କୋଣାର୍କରୁ ଲକ୍ଷଲକ୍ଷ ଟନ ବାଲି ଲୁଟ

କୋଣାର୍କରୁ ଲକ୍ଷଲକ୍ଷ ଟନ ବାଲି ଲୁଟ

Share :

ଜୈବ ଓ ଜଳ ବିବିଧତା ନଷ୍ଟ   ବର୍ଷବର୍ଷ ଧରି ପ୍ରତ୍ୟହ ଟ୍ରାକ୍ଟର ଯୋଗେ ହେଲିପ୍ୟାଡ୍, ଚନ୍ଦ୍ରଭାଗା ନିକଟସ୍ଥ ଜଙ୍ଗଲ, କୋଣାର୍କ-ପୁରୀ ବେଳାମର୍ଗ, ଭଗବତୀ ମନ୍ଦିର ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ସମତଳ ଅଞ୍ଚଳରୁ ଶହଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ବର୍ଷ ବର୍ଷ ଧରି ହେଲିପ୍ୟାଡ଼, ଚନ୍ଦ୍ରଭାଗା  ଓ ଭଗବତୀ ମନ୍ଦିର ପଛପଟେ ଥିବା ସରକାରୀ ଜଙ୍ଗଲ ଜମିରୁ ବାଲି ଖୋଳାଯାଇ ଶହ ଶହ ଟ୍ରିପ୍ ବାଲି ବୁହା ଚାଲିଛି ା ଅବାଧରେ ଦୈନିକ ଶହଶହ ଟ୍ରିପ ବାଲି ବୁହା ହେଉଥିବା ଯୋଗଁୁ ଏ ଅଞ୍ଚଳ ଏବେ ହ୍ରଦରେ ପରିଣତ ହୋଇ ଗଲଣି ା ଭବିଷ୍ୟତରେ ଏ ଅଞ୍ଚଳରେ କୌଣସି ଉନ୍ନତିକରଣ କାର୍ଯ୍ୟ କରାଗଲେ ଅନ୍ୟ ଅଞ୍ଚଳରୁ ବାଲି ଅଣାଯାଇ ଏଠାରେ ସୃଷ୍ଟି ହୋଇଥିବା ଖାଲ ସବୁ ପୋତିବାକୁ ପଡିବ ା ସରକାରଙ୍କ ମାଲିକାନାରେ ଥିବା ଏହି ସବୁ ଅଞ୍ଚଳରୁ ବାଲି ଉଠାଣ ଫଳରେ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି ା ଏଠାରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜସ୍ବ ବିଭାଗର ବିନା ଅନୁମତିରେ ଶହ ଶହ ଟ୍ରିପ ବାଲି ଉଠାଣ ନିତି ଦିନିଆ ଘଟଣାରେ ପରିଣତ ହୋଇଛି ା ଯେଉଁମାନେ ସରକାରଙ୍କୁ ରୟାଲିଟି ଦେଉଛନ୍ତି  ସେମାନେ ନିର୍ଦ୍ଧାରିତ ଟ୍ରିପରୁ ଅଧିକ ଟ୍ରିପ ବାଲି ଉଠାଇ ଅଧିକ ଲାଭାନ୍ବିତ ହେଉଥିବା ବେଳେ ରାଜସ୍ବ ବିଭାଗର ସିଂହଭାଗ ରାଜସ୍ବ ହରିଲୁଟ ହେବାରେ ଲାଗିଛି ା ରାଜସ୍ବ ବିଭାଗର କେତେକ ଅସାଧୁ କର୍ମଚାରୀ ଓ  ଦଲାଲଙ୍କ ପକେଟକୁ ମୋଟା ଅଙ୍କର ଫାଇଦା ଯାଉଛି। ପ୍ରଶାସନର ଦୃଷ୍ଟି  ଆଢୁଆଳରେ ଚାଲିଥିବା ଏହି ବେନିୟମ କାର୍ଯ୍ୟକୁ ସ୍ଥାନୀୟ କିଛି କୁଜି ନେତା, ଟ୍ରାକ୍ଟର ମାଲିକ ଓ ଦଲାଲ ସହାୟତାରେ ପ୍ରତ୍ୟେକ ଦିନ ଶତାଧିକ ଟ୍ରିପ୍ ବାଲି ଚୋରାରେ ବିକ୍ରୀ କରାଯାଉଛି ା ଟ୍ରାକ୍ଟରରେ ବାଲିଘୋଡା ହୋଇ ଯାଉ ନ ଥିବାରୁ  ରାସ୍ତାରେ ଯାଉଥିବା ଲୋକଙ୍କ ଆଖିରେ ବାଲି ପଡି ବିଭିନ୍ନ ସମୟରେ ଦୃର୍ଘଟଣାମାନ ଘଟୁଥିବାର ଅଭିଯୋଗ ହୋଇଛି। ତତ୍ ସହିତ ପରିବେଶ ପ୍ରଦୂଷଣ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଅବାଧ ବାଲି ଲଟ୍ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜୈବ ଓ ଜଳ ବିବିଧତା ମଧ୍ୟ ନଷ୍ଟ ହେବାରେ ଲାଗିଛି। କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ହେଉଥିବା ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟରେ ଏହି ଲୁଣି ବାଲି ବ୍ୟବହାର ହେଉଥିବାରୁ ନିର୍ମାଣର ସ୍ଥାୟିତ୍ବ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଲୁଣି ବାଲିରେ କଂକ୍ରିଟ ନିର୍ମାଣ ନିୟମ ବିରୁଦ୍ଧ। ଏହି ଚୋରା ବାଲି ଚାଲାଣ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଭଗବତୀ ପୀଠ, ହେଲିପ୍ଯାଡ୍ ଓ ଚନ୍ଦ୍ରଭାଗା ନିକଟସ୍ଥ ଅଞ୍ଚଳରୁ  ପ୍ରତ୍ୟେହ ବାଲି ଚାଲାଣ ହୋଇ କୁତୃିମ୍ର ହଦ୍ର ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଜାଣିନପାରିବା ପରିତାପର ବିଷୟ। ଏପରିକି ଚନ୍ଦ୍ରଭାଗା ସମୁଦ୍ର କୂଳରେ ଥିବା ଲୁଣି ବାଲି ମଧ୍ୟ ବାଲି ମାଫିଆଙ୍କ କବ୍ଜାରୁ ବାଦ୍ ପଡିନାହଁ। ରାଜସ୍ବ ବିଭାଗର ରାଜସ୍ବ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କୋଣାର୍କ ତଥା ଏହାର ନିକଟବର୍ତ୍ତି ଅଞ୍ଚଳରେ ରାଜସ୍ବ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସ୍ବାର୍ଥବାଦୀ ନୀତି ଯୋଗଁୁ ରାଜସ୍ବ ବିଭାଗର ସିଂହ ଭାଗ ରାଜସ୍ବ କ୍ଷତି ହେବାରେ ଲଗିଛି ା ନିଜ ସ୍ବାର୍ଥ ସାଧନ ପାଇଁ ଉକ୍ତ ବିଭାଗର କର୍ମଚାରୀମାନେ ଆଖିବୁଜି ଦେଇଥିବା ବେଳେ ଗୋପ ଓ କୋଣାର୍କ ତହସିଲ ଅଧୀନରେ ଥିବା ବାଲିବନ୍ତଗୁଡିକୁ ରାଜସ୍ବ ବିଭାଗ ପକ୍ଷରୁ 144 ଧାରା ଜାରି କରା ଯାଇଥିଲେ ମଧ୍ୟ ଦୈନିକ ଟ୍ରାକ୍ଟର ମାଧ୍ୟମରେ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ କରାଯିବା ପଛରେ ପୁଲିସ ବିଭାଗର ମଧ୍ୟ ସହଯୋଗ ରହିଥିବା ସାଧାରଣରେ ସନ୍ଦେହ ପରିସରଭୁକ୍ତ। ସ୍ଥାନୀୟ ଅସାଧୁ କର୍ମଚାରୀ ନିଜର ବ୍ୟକ୍ତିଗତ ଫାଇଦା ହାସଲ କରି ବାଲି ମାଫିଆଙ୍କୁ ପରୋକ୍ଷରେ ସହଯୋଗ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଚୋରା ବାଲି ଚାଲାଣକୁ ବନ୍ଦକରିବା ସହିତ ଏହାର ତଦନ୍ତ କରାଯାଇ ମାଫିଆମାନଙ୍କ ସହିତ ହାତ ମିଳାଇ ରାଜକୋଷ ଲୁଟ୍ କରିଥିବା ଅସାଧୁ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋଣାର୍କକୁ ବାଲି ମାଫିଆଙ୍କ କବଳରୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି ହେଉଛି। ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରୁ ଖୁଲମଖୁଲା ବାଲି ଚାଲାଣ ଯୋଗୁଁ ପରିବେଶ ଅସନ୍ତୁଳିତ ହେବା ନେଇ ପରିବେଶବିତମାନେ ଉଦବେଗ ପ୍ରକାଶ କରିଛନ୍ତି ା

Share :