ଚରିତ୍ରହୀନା

ଚରିତ୍ରହୀନା

Share :

ଶୁଭଶ୍ରୀ ଶୁଭସ୍ମିତା ମିଶ୍ର(ଶେଲି)   ଚରିତ୍ର ଟା କେମିତି ନଷ୍ଟ ହୁଏ ? ଏ ଯାଏଁ ଜାଣିପାରିଲାନି ସୁଜାତା। ଖାଦ୍ୟ ନଷ୍ଟ ହୁଏ , ପୁରୂଣା ହେଲେ କପଡା ବି, ରୋଗ ରେ ଦେହ ଆଉ, ଅନେକ ଦିନ ଖାଲି ରହିଲେ ଘର ..., ଚରିତ୍ର ଟା କ’ଣ ? ଖାଦ୍ୟ , ବସ୍ତ୍ର ନା ବାସଗୃହ ଯେ ନଷ୍ଟ ହେଲା? କେମିତି ହେଲା?   କାହିଁ କୋଉଠି ଉଈ ଲାଗିନି ତ? ଫିମ୍ପି ବି ନାହିଁ , ତା ହେଲେ କୋଉ ବାଟେ ପସିଲା ନଷ୍ଟ ହେବାର ପୋକ? ସପ୍ତ ଦ୍ୱାର ବନ୍ଦ କଲା ପରେ ବି କୀଟ ବେଶରେ ଦଂଶି ପାରେ ତକ୍ଷକ। କିନ୍ତୁ ସେଟା ତ ସେ ଯୁଗର କାହାଣୀ! ଆଜିକାଲି ଏମିତି ହଉନି ତ! ତା’ ହେଲେ କ’ଣ ହେଲା, କେମିତି ହେଲା?   ଅନେକ ଦିନ ତଳେ ସେ ଭଲ ପାଉଥିଲା, ପ୍ରେମ କଲେ କ’ଣ ନଷ୍ଟ ହୁଏ ଚରିତ୍ର? କାହାକୁ ପ୍ରେମ କଲେ ନଷ୍ଟ ହୁଏ? ସ୍ୱାମୀକୁ, ପ୍ରେମୀକକୁ, ଗୋଟେ ଆଜଣା ଲୋକକୁ? କନ୍ତୁ ପ୍ରେମ ତ ଏମିତି ହୁଏ ନା। କିଏ କ’ଣ ଦେଖେ କି?   କାହାକୁ କଲା କେମିତି କଲା, ଏତେ ଭାଗମାପ ମିଶାଣ ଫେଡାଣ କ’ଣ ସତରେ ପ୍ରେମରେ ଚଳେ? ଏତେ କଥା ପରେ ବି ମନେ ପଡୁନି ସୁଜାତାର କେମିତି ନଷ୍ଟ ହେଲା ଚରିତ୍ର? ଉଈ ଖାଇଲା ନା ପଚିସଢି ଗଲା?

Share :