ଶାସକ ଦଳ ଚକ୍ରବ୍ୟୁହରେ ଫସିଲେ ରମେଶ

ଶାସକ ଦଳ ଚକ୍ରବ୍ୟୁହରେ ଫସିଲେ ରମେଶ

Share :

    ଦକ୍ଷିଣାଞ୍ଚଳ ଆଇଜି ଅଫିସ ଘେରିବ କଂଗ୍ରେସ   ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବ୍ରହ୍ମପୁର ମହାନଗର ନିଗମର ୬ ନଂ ଉଆର୍ଡ଼ କର୍ପୋରେଟର୍ ରଂଜିତ କୁମାର ନାୟକଙ୍କ ଘର ଉପରକୁ ବୋମାମାଡ଼ ଘଟଣାର ତଦନ୍ତ ସମୟରେ ବୋମାମାଡ଼ ଘଟଣାର ଅଭିଯୁକ୍ତ ପ୍ରେମ ଚନ୍ଦ୍ର ପଣ୍ଡା ଓରଫ ବାପି ଭୁବନେଶ୍ବରରେ ଲୁଚିଥିବା ସୂଚନା ମିଳିଥିଲା । ଏହା ଜାଣିବା ପରେ ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ସ୍କ୍ବାଡ଼ ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଆପାର୍ଟମେଣ୍ଟରେ ଚଢ଼ାଉ କରି ବାପି ସହ ରମେଶ ଜେନା ଏବଂ ଅନ୍ୟଜଣେ ସହଯୋଗୀଙ୍କୁ ଠାବ କରିଥିଲା । ରମେଶ ଜେନା ବାପିକୁ ଲୁଚାଇ ରଖିଥିବା ପୋଲିସ୍ ଅନୁସନ୍ଧାନ ସମୟରେ ଜାଣିବାକୁ ପାଇଲାରୁ ତାଙ୍କୁ ଥାନାକୁ ଆଣିଥିଲା । ସେହିଭଳି ରମେଶ ଜେନା ଏବଂ ତାଙ୍କ ସହଯୋଗୀମାନେ ବ୍ୟବବାର କରିଥିବା ଏକ ସ୍କୋର୍ପିଓ ଗାଡ଼ିକୁ ଜବତ କରିବା ସହ ଗାଡ଼ି ଯାଞ୍ଚ ସମୟରେ ଗାଡ଼ି ମଧ୍ୟରୁ ଗୋଟି ଦେଶୀ ବନ୍ଧୁକ ଏବଂ ୫ ରାଉଣ୍ଡ ଗୁଳି ପୋଲିସ୍ ଜବତ କରିଥିଲା । ସେହିଭଳି ପରବତ୍ତିର୍ ସମୟରେ ରବିବାର ସଂନ୍ଧ୍ୟାରେ ରମେଶ ଜେନାଙ୍କ ବ୍ରହ୍ମପୁର ବିଲସାହି ସ୍ଥିତ ବାସଭବନରେ ଚଢ଼ାଉ କରି ଘରୁ ନଗଦ ୧୦ ଲକ୍ଷ ୭୦ ହଜାର ୩୦୦ ଟଙ୍କା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିଲା । ଏହି ସମୟରେ ପୋଲିସ୍ ରମେଶ ଜେନାଙ୍କ ବାପା ଆକ୍ଷିତ ଜେନାଙ୍କୁ ମଧ୍ୟ ଗିରଫ କରିଛି । ସେହିଭଳି ବହୁ ବ୍ୟାଙ୍କ୍ ଆକାଉଣ୍ଟ ଏବଂ ୧୧୩ଟି ଜମି ଏବଂ ଜାଗାର ଦସ୍ତାବିଜ ଜବତ ହୋଇଥିବା ବେଳେ ଡ଼ି’ ବ୍ରଦର୍ସ ସହ ଲିଙ୍କ୍ ଥିବା ସନ୍ଦେହରେ ପୋଲିସ୍ ଅନୁସନ୍ଧାନ ଚଳାଇଥିବା ପ୍ରକାଶ କରିଛି । ରମେଶଙ୍କୁ କୋଣସି ଏକ ଗୁପ୍ତ ସ୍ଥାନରେ ରଖି ପୋଲିସ୍ ଜେରା ଚଳାଇଥିଲା ଯାହାର ଖବର ତାଙ୍କ ସମର୍ଥକ ଏବଂ ଓକିଲଙ୍କ ପାଖରେ ନଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବ୍ରହ୍ମପୁର ଆସି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ତୀବ୍ର ନିନ୍ଦା କରିବା ସହ ଆଇଜି ଅମିତାଭ୍ ଠାକୁରଙ୍କଠାରୁ ରମେଶ ଜେନାଙ୍କ ସ୍ବାସ୍ଥ୍ୟଗତ ସ୍ଥିତି ଓ ଅବସ୍ଥାନ ସଂପର୍କରେ ଜାଣିବାକୁ ଚାହିଁଥିଲେ । ସମର୍ଥକଙ୍କ ଠାରୁ ସବୁକିଛି ବୁଝିଲା ପରେ ଆଗାମୀ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି ଶାସକ ବିଜେଡି ଏହିଭଳି ହୀନ ରଣନୀତି କରୁଛି ବୋଲି ସେ କହିବା ସଙ୍ଗେସଙ୍ଗେ ମାର୍ଚ୍ଚ ୧୧ ତାରିଖ ଦିନ ରମେଶ ଜେନାଙ୍କ ଗିରଫ ପ୍ରତିବାଦରେ ଦକ୍ଷିଣାଞ୍ଚଳ ଆଇଜି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତାଙ୍କର ଏପରି ଘୋଷଣା ପରେ ପୋଲିସ୍ ପ୍ରଶାସନ ଓ ବିଜେଡ଼ି ନେତାମାନେ ଏହାକୁ ଭଣ୍ଡୁର କରିବା ପାଇଁ ସଜାଗ୍ ହେଲେଣି ବୋଲି କଂଗ୍ରେସ ତରଫରୁ ସୂଚନା ମିଳିଛି । ଏହାକୁ ଆଖିଆଗରେ ରଖି କଂଗ୍ରେସର ବହୁ ନେତା ଏବଂ କର୍ମୀଙ୍କୁ ଗିରଫ କରାଯାଇଛି ବୋଲି ସନ୍ଦେହ କରାଯାଉଛି । ଏଠାରେ ସୂଚନାଥାଉକି, ଟାଉନ୍ ଥାନା ସମ୍ମୁଖରେ ହୋଇଥିବା ଲାଠିଚାର୍ଜକୁ ସହରର ବୁଦ୍ଧିଜିବୀ ନିନ୍ଦା କରିବା ସହ ଏହା ବିରୁଦ୍ଧରେ ତଦନ୍ତ କରାଯାଉ ବୋଲି ଦାବୀ ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ପୋଲିସକୁ ହାତବାରିସି ଭାବେ ବ୍ୟବହାର କରି ଗୋଟି ଚାଳନା କରୁଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛି । ଏଠାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ପୋଲିସ୍ ନିଜ ଦାୟିତ୍ବ ଏବଂ କର୍ତ୍ତବ୍ୟରୁ ଓହରି ଶାସକ ଦଳର ହାତବାରିସି ଭାବେ କାର୍ଯ୍ୟ କରୁଛି । ପୂର୍ବରୁ ବିଜେଡି ନେତାମାନେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଏମସି ମେୟରଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇ ତାଙ୍କୁ ବିଭିନ୍ନ ମିଥ୍ୟା ମାମଲାରେ ଯୋଡ଼ି ଯାଯାବର ଜୀବନ ଯାପନ ପାଇଁ ଏକରକମ ବାଧ୍ୟ କରାଇଛନ୍ତି । ଦୀର୍ଘ ଏଳବର୍ଷ ହେଲା ଯେକୌଣସି ଘଟଣାରେ ଛନ୍ଦି ତାଙ୍କୁ ମଧ୍ୟ ଦୁର୍ଦ୍ଦାନ୍ତ ଅପରାଧର ଦଫା ଲଗାଇ ମାନସିକ ନନିର୍ଯାତନା ଦେଇ ଆସୁଛନ୍ତି । ଠିକ ସେହିଭଳି କଂଗେ୍ରସ ନେତା ରମେଶ ଜେନାଙ୍କ ବିରୁଦ୍ଧରେ ମଧ୍ୟ ରାଜନୈତିକ ଶତୃତା କାରଣରୁ କଡ଼ା ଦଫା ଲଗାଇଲେ ଆଗାମୀ ପୌର ଓ ପଂଚାୟତ ନିର୍ବାଚନରେ ବିଜେଡ଼ି ପାଇଁ ସୁହାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଠାରେ ସୂଚନାଥାଉକି, ପୂର୍ବରୁ ରମେଶ ଜେନାଙ୍କ ବିରୁଦ୍ଧରେ ବହୁ ମାମଲା ରହିଥିବା ବେଳେ ଚିକେନ୍ ରବି ହତ୍ୟାକାଣ୍ଡ ପରେ କୋର୍ଟ ନିର୍ଦ୍ଦେଶ କ୍ରମେ ତାଙ୍କୁ ବ୍ରହ୍ମପୁର ସହରକୁ ପ୍ରବେଶ ମନା ଥିଲା । ଏହି ପରିପ୍ରେକ୍ଷୀରେ ପୋଲିସ୍ ତାଙ୍କ ବ୍ରହ୍ମପୁର୍ ସ୍ଥିତ ଘରୁ କିଭଳି ନଗଦ ଟଙ୍କା ସହ ବନ୍ଧୁକ ଜବତ କଲା ତାହା ସନ୍ଦେହ ପରିସରକୁ ଟାଣି ହେଉଛି । ପୋଲିସ୍ ଛାଉଣି ମଧ୍ୟରେ ଅଭିଯୁକ୍ତ ପ୍ରେମ ଚନ୍ଦ୍ର ପଣ୍ଡା ଓରଫ ବାପି ଏସ୍ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇ ବ୍ରହ୍ମପୁର୍ ଜେଲ୍କୁ ପଠାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ରମେଶ ଜେନାଙ୍କଠାରୁ ଜବତ ହୋଇଥିବା ୨ଟି ମାଉଜର୍,୫ ରାଉଣ୍ଡ୍ ଗୁଳି, ଗୋଟିଏ ସ୍କୋର୍ପିଓ ଗାଡ଼ି ଏବଂ ନଗଦ ୧୦ ଲକ୍ଷ ୭୦ହଜାର ୩୦୦ ଟଙ୍କା ଜବତ ହେବା ଘଟଣାରେ ଟାଉନ୍ ଥାନା କେସ୍ ନଂ ୨୩/୧୭ ଧାରା ୪୩୬, ୨୧୨/୧୨୦(ଖ), ୩ ଓ ୪ ଇଏସ ଆକ୍ଟ ଅନୁଯାୟୀ ରମେଶ୍ ଜେନା, ବୋମାମାଡ଼ ଘଟଣାର ଅଭିଯୁକ୍ତ ବାପି ପଣ୍ଡା, ରାମକୃଷ୍ଣ ପାଢ଼ୀ(ଜାକି) ଏବଂ ଜଗତ ବେହେରାଙ୍କୁ  କୋର୍ଟ ଚାଲାଣ ପରେ ଜେଲ୍ ପଠାଯାଇଛି । ସେହିଭଳି ଗତ ୬ ତାରିଖର ଅନ୍ୟଏକ କେସ୍ ନଂ ୨୫/୧୬ ଧାରା ୨୫(୧-ଖ) ଆର୍ମସ୍ ଆକ୍ଟ୍ ଅନୁଯାୟୀ କେବଳ ରମେଶ୍ ଜେନାଙ୍କ ନାମରେ ମାମଲା ରୁଜୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅତିରିକ୍ତ ଏସପି ତ୍ରିନାଥ ପଟେଲ୍, ଟାଉନ୍ ଏସ୍ଡ଼ିପିଓ ଶାନ୍ତନୁ କୁମାର ଦାଶ୍, ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସୂଚନା ଦେଇଛନ୍ତି ।

Share :