ସୂର୍ଯ୍ୟମନ୍ଦିର ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସୂର୍ଯ୍ୟମନ୍ଦିର ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Share :

ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଏଏସଆଇ ପକ୍ଷରୁ ଏପ୍ରିଲ ୯, ୨୦୧୬ ତାରିଖରେ ଆଉ ଏକ ଅତ୍ୟାଧୁନିକ ମେଟାଲ ଡିଟେକ୍ଟର ଲାଗାଯାଇଛି। ଏହାପୂର୍ବରୁ ଗତ ୩୧.୦୧.୨୦୧୬ ତାରିଖରେ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ପର୍ଯ୍ୟଟକଙ୍କୁ ଯାଞ୍ଚ କରିବା ପାଇଁ ଆଉ ଏକ ମେଟାଲ ଡିଟେକ୍ଟର  ଲଗାଯାଇଥିଲା। ଏତଦ ବ୍ୟତିତ ସୂର୍ଯ୍ୟମନ୍ଦିର ପରିସରରେ ସଂଦିଗ୍ଧ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ୨୦୧୫ ମସିହା ଜୁଲାଇ ମାସ ୩୦ରେ ମନ୍ଦିର ଚତୁଃପାର୍ଶରେ ହାଇରିଜୋଲେସନର ୧୯ଟି ଅତ୍ୟାଧୁନିକ ସିସିଟିଭି କେମେରାର କାର୍ଯ୍ୟକ୍ଷମ ହୋଇଛି। ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ କାର୍ଯ୍ୟକ୍ଷମ ହୋଇଥିବା ନୂଆ ଅତ୍ୟାଧୁନିକ ମେଟାଲ ଡିଟେକ୍ଟର ମେସିନ ଦ୍ୱାରା ବିଭିନ୍ନ ପ୍ରକାର ଧାତବ ପଦାର୍ଥ, ମାରଣାସ୍ତ୍ରକୁ ଯାଞ୍ଚ କରାଯାଇ ପାରିବା ସହ କେତେ ସଂଖକ ପର୍ଯ୍ୟଟକ ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ତାର ହିସାବ ରଖାଯାଇପାରିବ। ଏତଦ ବ୍ୟତିତ ସୂର୍ଯ୍ୟମନ୍ଦିର ପରିସରରେ ଲାଗିଥିବା ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଭାରତର ଅନ୍ୟ କୌଣସି ଐତିହ୍ୟ ସ୍ଥାନରେ ସଂଯୋଗ କରାଯାଇ ନାହିଁ। ଏହି ହାଇରିଜୋଲେସନର ସିସିଟିଭି କ୍ୟାମେରା ୨ କିଲୋମିଟର ଦୂରତା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କ୍ଷମତା ରଖୁଥିବା ବେଳେ ଚତୁଃଦିଗକୁ ବୁଲି ସ୍ୱଚ୍ଛ ଫଟୋ ଉତ୍ତୋଳନ କରିବା ସହ ସଂଦିଗ୍ଧ ବ୍ୟକ୍ତି  ଓ ମନ୍ଦିର ପରିସରରେ ଘଟୁଥିବା ବିଭିନ୍ନ ପ୍ରକାର ଆପତ୍ତିଜନକ କାର୍ଯ୍ୟକଳାପ ଉପରେ ନଜର ରଖୁଛି। ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକ, ଗାଇଡ, ଫଟୋଗ୍ରାଫର ଓ ଅସାମାଜିକ ବ୍ୟକ୍ତିଙ୍କ ଆଚରଣ, ଉଚାରଣ ଓ ଉସୃଙ୍ଖଳିତ ବ୍ୟବହାରର ଉପରେ ସିସିଟିଭି କ୍ୟାମେରା ନଜର ରଖୁଥିବା ବେଳେ ପ୍ରତ୍ୟକ ଘଟଣାର ଚିତ୍ର ଉତ୍ତୋଳିତ ହୋଇ କଣ୍ଟ୍ରୋଲ ରୁମରେ ରହୁଛି। ଫଳରେ ବହୁ ସଂଦିଗ୍ଧ ବ୍ୟକ୍ତିଙ୍କ ମନ୍ଦିର ପରିସରକୁ ଆଗମନ ଉପରେ ଲାଗିଛ ଅଙ୍କୁଶ।

Share :