ପର୍ଯ୍ୟଟକ ଖେଳିପାରିବେ ଦୁଃସାହାସିକ କ୍ରୀଡା

ପର୍ଯ୍ୟଟକ ଖେଳିପାରିବେ ଦୁଃସାହାସିକ କ୍ରୀଡା

Share :

ଉତ୍କଳ ଦିବସଠାରୁ କୋଣାର୍କ-ପୁରୀର ବେଳାମାର୍ଗର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନଙ୍କୁ  ଦୁଃସାହାସିକ କ୍ରୀଡାର ସୁବିଧା ମିଳିପାରିବ। ରାଷ୍ଟ୍ରୀୟ ଦୁଃସାହାସିକ ସଂସ୍ଥା ଓ ସନ୍ ଗ୍ରୀନ‌୍‍ ଭ୍ୟାଲି ପ୍ରାଇଭେଟ ଲିମିଟେଡର ମିଳିତ ଉଦ୍ୟମରେ କୋଣାର୍କ ହେଲିପ୍ୟାଡ ଠାରେ ପର୍ଯ୍ୟଟକମାନେ ଆକାଶ ଛତାରେ ଉଡିବା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ, କୋଣାର୍କ ଅତିରିକ୍ତ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲ ଦାର ପ୍ରଭାତ ତରାଇ, ରାଷ୍ଟ୍ରୀୟ ଦୁଃସାହାସିକ ସଂସ୍ଥାର ନିର୍ଦ୍ଦେର୍ଶକ ରବୀନ୍ଦ୍ର କୁମାର ଭୂୟାଁ, କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀ, ଜାତିସଂଘର ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ଦାଶଙ୍କ ସମେତ ସନ ଗ୍ରୀନ‌୍‍ ଭ୍ୟାଲି ପ୍ରାଇଭେଟ ଲିମିଟେଡର କର୍ମକର୍ତ୍ତାମାନେ ଉପସ୍ତିତ ରହି ଉଦଘାଟନ କରିଥିଲେ। କୋଣାର୍କ-ପୁରୀ ଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ କୋଣାର୍କର ହେଲିପ୍ୟାଡ଼, ଚନ୍ଦ୍ରଭାଗା ସମୁଦ୍ର କୂଳ, ରାମଚଣ୍ଡୀ ଓ ବେଲଦଳ ସ୍ଥିତ ଜଙ୍ଗଲ କ୍ୟାମ୍ପରେ ବିଭିନ୍ନ ପ୍ରକାର ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରିବାର ସୁଯୋଗ ନେଇ ପାରିବେ। ପର୍ଯ୍ୟଟକଙ୍କୁ ଏହି ସୁବିଧା ଯୋଗାଇ ଦେବା ନିମନ୍ତେ ରାଷ୍ଟ୍ରୀୟ ଦୁଃସାହାସିକ ସଂସ୍ଥା ଓ ସନ ଗ୍ରୀନ‌୍‍ ଭ୍ୟାଲି ପ୍ରାଇଭେଟ ଲିମିଟେଡ ପକ୍ଷରୁ ୨୦୧୬ ମାର୍ଚ୍ଚ ୨୮ ତାରିଖରେ କୋଣାର୍କ-ପୁରୀ ବେଳାମାର୍ଗ ସ୍ଥିତ ବେଲଦଳଠାରେ ଉଦଘାଟିତ ହୋଇ ଯାଇଛି ଜଙ୍ଗଲ କ୍ୟାମ୍ପ। ଉତ୍ସାହୀ ପର୍ଯ୍ୟଟକ, ସ୍ଥାନୀୟ ଅଞ୍ଚଳର କ୍ରୀଡାବୀତ‌୍‍, ଯୁବକ ଯୁବତୀମାନଙ୍କ ମନରେ ଦୁଃସାହାସିକ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଜଙ୍ଗଲ କ୍ୟାମ୍ପ। ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏହି ଜଙ୍ଗଲ କ୍ୟାମ୍ପରେ ରହିବା ଓ ଖାଇବାର ସ୍ୱତନ୍ତ୍ର ବ୍ୟବସ୍ଥା ସହ ବେଳାଭୂମି ପଦଯାତ୍ରା, ଆକଶ ଛତାରେ ଉଡିବା, କାନ୍ଥ ଚଢ଼ିବା, ରୋପିଙ୍ଗ, ରୋପ ବ୍ରିଜ‌୍‍ ଅତିକ୍ରମ କରିବା, ବନ୍ଧୁକ ଚାଳନା, ରବର ବୋଟ ଚାଳନା ଆଦି ଶିଖିପାରିବେ। ରାଷ୍ଟ୍ରୀୟ ଦୁଃସାହାସିକ ସଂସ୍ଥାର ନିର୍ଦ୍ଦର୍ଶକ ଶ୍ରୀ ଭୂୟାଁଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପ୍ରଶିକ୍ଷାର୍ଥୀମାନଙ୍କୁ ଦୁଃସାହାସିକ କ୍ରୀଡା ସଂପର୍କରେ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ପ୍ରଶିକ୍ଷକ ରୋଜାଲିନ ପଟ୍ଟନାୟକ, ପଦ୍ମଲୋଚନ ପରିଡା, ଉମାଶଙ୍କର ଚିନାରା, ବବି ବେହେରା ଓ ପର୍ଶୁରାମ ଘଡେଇ ପ୍ରମୁଖ ପ୍ରଶିକ୍ଷଣ ଦେଉଛନ୍ତି।

Share :