ପ୍ରିୟତମା

ପ୍ରିୟତମା

Share :

    ଗିରିଜା କୁମାର ବଳୀୟାରସିଂହ   ଦିନ ଦିନ ଗଡ଼ିଯାଉ । ଚିହ୍ନ ପଛେ ଲିଭିଯାଉ ମନୁ ଜଳନା ଗୋ ଜେମାଦେଇ ! କଳନା ଏ ଛଳନାର ଛାଇ ତୋଳନା ତୋଳନା ତାରା ତାତିଭର୍ତ୍ତି ରାତିର ଏ ବନୁ କାଗଜ କଳିକା ହୋଇ ମାଟକୁଣ୍ଡେ ମୋଟେ ଫୁଟନାଇଁ !   ମାସ ମାସ ମାଟି ହେଉ । ତିଥି ତକ ହେଉ ପଛେ ଇତି ଲବଣୀର ପିତୁଳା ମୋ ! ଲୁହା ହୋଇ ଯାଅନା ତରଳି ଅଙ୍କା ଆକ୍ଷି ଆଗେ ପଛେ- ବଙ୍କା ଦିଶୁ ଜହ୍ନର ଜ୍ୟାମିତି ମିଛୋଇ ମାନିନୀ ହୋଇ ଭାଙ୍ଗନା ଏ ମନର ମୁରଲୀ !   ବର୍ଷ ବର୍ଷ ବିତୁ ପଛେ ସ୍ପର୍ଶହୀନ, ବର୍ଣ୍ଣହୀନ ହୋଇ ବସନ୍ତର ବଧୂଲି ମୋ ! ବିକନାଇଁ ବାସନା ବନସ୍ତେ ବୟସର ବର୍ଷାଋତୁ ବିନତି ମୁଁ କରେଁ, ଦୀନ ହୋଇ ହେମର ହରିଣୀ ହୋଇ ହଜନା ଏ ହେମାଳ ହେମନ୍ତେ !   ହେ ନାରୀ ! ତୁମରି ତୁଠେ- ତୋଳେ ଅବା ନତୋଳେ ମୁଁ କଇଁ କଳଙ୍କରେ କାଳଜୟୀ...ବିରହରେ ମୁଁ ଚିର ବିଜୟୀ !!

Share :