ପୂର୍ବତନ ବିଧାୟକ ରମେଶ ଜେନା ଗିରଫ

ପୂର୍ବତନ ବିଧାୟକ ରମେଶ ଜେନା ଗିରଫ

Share :

ପଞ୍ଚାୟତ ନନିର୍ବାଚନ ପୂର୍ବରୁ ଶାସକ ଦଳର ସୁପରିକଳ୍ପିତ ଯୋଜନା   ଜଣେ ଅପରାଧିକୁ ଆଶ୍ରୟ ଦେବା ଅଭିଯୋଗରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ଼ ରବିବାର ଭୋର ସମୟରେ ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ଏକ ଆପାର୍ଟମେଣ୍ଟରୁ ଗିରଫ୍ କରିଛି । ଏହି ଗିରଫ ଶାସକ ଦଳର ରାଜନୀତିକ ଚକ୍ରାନ୍ତ ବୋଲି କଂଗ୍ରେସ ଦଳ ତରଫରୁ ଅଭିଯୋଗ କରାଯାଇଛି । ଗିରଫକୁ ବହୁ ଲୋକ ବିରୋଧ କରୁଥିବାରୁ ଗଣ୍ଡଗୋଳ ଆଶଙ୍କାରେ ବ୍ରହ୍ମପୁରକୁ ପୁଲିସ ଛାଉଁଣିରେ ପରିଣତ କରାଯାଇଛି । ବ୍ରହ୍ମପୁର୍ ମହାନଗର ନିଗମର 6 ନଂ ଉଆଡ଼ କର୍ପୋରେଟର ରଂଜିତ କୁମାର ନାୟକଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଅନୁସନ୍ଧାନ ଚଳାଇଥିଲା । ଅନୁସନ୍ଧାନ ସମୟରେ ପୋଲିସ ରମେଶ ଜେନାଙ୍କ ସହଯୋଗୀ ବାପି ପଣ୍ଡା ବୋମାମାଡ଼ କରିଥିବା ସୂଚନା ପାଇଥିଲା । ପୂର୍ବରୁ ବାପି ପଣ୍ଡା ଏବଂ କର୍ପୋରେଟର୍ ରଂଜିତ ନାୟକଙ୍କ ସହଯୋଗୀ ଜାକି ନାମକ ଜଣେ ଯୁବକ ମଧ୍ୟରେ କୌଣସି କାରଣ ବଶତଃ ଗଣ୍ଡଗୋଳ ହୋଇଥିଲା । ସେତେବେଳେ ବାପି ପଣ୍ଡା ଉପରକୁ ଗୁଳିମାଡ଼ କରିବା ମାମଲାରେ ପୋଲିସ୍ ଜାକିକୁ ଥାନାକୁ ଆଣି ପଚାରା ଉଚୁରା କରିଥିଲା । ଏହି ସମୟରେ ବାପି ଭୁବନେଶ୍ବରରେ ଥିବା ଜାକି ପୋଲିସକୁ କହିଥିଲା । ଉକ୍ତ ସୂଚନାକୁ ଭିତ୍ତିକରି ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ଼  ଭୁବବନେଶ୍ବର ଯାଇ ବାପିର ଅନୁସନ୍ଧାନ କରି ଖଣ୍ଡଗିରି ସ୍ଥିତ ଆପାର୍ଣ୍ଟମେଣ୍ଟରୁ ବାପି ଏବଂ ଅନ୍ୟ ଜଣେ ସହଯୋଗୀକୁ ଅଟକ ରଖିଥିଲେ । ସେହିଭଳି ବାପି ଭଳି ଜଣେ ଅପରାଧିକୁ ଆଶ୍ରୟ ଦେଇଥିବା ଅଭିଯୋଗରେ ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ସଦର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଗାମୀ ପଞ୍ଚାୟତ ନନିର୍ବାଚନକୁ ଦୃଷ୍ଟିରେ ରଖି ରମେଶ ଜେନାଙ୍କୁ ଅଟକ ରଖାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ସେହିଭଳି ରମେଶ ଜେନାଙ୍କ ସହଯୋଗୀ ତଥା କର୍ପୋରେଟର ଆର୍. ମୂରଲୀ ମୋହନ ଏବଂ ଅଞ୍ଚଳବାସୀ ରମେଶ ଜେନାଙ୍କୁ ଥାନାରେ ଅଟକ ବିରୁଦ୍ଧରେ ଟାଉନ୍ ଥାନା ଘେରାଉ କରିବା ସହ ଥାନାରେ ପଶିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ପୋଲିସ ମୂରଲୀ ମୋହନଙ୍କୁ ଥାନାରେ ଅଟକ ରଖିବା ସହ ଅଞ୍ଚଳବାସୀଙ୍କ ଉପରେ ଲାଠି ଚାଳନା କରିଥିଲା । ବର୍ତ୍ତମାନ ବ୍ରହ୍ମପୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ତେଣୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ରମେଶ ଜେନାଙ୍କୁ ଅଟକ ରଖାଯିବା ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରେ ସେ କିଛି ଜାଣିନଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି । ସେହିଭଳି ପୋଲିସ୍ କର୍ପୋରେଟର ରଂଜିତ ନାୟକଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି । ସଂନ୍ଧ୍ୟାରେ  ପୋଲିସ୍ ରମେଶ ଜେନାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ଚଢ଼ାଉ କରି ୨ଟି ବନ୍ଧୁକ, ୫ ରାଉଣ୍ଡ ଗୁଳି, ନଗଦ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ବ୍ୟାଙ୍କ ପାସବୁକ ଏବଂ ଜମି କିଣାବିକା ସଂପର୍କୀତ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ଏହା ପରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଗିରଫ କରାଗଲା ବୋଲି ପୁଲିସ ତରଫରୁ ଘୋଷଣା କରାଯାଇଛି । ସେହିଭଳି ରମେଶ ଜେନା ବେଆଇନ ତଥା ନକଲି ଗୁଟ୍ଖା କାରଖାନା ଚଳାଇଥିବା ଏବଂ ଟେଣ୍ଡର୍ ଫିକ୍ସିଂ ମାମଲାରେ ସଂପୃକ୍ତ ଥିବାରୁ ତାଙ୍କର ଅନ୍ୟ ଲିଙ୍କ୍ ନେଇ ଖୋଳତାଡ଼ ପାଇଁ ଘରେ ଚଢ଼ାଉ କରାଯାଇଥିବା ଆଇଜି କେ.ପି ସିଂହ ସୂଚନା ଦେଇଛନ୍ତି । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ ଶାସକ ଦଳ ପୂର୍ବରୁ ବିଜେପି ନେତା ତଥା ପୂର୍ବତନ ମେୟର୍ ଶିବଶଙ୍କର୍ ଦାଶଙ୍କୁ ଟାର୍ଗେଟ୍ କରିଥିବା ବେଳେ ବର୍ତ୍ତମାନ କଂଗ୍ରେସର ଟାଣୁଆ ନେତା ରମେଶ ଜେନାଙ୍କୁ ଗିରଫ ଏବଂ ତାଙ୍କ ସମର୍ଥକମାନଙ୍କୁ ଅଟକ ରଖାଯାଇଥିବା ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ସାନଖେମୁଣ୍ଡି ଅଞ୍ଚଳରେ ରମେଶ ଜେନା ଏକ ବିରାଟ ସମାବେଶ ଆୟୋଜନ କରିବା ଯୋଜନା କରିଥିବା ବେଳେ ଏହାକୁ ନେଇ ତାଙ୍କୁ ଗିରଫ୍ କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Share :