ହରିଣଙ୍କ ପ୍ରତି ବିପଦ ବେଳାମାର୍ଗ!

ହରିଣଙ୍କ ପ୍ରତି ବିପଦ ବେଳାମାର୍ଗ!

Share :

ଗୁରୁବାର ମଧ୍ୟାହ୍ନରେ କୋଣାର୍କ ହେଲିପ୍ଯାଡ଼ ନିକଟରେ ଅଜଣା ଗାଡି ଧକ୍କାରେ ଗୋଟିଏ ଛୁଅା ହରିଣ ଗୁରୁତର ଅାହତ ହୋଇଛି। କୋଣାର୍କ-ପୁରୀ ବେଳାମାର୍ଗ ଦେଇ ଯାତାୟତ କରୁଥିବା କୌଣସି ଏକ ଦ୍ରୁତଗାମୀ ଗାଡ଼ି ରାସ୍ତା ପାରି ହେଉଥିବା 1 ବର୍ଷର ହରିଣ ଛୁଅାକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଖସିଯାଇଥିବା ବେଳେ ଛୁଅା ହରିଣଟି ଗୁରୁତର ଅାହତ ହୋଇଛି। ଗାଡ଼ି ଧକ୍କାରେ ହରିଣ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅାହତ ହରିଣକୁ ଉଦ୍ଧାର କରି ପଶୁ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ଚିକିତ୍ସା କରାଇଥିଲେ।  କୋଣାର୍କ-ପୁରୀ ବେଳାମାର୍ଗରେ ବିଭିନ୍ନ ସମୟରେ ଗାଡ଼ି ଧକ୍କାରେ ହରିଣ ସମେତ ବିଭିନ୍ନ ବନ୍ୟ ପ୍ରାଣୀ ମୃତାହତ ହେଉଛନ୍ତି।  ଏହି ବେଳାମାର୍ଗଟି ହରିଣଙ୍କ ପାଇଁ ସଂରକ୍ଷିତ ଝାଉଁଜଙ୍ଗଲ ମଧ୍ୟଦେଇ ଯାଇଥିବାରୁ ପାଣି ଓ ଖାଦ୍ୟ ଅନ୍ବେଷଣରେ ହରିଣମାନେ ବିଚରଣ କରୁଥିବା ସମୟରେ ବେଳାମାର୍ଗ ଉପରକୁ ଚାଲିଅାସୁଛନ୍ତି। ଫଳରେ ଏହି ବେଳାମାର୍ଗ ଦେଇ ଯାତାୟତ କରୁଥିବା ଯାନବାହାନର ଚାଳକମାନେ  ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଥିବା ସୂଚନା ଫଳକ ନ ଦେଖି ଦ୍ରୁତଗତିରେ ଗାଡ଼ି ଚଳାଇ ଯାଉଥିବା ସମୟରେ ହରିଣମାନେ ରାସ୍ତା ଉପରକୁ ଚାଲିଅାସି ଅାହତ ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି। ବନବିଭାଗ ତୁରନ୍ତ ବେଳାମାର୍ଗର ଉଭୟ ପାର୍ଶ୍ବରେ ହରିଣଙ୍କୁ ସୁରକ୍ଷା ଯୋଗାଇଦେବା ନିମନ୍ତେ ବିଭିନ୍ନ ପ୍ରକାର ସୂଚନା ଫଳକମାନ ଲଗାଇ ଯାନବାହାନର ଚାଳକମାନଙ୍କୁ ସଚେତନ କରାଇପାରିଲେ ଅନ୍ତତଃ ପକ୍ଷେ ସଡ଼କ ଦୁର୍ଘଟଣାରୁ ହରିଣମାନଙ୍କୁ ରକ୍ଷା କରାଯାଇପାରିବ ବୋଲି ପରିବେଶବିତିମାନେ ଦାବି କରିଛନ୍ତି।

Share :