କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

Share :

ପ୍ରତିବର୍ଷ ଭଳି ଚଳିତ ବର୍ଷ ହୋଲି ଅବ୍ୟବହିତ ପୂର୍ବରୁ କିସ୍ ପରିସରରେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚିତ୍ରାଭିନେତା, ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ବୁଧବାର ଅବିର ପର୍ବ ଅାୟୋଜିତ ହୋଇଯାଇଛି। ଏଥିରେ କିସର ସମସ୍ତ ଛାତ୍ରଛାତ୍ରୀ ରଙ୍ଗଖେଳି ହୋଲିର ମଜା ନେଇଥିଲେ। ଅପରାହ୍ନରେ ଶ୍ରୀବାଣୀ କ୍ଷେତ୍ରରେ ଶ୍ରୀଜୀଉମାନଙ୍କଠାରେ ଅବିର ଲାଗି ପରେ ଏହି ରଙ୍ଗକୁ ସମସ୍ତଙ୍କ ମଧ୍ୟରେ ବୋଳା ଯାଇଥିଲା। ପାରମ୍ପରିକ ଭାବେ ସଜ୍ଜିତ ରାଧାକୃଷ୍ଣଙ୍କ ବେଶରେ ଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତା, କଳାକାରମାନେ ରଙ୍ଗ ବୋଳିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, ଅଭିନେତା ଉତ୍ତମ ମହାନ୍ତି, କଳାକାର କୁନା ତ୍ରିପାଠୀ, ସବ୍ୟସାଚୀ ମିଶ୍ର, ସଂଗୀତା ଗୋସାଇଁ, ବନମାଳି ପାଣ୍ଡିଅା, ଦେବୁବ୍ରହ୍ମା, ହାଡୁ, ବିଜୟ ମଲ୍ଲ, ସୁବାସ ଦାସ, ଅରୁଣ ମନ୍ତ୍ରୀ, ଶରତ ନାୟକ, ଗୁନ୍ଗୁନ୍, ଝିଲିକ ଚକ୍ରବର୍ତ୍ତୀ, ଶାନ୍ତିଲତା ବାରିକ, ଗୁଡୁ, ଅାକାଙକ୍ଷା କବି, ଆର୍ଯ୍ୟାନ୍, ପ୍ରିୟାଂଶୀ, ଅଙ୍କିତ, ସ୍ବରାଜ, ସଂଳାପକାର ଡ. ରଜନୀ ରଞ୍ଜନ, ଚଳଚ୍ଚିତ୍ର ସମୀକ୍ଷକ ଦିଲିପ ହାଲି, ସମାଜସେବୀ ଦିଲିପ ଶ୍ରୀଚନ୍ଦନ, କ୍ରୀଡ଼ାବିତ୍ ଭାଲିନା ଭାଲେଣ୍ଟିନା, ଲିଙ୍କନ୍ ସୁବୁଦ୍ଧି, ଅନୁରାଧା ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କଟକ ଓ ଭୁବନେଶ୍ବର ମାରୱାଡ଼ି ସମାଜରୁ ମହେନ୍ଦ୍ର ଗୁପ୍ତା, ବିଜୟ ଖଣ୍ଡେଲ୍ାଲ୍, ଓମ୍ ପ୍ରକାଶ ଅଗ୍ରୱାଲ୍, କିଶନଲାଲ ଭରତିଅା, ଅଜୟ ଅଗ୍ରୱାଲ୍ ଓ ଡ. ଅକ୍ଷୟ ଖଣ୍ଡେଲ୍ାଲ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ସହ ଅବିର ଖେଳିବା ସହ ନୃତ୍ୟ, ସଂଗୀତ, ସଂଳାପ ଓ ହାସ୍ୟରସରେ ପିଲାମାନଙ୍କ ମନୋରଞ୍ଜନ କରିଥିଲେ। ସୂଚନାଯୋଗ୍ୟ, ପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ସକାଶେ ଏହି କାର୍ଯ୍ୟକ୍ରମ ଅାୟୋଜନ କରାଯାଇଥାଏ।

Share :