ଆମର ଗାଁଆର ମଶାନ ପଦା

ଆମର ଗାଁଆର ମଶାନ ପଦା

Share :

ପଦ୍ମଶ୍ରୀ ହଳଧର ନାଗ   ଆମର ଗାଁଆର ମଶାନ ପଦା ବେଲବୁଡ଼ାକେ କୁଲିହା ଭୁକେ ହୁଁଡ଼ାର ହୁଦାହୁଦା ଆମର ଗାଁଆର ମଶାନ ପଦା।   ଆଖିପାଖି ଘର ଆମବୁରେଇ ପୋଲବାନ୍ଦୁ ଆର ଜିଇଁ ଚରେଇ ଗଗଉଥିସନ ଗହକି କରି ଇ ଗଛ ସେ ଗଛ ବୁଲି କିନ୍ଦିରି ରୁଡ଼କି ତରେ ଝାପଡ଼ୁ ବରେଁ ମଶାନ ମାଉଲିର ଗୁଧା ଆମର ଗାଁଆର ମଶାନ ପଦା।   ମାଉଲି ଖେଲସି ଡାହି ମାକରି ହୁଲହୁଲି ଦେସି କିରଲି ପାରି ସର ସର ମାରେ ଧୁଏଲ ସରଡ଼ା ଖର ଖର ବାଜେ ତାଲ ବରଡ଼ା ଦୁଲି ଝୁଲସି ଜୁଏ ଜଲସି ଯେନତା ହୁଏଲ ଗଦା ଆମର ଗାଁଆର ମଶାନ ପଦା।   ଉଆଁସ ରାତି ଟଁଡହେଇ ଚରେ ଠୁଁଡିର ଉପରେ ବଏଠା ଧରେ ସରବ ନଙ୍ଗଲି ଝିତରି ମୁଡି ଚରୁଥିସି ବୀର ବାହାନେ ଚଢ଼ି ଦାବଖର ଟୁଁଡେ ଉପର ଗୁଡେଁ କରସି ନରଦା କୁଦା ଆମର ଗାଁଆର ମଶାନ ପଦା।   କୁଁଥସି ପେତେନ କଁଚା ପିଲାତି ଅଁହେ ଅଁହେ କରେ ଛୁଆ ସେକାଥିଁ କାଁଡେ ଲେଖା ନଖ ବାହାର କରି ଲୁକକୁ ଦେଖାଲେଁ ଧାଏଁ ଆପରି ଠେଗୁଆଁ ମଶାନ ବାହାର ହେସି ତାର ବଡ଼ଖା ଦଦା ଆମର ଗାଁଆର ମଶାନ ପଦା।   ନସେନ ପାଙ୍ଗେନ ଦେବତା ଧରା ଗୁନିଆଁ କରସି ଫୁକାଝରା ଖୁନ କପଟ ପେଶେନ ବାନ ଅଏଁଛା ବଟାସି ମଶାନ ଠାନ କାଲି କୁକରା ପଟକେଁ ହେସନ ଦେବତା ପେତେନ ସିଧା ଆମର ଗାଁଆର ମଶାନ ପଦା।   ମଶାନ ପଦାକେ ଦେଖଲେ ଡର ମଶାନ ପଦାଟା ଅସଲ ଘର ମଶାନ ପଦାକେ ଗଲେନ ଯେତେ ଆର ଭି ଯିମାନ କେତିନି କେତେ ସଭେ ଯାକର ରୁଁଡ ପୁଡ଼ାନୁ ଠାନେକେ ହେମା ଗଦା ଆମର ଗାଁଆର ମଶାନ ପଦା।

Share :