ବୁଦ୍ଧିଜୀବୀ

ବୁଦ୍ଧିଜୀବୀ

Share :

ରବି କାନୁନଗୋ   Intellectuals solve problems, geniuses prevent them. – Albert Einstein ଦି’ନ‌୍ ବଞ୍ଚୁଥିବା ମଣିଷ। କେହି ବିଶ୍ୱାସ କରନ୍ତୁ କି ନା, ହେଲେ ଏ ଲୋକ ଅବଶ୍ୟ ଅଛନ୍ତି ଏବଂ ପ୍ରଚୁର ପରିମାଣରେ। ଗତକାଲି ବୋଲି ଦିନଟିଏ ଥିଲା - ଏକଥା ଆପେ ମନେ ରହେ, କାରଣ ସେଦିନ ତା’ର ଆକ୍ସିଡେଣ୍ଟ ହୋଇନଥାଏ ବା ପୁଲିସ କି ମୁନିସପାଲଟିବାଲା ନାଲି ଆଖି ଦେଖେଇନଥା’ନ୍ତି। ଆସନ୍ତାକାଲି? ଏତେ ଦୂର ଅନେଇବାକୁ ତର ପାଏନି। ଦିନରେ ଖଟୁ ଖଟୁ ରାତି ଆସି ଯାଏ। ନିଦ ଭାଙ୍ଗିଲାବେଳକୁ ଆଉ ଦିନେ। ବଞ୍ଚିବା ଗରଜରେ କଳ୍ପନାର ସ୍ୱପ୍ନ ଦେଖିବା ଅଭ୍ୟାସ କରି ନଥା’ନ୍ତି ସେମାନେ। ଯେହେତୁ ଇଚ୍ଛାର ମାନସାଙ୍କ ଜଣା ନଥାଏ ଜୀବନ ପାଇଁ ଭବିଷ୍ୟତ ସୌରଭର କି ଗଣିତ କଷିବେ ବା କି ସ୍ୱପ୍ନ ଦେଖିବେ ସେମାନେ? ସୁନ୍ଦରୀ ମନର ଯାତନା କ’ଣ ଏବଂ ତାକୁ ନେଇ କବି ମନର କଳ୍ପନା କ’ଣ - ଏ ତୁଳନା ବିପିଏଲ ହିସାବ ଓ ସରକାରୀ ଯୋଜନା-ଆୟୋଜନ ପରି! କାହାକୁ ରୂପସୀ କହି ତା ନାଁରେ ଗୀତ ଫାନ୍ଦିବାକୁ ଜୟଦେବ କି ଭଞ୍ଜ କବିମାନେ ବହୁ ସଂଖ୍ୟାରେ ମିଳନ୍ତି। ସେ କାମପୀଡ଼ିତା କି ବିଳାସିନୀ ନୁହେଁ ସେକଥା କହିବାକୁ ସେ ବେଳ ପାଏନି। ଗରିବଙ୍କ ଲାଗି ସରକାର ଭାବନ୍ତି କ’ଣ ଓ ଗରିବ ନିଜ ଲାଗି ଭାବେ କେମିତି? ‘ମୁଁ ସବୁଦିନ ଗରିବ ରହିବି’ - ଏକଥା କୌଣସି ଗରିବ କେବେ ବି ଭାବିବା ସମ୍ଭବ ନୁହେଁ। ଅପରନ୍ତୁ, ଦୃଢ଼ ସରକାରଗୁଡ଼ିକ ଗଣତନ୍ତ୍ରକୁ ମଜବୁତ ରଖିବା ପାଇଁ ‘ଗରିବ’-ଗଠନ ଶିଳ୍ପକୁ ଓଭର‌୍‍ଟାଇମ‌୍‍ କରି ବଢ଼େଇ ଚାଲିଛନ୍ତି କୋମଳ ଲଳିତ ନାମକରଣ ସହ ଏବଂ ବେଶ‌୍‍ ପୁଞ୍ଚି ବିନିଯୋଗପୂର୍ବକ। ସେଥିପାଇଁ ଅତୀତର ଗରିବ ଉପିାଦନକାରୀ କୁଟୀର ଶିଳ୍ପଗୁଡ଼ିକ ଏବେ ଗୁରୁଶିଳ୍ପରେ ପରିଣତ ହୋଇଛି। ଆସନ୍ତାକାଲି ପାଇଁ ଆଜି ବଞ୍ଚିବା ପରି ଦୀର୍ଘସୂତ୍ରୀ ଆଦର୍ଶ ଆଉ ଗୋଟେ କଥା। ସେପରି ବିଶ୍ୱାସରେ ବଞ୍ଚୁଥିବା ଲୋକ ସଂଖ୍ୟାରେ ଅଧିକ। ସେମାନେ ମୃତ୍ୟୁର ମାୟାକୁ ପ୍ୟାକେଟ‌୍‍ରେ ପୂରେଇ ‘ଜୀବନ-ବୀମା’ ବୋଲି କହି ସେଥିପାଇଁ ପ୍ରିମିଅମ‌୍‍ ଦିଅନ୍ତି। ଟିଭିରେ ବଜାର ଦର ନଦେଖି, ରାଶିଫଳ କି ରିଏଲିଟି-ସୋ’ ଦେଖନ୍ତି। ଧର୍ମପରାୟଣ ହୋଇଥିଲେ, କିଛି ବାବା-ଜ୍ଞାନ ବି ଶୁଣନ୍ତି। ପୃଥିବୀର ସବୁ କଥା ଜାଣନ୍ତି। ଏମିତି ଟିକେଟିକେ ପବିତ୍ର ଓ ଟିକେଟିକେ ପାପ ମିଶେଇ ସମସ୍ତେ ଆଉ କିସମର ମଣିଷ। ସେମାନେ ପ୍ରାୟ ବର୍ତ୍ତମାନ କାଳରେ ବଞ୍ଚିବା ଶଖି ନଥା’ନ୍ତି।  ‘ବୁଦ୍ଧିଜୀବୀ’ - ହାତ ଯୋଡ଼ି କହୁଚୁ, ଏହା ଏକ ଭୟାନକ ଶବ୍ଦ! ସେମାନେ କୁଆଡେ଼ ବେଶି ଗରିବଙ୍କ କଥା ଭାବନ୍ତି। ସେମିନାର ସିମ୍ପୋସିଅମ କରନ୍ତି। ମିଡ଼ିଆରେ ଶବ୍ଦ କରି କମ୍ପେଇ ଦିଅନ୍ତି। ଏମାନେ ନିଜକୁ ନିର୍ବାକ ଜନଗଣଙ୍କ ପ୍ରତିନିଧି ବୋଲି ଦାବି କରନ୍ତି। ମୋଟେ ନିଜ କଥା କହନ୍ତିନି। ଯେତେପ୍ରକାର ପ୍ରଚଳିତ ଆଇନ, ସଂସ୍କାର ବା ପରମ୍ପରା ଥାଏ ସବୁରି ବିରୋଧରେ ଆଗେ ମନ୍ଦ ଟିପ୍ପଣୀ ଦିଅନ୍ତି। ବିକଳ୍ପରେ ‘ଭଲ’ କ’ଣ ପଚାରିଲେ, ଷ‹ ବଦଳରେ ବଳଦଟେ ଠିଆ କରେଇ ଦିଅନ୍ତି। ଏ ଦୁଇଟିଯାକ ଆବେଗ ପରସ୍ପର ବିରୋଧୀ! ‘ଗରିବ’ ସମ୍ୱିଧାନ, ଧର୍ମ, ଶାସ୍ତ୍ର କି ସଂସ୍କାର କିଛି ତିଆରି କରି ନଥିଲା। ନିର୍ମାଣ ବେଳେ ତା’ ମତ କେହି ଲୋଡ଼ି ନଥା’ନ୍ତି। ଅଥଚ ସେ ସେସବୁକୁ ସଲାମ ମାରୁଥାଏ ଦୁଇଟି କାରଣ ପାଇଁ। ଏକ - ମା’ କହୁଥାଏ, ଅମୁକ ତା’ ବାପା। ଲାଜରେ ଗରିବ ପଚାରି ପାରେନି - ମା’ ଲୋ, ତୋ ରାତି ଠିକ‌୍‍ ଥିଲା ତ! ଦୁଇ - ବୋଧହୁଏ ଏ ପୁସ୍ତକଗୁଡ଼ିକରେ କିଛି ବଳ ଅଛି ଯାହା ମତେ ଗରିବରୁ ଉପରକୁ ଯିବାକୁ ଦେବ ନାହିଁ। ବଶମ୍ୱଦ ଭାବେ ସେ ଜଣେ କାହାକୁ ତ ପୁଣି ସଲାମ କରିବ। ସିଂହାସନରେ ଛେଳି ବସିଥିଲେ ବି ସେ ଯୁବରାଜ!

Share :