥଳରେ ପହଞ୍ଚି ଯୁବତୀକୁ ଉଦ୍ଧାର କରି କୋଣାର୍କ ଥାନାକୁ ଆଣିଥିଲେ।  ନିଶାସକ୍ତ ଅବସ୍ଥାରେ ଥିବା ଯୁବତୀ ଜଣକ ପୁଲିସ କର୍ମଚାରୀ ଓ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ୱାଦିକମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଥାନାର ମଧ୍ୟ ଉତ୍ପାତ କରିଥିଲେ। ଯୁବତୀ ଜଣକ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ମେଡିକାଲର ଷ୍ଟାଫ ନର୍ସ ବୋଲି ପରିଚୟ ଦେଇଥିବା ବେଳେ ମୁଁ ମୋ ଲଭର ସହ ଆସିଛି ଏବଂ ସେ ମୋତେ ଏଠାରେ ଛାଡି କେଉଁ ଆଡେ ପଳାଇଛି ବୋଲି ବାରମ୍ବାର କହୁଥିଲେ। ଏହି ଯୁବତୀ ଜଣକ ମନ୍ଦ ଉଦ୍ଦେଶ୍ୟରେ ଅର୍ଥ ଉପାର୍ଜନ କରିବା ପାଇଁ କୋଣାର୍କକୁ ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଯୁବତୀ ବିଷୟରେ ତା’ର ପରିବାରକୁ ଖବର ଦିଆଯାଇ ନ ଥିବା ବେଳେ ତାକୁ ନାରୀ ସେବା ସଦନ ପୁରୀକୁ ନ ପଠାଇ ଥାନାରୁ ଏକୁଟିଆ ଛାଡି ଦିଆଯାଇଛି। ଏପ୍ରିଲ ୧୦ ତାରିଖ ବିଳମ୍ୱିତ ରାତିରେ କେତେକ ମଦ୍ୟପ ଯୁବକ ନିଜର କାମଲାଳସା ଚରିତାର୍ଥ କରିବା ପାଇଁ କୋଣାର୍କ ଥାନା ଛକରେ ଦୀର୍ଘ ଦିନରୁ ରହି ଆସୁଥିବା ଏକ ପାଗଳୀକୁ ପାଶବିକ ଅତ୍ୟାଚାର କରିଥିଲେ। ସେହି ଯୁବକମାନଙ୍କ ମଧ୍ୟରୁ ଜେଣ ଯୁବକକୁ ସ୍ଥାନୀୟ ଲୋକେ ଧରି ଥାନା ଜିମା ଦେଇଥିଲେ। ଯୁବକ ଜଣକ କିଛି ସମୟ ଥାନାରେ ବସିବା ପରେ କୁଜି ନେତାଙ୍କ ହସ୍ତକ୍ଷପ ଯୋଗୁଁ ଛାଡ଼ ପାଇଥିଲା। କୋଣାର୍କ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ସେକ୍ସ କାର୍ଯ୍ୟରେ ଲିପ୍ତ ଥିବା ଯୁବତୀମାନଙ୍କ ଆଗମନ ବୃଦ୍ଧି ପାଉଛି। ସହଜରେ ଅର୍ଥ ଉପାର୍ଜନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ  ଯୁବତୀମାନେ ଏଠାକୁ ଆସି ବିଭିନ୍ନ ଲଜରେ ରହିବା ସହ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁବା ସାଧାରଣରେ ଅଭିଯୋଗ ହୋଇଛି। ପୁଲିସର ଉଦାସିନତା ଅନୈତକ କାର୍ଯ୍ୟରେ ଲିପ୍ତ ରହୁଥିବା ଯୁବତୀ ଓ ଲଜ ମାଲିକଙ୍କୁ ସୁହାଉଛି। ପାଠପଢୁଆ ଯୁବକ ଯୁବତୀମାନେ ମଧ୍ୟ ନିଜର କାମଲାଳସା ଚରିତାର୍ଥ କରିବା ପାଇଁ ଏଠାକୁ ଆସିଥାନ୍ତି। 

Share :