ସୂର୍ଯ୍ୟତାପରେ ସୂର୍ଯ୍ୟ ମନ୍ଦିର ତତଲା ବାଲି!

ସୂର୍ଯ୍ୟତାପରେ ସୂର୍ଯ୍ୟ ମନ୍ଦିର ତତଲା ବାଲି!

Share :

ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟମନ୍ଦିର ସମୁଦ୍ରକୂରେ ଅବସ୍ଥିତ ହୋଇଥିଲେ ମଧ୍ୟ ସୂର୍ଯ୍ୟଙ୍କ କୋପରୁ ବର୍ତ୍ତି ପାରିନାହିଁ। କୋଣାର୍କ ଏନଏସି ଓ ଏହାର ଆଖପାଖ ଅଞ୍ଚରେ ତାପମାତ୍ରା ଦିନକୁ ଦିନ ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଅଗ୍ନିବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଜନଶୂନ୍ୟ ହୋଇ ପଡ଼ୁଛି। ସୂର୍ଯ୍ୟଙ୍କ ପ୍ରଖର କିରଣରେ କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରସ୍ତର ଖଣ୍ଡମାନ ଉତ୍ତପ୍ତ ହୋଇ ମନ୍ଦିର ପରିସରକୁ ଗରମ ପବନରେ ଭରି ଦେଉଛି। ଯାହାଫଳରେ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମନ୍ଦିର ପରିଷରରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମାଗାର ନ  ଥିବା ବେଳେ ମନ୍ଦିର ପରିସରରେ ଥିବା ପାନୀୟ ଜଳର ଷ୍ଟାଣ୍ଡପୋଷ୍ଟ ପାଖରେ ପର୍ଯ୍ୟଟଙ୍କ ଭିଡ ଲାଗିରହୁଛି। ସୂର୍ଯ୍ୟମନ୍ଦିର ବୁଲିଆସୁଥିବା ପର୍ଯ୍ୟଟକମାନଙ୍କଠାରୁ  ଦୈନିକ ଲକ୍ଷାଧିକ ଟଙ୍କା ଆଦାୟ ହେଉଥିଲେ ମଧ୍ୟ ତାହା ସଠିକ ବିନିଯୋଗ ହୋଇପାରୁ ନାହିଁ। କୋଣାର୍କର ସମଗ୍ର ଅଞ୍ଚଳ ବାଲୁକାମୟ ହୋଇଥିବାରୁ ସୂର୍ଯ୍ୟଙ୍କ ପ୍ରଖର କିରଣରେ ବାଲି ଉତ୍ତପ୍ତ ହୋଇ ବହୁତ ସମୟ ପର୍ଯ୍ୟନ୍ତ ବାତାବରଣକୁ ଗରମ କରି ରଖୁଛି। ପ୍ରକୃତି ଦାଉ ସାଧୁଥିବା ବେଳେ ବିଭିନ୍ନ ସମୟରେ ମନୁଷ୍ୟକୃତ ବିଦ୍ୟୁତ କାଟ ବୋଝ ଉପରେ ନଳିତାବିଡା ସଦୃଶ ହୋଇପଡ଼ିଛି। କୋଣାର୍କ ଏନଏସି ମଧ୍ୟରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ତୃଷାର୍ତ୍ତ ଯାତ୍ରୀମାନଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ସଂଗଠନଙ୍କ ପକ୍ଷରୁ ଏଯାଏଁ କୌଣସି ଜଳଛତ୍ର ବା ଜଳଦାନ ଶିବିର କରାଯାଇ ନାହିଁ। ଏସି, କୁଲର ଓ ପଙ୍ଖା ବିନା ରହିବା କଷ୍ଟକର ହୋଇପଡ଼ିଛି। ଦିନ ମଜୁରିଆଙ୍କ କଥା ନ କହିବା ଭଲ ସେମାନେ ଭଗବାନଙ୍କୁ ଭରସାକରି ଗଛ ଛାଇତଳେ ପ୍ରକୃତିଦତ୍ତ ଶିତଳତାକୁ ଅନୁଭବ କରି ବିଶ୍ରାମ ନେଉଛନ୍ତି। ବୁଦ୍ଧୀଜୀବି, ସମାଜସେବୀ ଓ ପରିବେଷବିତଙ୍କ ମତରେ ସମସ୍ତ ନାଗରିକ ଗୋଟିଏ ଗୋଟିଏ ବୃକ୍ଷ ଲଗାଇ ପରିବେଷକୁ ସବୁଜ ବଳୟ ସୃଷ୍ଟି କରିବା ଦିଗରେ  ଏବେରୁ ପ୍ରଏାସ ଜାରି ନ ରଖିଲେ  ଆଗାମୀ ବର୍ଷମାନଙ୍କରେ ଭୟଙ୍କର ଗରମ ଅନୁଭୂତ ହେବ ବୋଲି ମତ ପ୍ରକାଶ କରିଛନ୍ତି।

Share :