୨୦୧୬-୧୭ ରେଳ ବଜେଟ ମୁଖ୍ୟାଂଶ

୨୦୧୬-୧୭ ରେଳ ବଜେଟ ମୁଖ୍ୟାଂଶ

Share :

  ‘           ୨୦୧୬-୧୭ ରେଳ ବଜେଟରେ ଯାତ୍ରୀଭଡ଼ା ବୃଦ୍ଧି ପ୍ରସ୍ତାବ ନାହିଁ  ‘           ୧.୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ‘           ଆଗାମୀ ୫ ବର୍ଷରେ ରେଳବାଇକୁ କୋହଳ ସୁଧରେ ୧.୫ ଲକ୍ଷ କୋଟି ଟଙ୍କା ଦେବ ଜୀବନ ବୀମା ନିଗମ ‘           ଦେଶର ସବୁ ଷ୍ଟେସନରେ ଇ-ଖାଦ୍ୟଯୋଗାଣ ବ୍ୟବସ୍ଥା ଜରିଆରେ ସ୍ଥାନୀୟ ଖାଦ୍ୟପେୟ ଯୋଗାଇ ଦିଆଯିବ ‘           ବରିଷ୍ଠ ନାଗରିକମାନଙ୍କ ପାଇଁ ନିମ୍ନ ରେଳବର୍ଥରେ ସଂରକ୍ଷଣ ସୁବିଧା ୫୦ ଭାଗ ବୃଦ୍ଧି ‘           ରେଳ ଶୌଚାଳୟ ସଫାସୁତୁରା ଲାଗି ଏଣିକି ଯାତ୍ରୀମାନେ ଏସ୍ଏମ୍ଏସ୍ ମାଧ୍ୟମରେ କରିପାରିବେ ଅଭିଯୋଗ ‘           ରେଳବାଇ ନନିର୍ମାଣ କରିବ ୩୦ ହଜାର ଜୈବ ଶୌଚାଳୟ ‘           ବିଭିନ୍ନ ଷ୍ଟେସନରେ ଲାଗିବ ୨୦୦୦ ଜଳ ବିକ୍ରି ଯନ୍ତ୍ର ‘           ଆସନ୍ତା ଆଥିର୍କ ବର୍ଷରେ ଆଉ ୧୭୮୦ ସ୍ବୟଂକ୍ରିୟ ଟିକେଟ ବିକ୍ରି ଯନ୍ତ୍ର ସ୍ଥାପିତ ହେବ ‘           ୨୦୧୬-୧୭ ଆଥିର୍କ ବର୍ଷରେ ଅତିରିକ୍ତ ୬୫ ହଜାର ବର୍ଥ ଯୋଡ଼ିବା ଯୋଜନା ‘           ସରକାରୀ-ଘରୋଇ (ପିପିପି) ଢାଂଚାରେ ଆଉ ୪୦୦ ରେଳ ଷ୍ଟେସନର ପୁନଃବିକାଶ ପାଇଁ ମଂଜୁରୀ ‘           ମେକ୍-ଇନ୍-ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦୁଇଟି ଆଧୁନିକ ରେଳ ଇଂଜିନ ନିର୍ମାଣ କାରଖାନା ପ୍ରତିଷ୍ଠା ଲାଗି ପ୍ରସ୍ତାବ ଚୂଡ଼ାନ୍ତ ‘           ୨୦୧୬-୧୭ ଆଥିର୍କ ବର୍ଷରେ ୧୦୦ ରେଳ ଷ୍ଟେସନରେ ଉପଲବ୍ଧ ହେବ ବାଇଫାଇ ବ୍ୟବସ୍ଥା ‘           ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷରେ ଆଉ ୪୦୦ ରେଳ ଷ୍ଟେସନରେ ମିଳିବ ବାଇଫାଇ ସେବା ‘           ରେଳବାଇ ଆରମ୍ଭ କରିବ ଜନନୀ ସେବା । ଛୋଟ ପିଲାଙ୍କୁ ମିଳିବ କ୍ଷୀର ଓ ଶିଶୁ ଖାଦ୍ୟ ‘           ଆସନ୍ତା ଆଥିର୍କ ବର୍ଷ ୨୦୦୦ ରେଳ ଷ୍ଟେସନରେ ଲାଗିବ ଇଲେକ୍ଟ୍ରୋନିକ୍ ଡିସ୍ପ୍ଲେ ବୋର୍ଡ ‘           ରେଳ ଟିକେଟ ରଦ୍ଦ ପାଇଁ ନୂଆ ହେଲ୍ପ ଲାଇନ୍ ନମ୍ବର ୧୩୯ ପ୍ରତିଷ୍ଠା ‘           ଗଣମାଧ୍ୟମ ପ୍ରତିନିଧିଙ୍କୁ  ଇ-ଟିକେଟ୍ ବୁକିଂରେ ସୁବିଧା ‘           ଯାତ୍ରୀ ଓ ବ୍ୟସ୍ତବହୁଳ ରେଳମାର୍ଗରେ ଚାଲିବ ‘ହମସଫର’, ‘ତେଜାସ୍’ ଏବଂ ‘ଉଦୟ’ ଏକ୍ସପ୍ରେସ୍ ‘           ତୃତୀୟଶ୍ରେଣୀ ବାତାନୁକୁଳିତ ‘ହମସଫର’’ ଟ୍ରେନରେ ମିଳିବ ଚିତ୍ତବିନୋଦନ ଓ ବାଇଫାଇ ସୁବିଧା ‘           ଦୂରଗାମୀ ଟ୍ରେନରେ ଗରିବ ଓ ସାଧାରଣ ବର୍ଗଙ୍କ ଲାଗି ଲାଗିବ ୨-୪ ଦୀନଦୟାଳୁ ଅସଂରକ୍ଷିତ କୋଚ୍ ‘           ଦୂରଯାତ୍ରା ନିମନ୍ତେ ଗରିବଙ୍କ ପାଇଁ ଆରମ୍ଭ ହେବ ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ‘           ପୂର୍ବତଟ, ପୂର୍ବ-ପଶ୍ଚିମ ଏବଂ ଉତ୍ତର-ଦକ୍ଷିଣ ମାଲ୍ ପରିବହନ କରିଡର ନିର୍ମାଣ ଉପରେ ଗୁରୁତ୍ବ ‘           ବ୍ୟବସାୟ ବର୍ଗର ଯାତ୍ରା ପାଇଁ ଡବଲ ଡେକର ଟ୍ରେନ୍ ଚଳାଚଳର ଯୋଜନା ‘           ୨୦୧୬-୧୭ ବର୍ଷରେ ୨୮୦୦ କିଲୋମିଟର ରେଳପଥ ନିର୍ମାଣର ଯୋଜନା । ଗତ ୬ ବର୍ଷ ମଧ୍ୟରେ ଦୈନିକ ୪.୩ କିଲୋମିଟର ହାରରେ ରେଳପଥ ନିର୍ମିତ ହୋଇଛି । ଆଗାମୀ ବର୍ଷଠାରୁ ଦୈନିକ ୭ କିଲୋମିଟର ହାରରେ ରେଳପଥ ନିର୍ମାଣ ଯୋଜନା ‘           ଆୟୁଷ ବିଭାଗ ସହାୟତାରେ ରେଳବାଇ ପ୍ରତିଷ୍ଠା କରିବ ୫ ଆଧୁନିକ ହସ୍ପିଟାଲ ‘           ରେଳ ବିକାଶ ପ୍ରାଧିକରଣ ଗଠନ ପାଇଁ ଚିଠା ପ୍ରସ୍ତାବ ଚୂଡ଼ାନ୍ତ ‘           ସବୁ ସଂରକ୍ଷିତ ଟ୍ରେନରେ ଉପଲବ୍ଧ ହେବ ରେଳବନ୍ଧୁ ପତ୍ରିକା ‘           ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନ ସହରର ରେଳ ଷ୍ଟେସନରେ ଉପଲବ୍ଧ ହେବ ବର୍ଦ୍ଧିତ ଯାତ୍ରୀ ସୁବିଧା  ‘           ବିଦେଶୀ ପର୍ଯ୍ୟଟକଙ୍କ ପାଇଁ  ଇ-ଟିକେଟ୍ ସୁବିଧା ‘           କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ରେଳ କର୍ମଚାରୀମାନଙ୍କୁ ଦିଆଯିବ କୌଶଳ ବିକାଶ ତାଲିମ ‘           ୨୦୧୬-୧୭ ବର୍ଷରେ ଆଉ ୨୦୦୦ କିଲୋମିଟର  ରେଳପଥର ବିଦ୍ୟୁତକରଣ ହେବ ‘           ଆସନ୍ତା ଆଥିର୍କ ବର୍ଷ ୯ କୋଟି ଶ୍ରମ ଦିବସ ସୃଷ୍ଟି ଲାଗି ରେଳବାଇର ଯୋଜନା ‘           ପାରାଦୀପ, ଜୟଗଡ଼, ଦିଘି ଏବଂ ରେବା ବନ୍ଦରକୁ ରେଳ ସଂଯୋଗ କାର୍ଯ୍ୟ ନନିର୍ମାଣାଧୀନ ‘           ଓଡ଼ିଶା ସମେତ ୧୭ ରାଜ୍ୟରେ ମିଳିତଭାବେ ରେଳପ୍ରକଳ୍ପ ନିର୍ମାଣ ଲାଗି ବୁଝାମଣାକୁ ନୀତିଗତ ମଂଜୁରୀ ‘           ଉତ୍ତର-ପୂର୍ବାଂଚଳକୁ ରେଳ ମାନଚିତ୍ରରେ ଦିଆଯିବ ଗୁରୁତ୍ବ । ମିଜୋରାମ ଓ ମଣିପୁର ରେଳପଥଗୁଡ଼ିକର ପ୍ରଶସ୍ତିକରଣ ହେବ ‘           ମହିଳା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ‘           ୧୦୦୦ ଜଗୁଆଳୀବିହୀନ ରେଳ ଲେଭଲକ୍ରସିଂ, ୩୫୦ ଜଗୁଆଳୀ ଲେଭଲକ୍ରସିଂ ବନ୍ଦ ପାଇଁ ଯୋଜନା ‘           ଚଳିତ ଆଥିର୍କ ବର୍ଷରେ ୮୨୦ ଓଭରବ୍ରିଜ୍ ଏବଂ ଭୂତଳ ବ୍ରିଜ୍ ନିର୍ମାଣ ହେବ ‘           ଆଉ ୧୩୫୦ ଓଭରବ୍ରିଜ୍ ଓ ଭୂତଳ ବ୍ରିଜ୍ର ନିର୍ମାଣ କାର୍ଯ୍ୟ ଜାରି ‘           ହ୍ବିଲ ଚେୟାର ପାଇଁ ଇ-ବୁକିଂ ବ୍ୟବସ୍ଥା ‘           ସମସ୍ତ ଏ-୧ ରେଳଷ୍ଟେସନରେ କ୍ଷମତାଶାଳୀ ଷ୍ଟେସନ ଡାଇରେକ୍ଟର ଏବଂ ପେସାଦାର କାର୍ଯ୍ୟକାରୀ ଟିମ ନିଯୁକ୍ତ କରାଯିବ । ‘           ଟ୍ରେନରେ ଏଫ୍ଏମ୍ ରେଡିଓ ସେବା ଆରମ୍ଭ କରିବାକୁ ଯୋଜନା ‘           ସାଧାରଣ ଖର୍ଚ ଅଟକଳ ସହିତ ରେଳ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ କରିବା ପାଇଁ ରେଳ ବଜେଟରେ ୧,୨୩,୫୬୦ କୋଟି ଟଙ୍କାର ପ୍ରସ୍ତାବ ‘           ୨୦୧୬-୧୭ ବର୍ଷ ପାଇଁ ରେଳବାଇର ମୋଟ ଯୋଜନା ଆକାର ୧,୨୧,୦୦୦ କୋଟି ଟଙ୍କା ‘           ଗ୍ରସ୍ ଟ୍ରାଫିକ୍ ରିସିଟ୍ ୧,୮୪,୮୨୦ କୋଟି ଟଙ୍କା

Share :