୨୦୧୬-୧୭ ସାଧାରଣ ବଜେଟର ମୁଖ୍ୟାଂଶ

୨୦୧୬-୧୭ ସାଧାରଣ ବଜେଟର ମୁଖ୍ୟାଂଶ

Share :

୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦୁଇ ଗୁଣ ବୃଦ୍ଧି ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଆଉ ୨୮.୫ ଲକ୍ଷ ହେକ୍ଟର ଜମିକୁ ସେଚ ସୁବିଧା ଅଧାପନ୍ତରିଆ ପଡିଥିବା ୮୯ଟି ପ୍ରକଳ୍ପକୁ ଦିଆଯିବ ଜୀବନ୍ୟାସ । ଆଗାମୀ ପାଂଚ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ ୮୬,୫୦୦ କୋଟି ଟଙ୍କା । ନାବାର୍ଡ଼ ଅଧୀନରେ ଗଠନ ହେବ ୨୦ ହଜାର କୋଟି ଟଙ୍କାର ଉତ୍ସର୍ଗୀକୃତ ଦୀର୍ଘ ମିଆଦି ଜଳସେଚନ ପାଣ୍ଠି । ବଜାର ଋଣ ସହ ଜଳସେଚନ ପାଇଁ ମୋଟ ବ୍ୟୟ ଅଟକଳ ୧୨,୧୫୭ କୋଟି ଟଙ୍କା ପୋଷଣୀୟ ଭୂତଳ ଜଳ ସମ୍ପଦ ପରିଚାଳନା ପାଇଁ ୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ ବର୍ଷାଶ୍ରିତ ଅଂଚଳରେ ଖୋଳାଯିବ ୫ ଲକ୍ଷ କ୍ଷେତ ପୋଖରି ଏବଂ କୂଅ ଜୈବ ଚାଷକୁ ପ୍ରୋତ୍ସାହିତ କରିବା ସକାଶେ ଜୈବ ଖତ ପ୍ରସ୍ତୁତି ଲାଗି ନିର୍ମାଣ ହେବ ୧୦ ଲକ୍ଷ କମ୍ପୋଷ୍ଟ ପିଟ୍ ମାର୍ଚ୍ଚ ୨୦୧୭ ସୁଦ୍ଧା ଦେଶର ୧୪ କୋଟି ଫାର୍ମ ହୋଲଡିଂ/ଚାଷୀଙ୍କୁ ଦିଆଯିବ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ଼ ଆଗାମୀ ତିନି ବର୍ଷ ମଧ୍ୟରେ ଖୋଲିବ ୨ ହଜାର ମଡେଲ ଖୁଚୁରା ସାର ଦୋକାନ । ଡଃ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ୧୪ ଏପ୍ରିଲ ୨୦୧୬ରେ ଦେଶର ଚାଷୀ ସମାଜ ପାଇଁ ଶୁଭାରମ୍ଭ ହେବ ଜାତୀୟ ଏକୀକୃତ ଇ-କୃଷିବଜାର ବ୍ୟବସ୍ଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଖର୍ଚ୍ଚ ହେବ ୨୭ ହଜାର କୋଟି ଟଙ୍କା । ସବୁ ଗ୍ରାମକୁ ୨୦୧୯ ସୁଦ୍ଧା ସଡକ ସଂଯୋଗୀକରଣ । ନୂଆ ବଜେଟରେ ନଅ ଲକ୍ଷ କୋଟି ଟଙ୍କାର କୃଷି ଋଣ ବ୍ୟବସ୍ଥା ଏଣିକି ଭାରତୀୟ ଖାଦ୍ୟ ନିଗମ ଅନ-ଲାଇନ ଜରିଆରେ କରିବ ଖାଦ୍ୟ ଶସ୍ୟ ସଂଗ୍ରହ । ପ୍ରାଣୀ ସମ୍ପଦର ବିକାଶ ଓ ସଂରକ୍ଷଣ ପାଇଁ ଆରମ୍ଭ କରାଯିବ ‘ପଶୁ ଧନ ସିବନି‘ ଏବଂ ‘ନକୁଳ ସ୍ବାସ୍ଥ୍ୟ ପତ୍ର‘ ଗ୍ରାମ ପଂଚାୟତ ଏବଂ ପୌର ସଂସ୍ଥାମାନଙ୍କୁ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଭିତିରେ ୨.୮୭ ଲକ୍ଷ କୋଟି ଅନୁଦାନ । ପ୍ରତି ପଂଚାୟତକୁ ବର୍ାଷିକ ହାରାହାରି ୮୧ ଲକ୍ଷ ଟଙ୍କା ଏବଂ ପ୍ରତି ମୁନିସପାଲଟିକୁ ମିଳିବ ଅଧିକ ୨୧ କୋଟି ଟଙ୍କା । ମରୁଡିଗ୍ରସ୍ତ ବ୍ଲକ ଏବଂ ଅଭାବନୀୟ ଗ୍ରାମାଂଚଳରେ ଆରମ୍ଭ କରାଯିବ ଦୀନ ଦୟାଲ ଅନ୍ତୋଦୟ ମିଶନ ଶ୍ୟାମା ପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ ଅଧୀନରେ ୩୦୦ ରୁର୍ବାନ କ୍ଲଷ୍ଟର ସ୍ଥାପନ ୧ ମେ ୨୦୧୮ ସୁଦ୍ଧା ଦେଶରେ ସବୁ ଗ୍ରାମ ହେବ ଆଲୋକିତ ଗ୍ରାମୀଣ ଭାରତରେ ନୂତନ ଡିଜିଟାଲ ସ୍ବାକ୍ଷରତା ମିଶନ । ତିନି ବର୍ଷରେ ସାମିଲ ହେବେ ଛଅ କୋଟି ଗ୍ରାମ୍ୟ ପରିବାର । ସଂଶୋଧିତ ଜାତୀୟ ଭୂ-ରେକର୍ଡ କାର୍ଯ୍ୟକ୍ରମ ଅଧୀନରେ ସବୁ ଜମି ଜମା ରେକର୍ଡର ଆଧୁନିକୀକରଣ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ କାର୍ଯ୍ୟକ୍ରମର ହେବ ଶୁଭାରମ୍ଭ  ଆଧାର ନମ୍ବର ଭିତିକ ସବସିଡି ଓ ଆର୍ଥିକ ସୁବିଧା ପ୍ରଦାନ କାର୍ଯ୍ୟକ୍ରମକୁ ଦିଆଯିବ ବୈଧାନିକ ରୂପ ଚାଷୀଙ୍କୁ ଠିକ ସମୟରେ ଉପଯୁକ୍ତ ପରିମାଣରେ ସାର ଯୋଗାଣ ପାଇଁ ପାଇଲଟ ଭିତ୍ତିରେ ଆରମ୍ଭ ହେବ ଡି.ବି.ଟି ଦେଶରେ କାର୍ଯ୍ୟ କରୁଥିବା ମୋଟ ୫.୩୫ ଲକ୍ଷ ସୁଲଭ ମୂଲ୍ୟ ଦୋକାନ ମଧ୍ୟରୁ ତିନି ଲକ୍ଷ ଦୋକାନର ଅଟୋମେସନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଦିଆଯିବ ୧.୮ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ବିପିଏଲ ପରିବାର ପାଇଁ ସବସିଡି ଯୁକ୍ତ ଏଲପିଜି ପ୍ରଦାନ ନିମନ୍ତେ ନୂଆ ଯୋଜନା । ଖର୍ଚ୍ଚ ହେବ ଦୁଇ ହଜାର କୋଟି ଟଙ୍କା । ନୂଆ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରାଯିବ ଖୋଲାଯିବ ତିନି ହଜାର ଔଷଧ କେନ୍ଦ୍ର । ଶସ୍ତାରେ ମିଳିବ ଉନ୍ନତମାନର ଜେନେରିକ ଔଷଧ । ଜିଲ୍ଲା ସଦର ମହକୁମା ହସପିଟାଲ ଗୁଡିକରେ ଆରମ୍ଭ କରାଯିବ ରାଷ୍ଟ୍ରୀୟ ଡାୟାଲିସିସ ସେବା କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧିନରେ ପ୍ରତିଷ୍ଠା କରାଯିବ ୧୫୦୦୦ ବହୁମୂଖି ଦକ୍ଷତା ବିକାଶ ସଂସ୍ଥାନ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନଙ୍କ ସହ ମିଶି ଗଠନ କରାଯିବ ରାଷ୍ଟ୍ରୀୟ ଦକ୍ଷତା ବିକାଶ ପ୍ରମାଣନ ବୋର୍ଡ ଇ.ପି.ଏଫ.ଓ ରେ ସାମିଲ ହେଉଥିବା ନୂଆ କର୍ମଚାରୀମାନଙ୍କ ପାଇଁ ପ୍ରଥମ ତିନି ବର୍ଷ କେନ୍ଦ୍ର ସରକାର ଦେବେ ୮.୩୩ ପ୍ରତିଶତ ଅଂଶଧନ ଆୟକର ଆଇନର ଧାରା 80(ଜେ.ଜେ.ଏ.ଏ)ରେ କରାଯିବ ସଂଶୋଧନ ନ୍ୟାସନାଲ କେରିଅର ସର୍ଭିସ ପ୍ଲାଟଫର୍ମ ସହ ସବୁ ରାଜ୍ୟର ଏମ୍ଲୟମେଂଟ ଏକ୍ସଚେକୁ ଯୋଡାଯିବ ଗୋଟିଏ ନେଟବାର୍କରେ ସଡକ ଓ ରେଲପଥ ନର୍ିମାଣରେ ୨.୧୮ ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗ ପ୍ରସ୍ତାବ ସଡକ ପରିବହନ ଓ ରାଜପଥ ବିକାଶ ପାଇଁ ଖର୍ଚ୍ଚ ହେବ ୫୫ ହଜାର କୋଟି ଟଙ୍କା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବଣ୍ଡ ଆକାରରେ ଉଠାଇବେ ୧୫ ହଜାର କୋଟି ଟଙ୍କାର ଋଣ ରେଳବାଇ ଭିତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେବ ୧.୨୧ ଲକ୍ଷ କୋଟି ଟଙ୍କା ପରମିଟରାଜ ବ୍ୟବସ୍ଥା ହଟିବ ଜଟିଳ ପ୍ରାକୃତିକ ବାଷ୍ପ କ୍ଷେତ୍ରର ସନ୍ଧାନ ଏବଂ ଉତ୍ତୋଳନ ପାଇଁ ବିଭିନ୍ନ ଉଦ୍ୟୋଗକୁ ପ୍ରୋତ୍ସାହନ ଭିତ୍ତିଭୂମି ପ୍ରକଳ୍ପ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଭାଗିଦାରୀତା ବଢ଼ାଇବା ନିମନ୍ତେ ଆଗତ କରାଯିବ ପବ୍ଲିକ ୟୁଟିଲିଟ ବିଲ ବିଦେଶୀ ପୁଞ୍ଜି ଲଗାଣ ନୀତିରେ ସଂଶୋଧନ ଭାରତରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ବିଦେଶରେ ବିକ୍ରୀବଟା ପାଇଁ ଶତ ପ୍ରତିଶତ ବିଦେଶୀ ପୁଂଜି ଲଗାଣ ବିଭିନ୍ନ ସରକାରୀ ଉଦ୍ୟୋଗରୁ ଗୁରୁତ୍ବପୂର୍ଣ୍ଣ ବିନିବେଶ ପାଇଁ ଆବଶ୍ୟକ ନିୟାମାବଳୀକୁ ସରକାରୀ ଅନୁମୋଦନ ନୂଆ ନୂଆ ପ୍ରକଳ୍ପ ପାଇଁ ପୁଞ୍ଜି ବିନିଯୋଗ ସକାଶେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ହେବ ଅଂଶଧନ ପ୍ରତ୍ୟାହାର ଆର୍ଥିକ କ୍ଷେତ୍ରରେ ଅଣାଯିବ ବ୍ୟାପକ ସଂସ୍କାର ଆସେଟ ରି-କନଷ୍ଟ୍ରକସନ କମ୍ପାନୀମାନଙ୍କୁ ସବଳ କରିବା ଲାଗି ଆଇନରେ ସଂଶୋଧନ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ପୁନଃପୁଞ୍ଜିକରଣ ପାଇଁ ବ୍ୟବସ୍ଥା ଏଣିକି ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୂକ୍ତ ହେବେ ସରକାରଙ୍କ ସାଧାରଣ ବୀମା କମ୍ପାନୀ ବେଆଇନ ଜମା ଓ ଉଠାଣ ଭଳି କାର୍ଯ୍ୟର ମୁକାବିଲା ପାଇଁ ପ୍ରଣୟନ ହେବ କେନ୍ଦ୍ରୀୟ ଆଇନ ଦେଶର ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲାକୁ ପରସ୍ପର ସହ ଆର୍ଥିକ, ସାଂସ୍କୃତିକ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଯୋଡିବା ଲାଗି ‘ଏକ ଭାରତ - ଶ୍ରେଷ୍ଠ ଭାରତ‘ କାର୍ଯ୍ୟକ୍ରମ ୨୦୧୬-୧୭ ବର୍ଷରେ ବିତ୍ତୀୟ ନିଅଂଟ ମୋଟ ଜିଡିପିର ୩.୫ ପ୍ରତିଶତରେ ସୀମିତ ରହିବ ଏଫ.ଆର.ବି.ଏମ ଆଇନର ସମୀକ୍ଷା ଲାଗି ଗଠନ ହେବ କମିଟି ୨୦୧୭-୧୮ ବର୍ଷରୁ ଯୋଜନା ଏବଂ ଅଣ-ଯୋଜନା ମଧ୍ୟରେ ରହିବନି ତାରତମ୍ୟ ୧୫୦୦ ଅଧିକ କେନ୍ଦ୍ରୀୟ ପ୍ଲାନ ସ୍କିମର ହେବ ପୁନର୍ବିନ୍ୟାସ ଓ ସମୀକରଣ

Share :