ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨୨ଟି ପୂରଣ କରିସାରିଛନ୍ତି। ଏହାର ଅର୍ଥ ୯୪ ପ୍ରତିଶତ ପୂରଣ କରିଛନ୍ତି। ଏହା ହେଉଛି ମୋଦି ଗ୍ୟାରେଂଟି। ଏହି ପ୍ରତିଶ୍ରୁତି ମଧ୍ୟରେ ଅଗଷ୍ଟ ୫ ତାରିଖ ଐତିହାସିକ କାଶ୍ମୀରରୁ ୩୭୦, ୩୫(ଏ) ଧାରା ଉଚ୍ଛେଦ, ସମାନ ସାଗରିକ ସଂହିତା ଲାଗୁ, ରାମ ମନ୍ଦିର ପ୍ରତିଷ୍ଠା, ପ୍ରତି ଘରକୁ ନଳ ଯୋଗେ ପାଣି ଯୋଜନାକୁ ସଫଳ ରୂପାୟନ କରିପାରିଛନ୍ତି। ସବୁଠୁ ବଡ଼ କଥାହେଲା ମୋଦିଜୀଙ୍କ ପ୍ରତିଶ୍ରୁତି ଭିତରେ ଓଡ଼ିଶାର କଥା ମଧ୍ୟ ରହିଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେଲେ ଗ୍ରାମାଚଂଳର ବିକାଶ ସହ ସହରାଚଂଳ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ସେହିପରି ଟ୍ୱିନ ସିଟିରେ ମୁଖ୍ୟତଃ ବର୍ଜ୍ୟବସ୍ତୁ, ବର୍ଷା ଜଳ, ଭୂତଳ ଜଳ ପରିଚାଳନା ଓ ସହରବାସୀଙ୍କୁ ସୁସ୍ଥ ଜୀବନକୁ ଗୁରୁତ୍ୱ ଦିଆଯିବ। ଏଥିଲାଗି ମୋଦି ସରକାର ମ୍ୟାପିଙ୍ଗ କରିସାରିଛନ୍ତି। ଏହାଛଡ଼ା ଓଡ଼ିଶାବାସୀ ବର୍ଦ୍ଧିତ ବିଦ୍ୟୁତ ବିଲ୍ ଦେଇ ହନ୍ତସନ୍ତ ହେଉଛନ୍ତି। ଗ୍ରାମାଚଂଳ ଓ ସହରାଚଂଳବାସୀଙ୍କ ପାଇଁ ସୂର୍ଯ୍ୟଘର ବ୍ୟବସ୍ଥା କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ଉପରେ ବିଦ୍ୟୁତ ବିଲର ବୋଝ ପଡ଼ିବ ନାହିଁ। ନିଜର ବଳକା ବିଦ୍ୟୁତ ସୌରଶକ୍ତିକୁ ସେମାନେ ବିକ୍ରି କରି ଅଧିକ ଟଙ୍କା ସରକାରଙ୍କଠାରୁ ପାଇପାରିବେ। ସେହିପରି ବିଜେପି ସରକାରକୁ ଆସିଲେ ଓଡ଼ିଶାର ଜନତା ତଥା ଛାତ୍ରଛାତ୍ରୀମାନେ ଶିକ୍ଷା ଓ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବେ ନାହିଁ। ସେଠାରେ ରହିବାକୁ ସେମାନେ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟା ଦୂର କରିବାକୁ ପ୍ରତି ମେଟ୍ରୋ ସିଟିରେ ଓଡ଼ିଶା ଭବନ ନିର୍ମାଣ କରିଯିବ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ରୀୟ ଯୋଜନା ଓଡ଼ିଶାରେ ବାଟବଣା ହୋଇଛି। ବିଜେପି ସରକାରକୁ ଆସିଲେ ଭାରତର ୨୦ଟି ପ୍ରମୁଖ ସହର ଭିତରେ ଓଡ଼ିଶାକୁ ସ୍ଥାନିତ କରିବ ବୋଲି ସଂକଳ୍ପ ନେଇଛି। ୨୫ ବର୍ଷ ଶାସନରେ ନବୀନ ବାବୁ ରାଜଧାନୀର ଛାତି ଉପରେ ଅଳିଆ ଗଦାର ପାହାଡ଼ ସୃଷ୍ଟି କରିଛନ୍ତି। ଏନେଇ ବିଜେପି ଦୀର୍ଘ ୩୦ ଦିନ ଧରି ଅହୋରାତ୍ର ଆନ୍ଦୋଳନ କରିବା ପରେ ବି ରାଜ୍ୟ ସରକାର କୌଣସି ତତ୍ପରତା ପ୍ରକାଶ କରିଲେ ନାହିଁ। ବିଜେଡି ସରକାର କେନ୍ଦ୍ରୀୟ ଟଙ୍କାର ସଦ ବିନିଯୋଗ କରିପାରୁନାହାନ୍ତି, ବିଜେପି ସରକାର ଆସିଲେ ତାହାର ସଦବିନିଯୋଗ କରାଯିବ। ନବୀନ ବାବୁ ପ୍ରତ୍ୟେକ ଘରକୁ ପାଣି ଯୋଗାଇବାକୁ କହି ଖାଲି ପାଇପ ଦେଇଛନ୍ତି କିନ୍ତୁ ବିଜେପି ସରକାର ଆସିଲେ ଓଡ଼ିଶାର ପାଣି ସମସ୍ୟା ରହିବ ନାହିଁ। ପରିଚାଳନା ଗତ ତ୍ରୁଟି ପାଇଁ ସାଧାରଣ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ବ୍ୟବହାର କରି ହନ୍ତସନ୍ତ ହେଉଛି। ସରକାରକୁ ଆସିଲେ ଗ୍ରାମାଚଂଳ ଓ ସହରାଚଂଳବାସୀଙ୍କ ପାଇଁ ସୂର୍ଯ୍ୟଘର ବ୍ୟବସ୍ଥା ଲାଗୁ କରାଯିବ। ସୂର୍ଯ୍ୟଘର ଯୋଜନାକୁ ୧ କୋଟି ଲୋକ ପଂଜିକରଣ କରିସାରିଲେଣି। ସେହିପରି ସହରୀଜୀବନ ସୁଖମୟ କରିବା ପାଇଁ ଟ୍ୱିନ ସିଟି କଟକ, ଭୁବନେଶ୍ୱରକୁ ସୁସଙ୍ଗଠିତ ସହର କରାଇ ନାଗରିକମାନଙ୍କୁ ମୌଳିକ ସମସ୍ତ ଉନ୍ନତମାନର ସୁଖ ଓ ସୁବିଧା ଦେବ। ଏହା ବ୍ୟତୀତ ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଭଳି ପ୍ରମୁଖ ସହରର ଉନ୍ନତିକରଣକୁ ଗୁରୁତ୍ୱ ଦିଆଯିବ। କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ବର୍ଷା ଜଳକୁ ସଠିକ୍ ମାର୍ଗରେ ବିନିଯୋଗ କରିବୁ ବୋଲି ବିଜେପି ସଂକଳ୍ପ ନେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ମୋଦିଜୀଙ୍କ ସଂକଳ୍ପ ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ” ମୂଳମନ୍ତ୍ର ଆଧାର କରି ସହରରେ ବସବାସ କରୁଥିବା ସବୁ ବର୍ଗର ଲୋକଙ୍କ ପାଇଁ ବିଜେପି ସଂକଳ୍ପ ନେଇଛି। ଇ-ଶ୍ରମ କାର୍ଡ ବ୍ୟାପକ ମାତ୍ରାରେ ହୋଇଛି ଯାହାର ଡାଟା ଓଡ଼ିଶାରେ ବିଜେପି ରଖିଛି। ସହରାଚଂଳ ବ୍ୟକ୍ତିଙ୍କ ପାଇଁ ଇ-ଶ୍ରମ କାର୍ଡ ଲାଗୁ ହେବା ସହ ୫ ଲକ୍ଷ ଟଙ୍କା ଇନସୁରାନ୍ସ ଲାଗୁ କରାଯିବ। ଯାହାର ପ୍ରିମିୟମ ରାଜ୍ୟ ସରକାର ଦେବେ। ୧୦ ଲକ୍ଷ ଟଙ୍କାର ଟର୍ମ ଲୋନ ବ୍ୟବସ୍ଥା କରାଯାଇଛି ଆର୍ଥିକ ଦୃଷ୍ଟିରୁ ସମ୍ଭଳ ହେବା ପାଇଁ। କୋରନା ବେଳେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଲାଗୁ ହୋଇ ଦିଆଯାଇଥିଲା ୧୦ ହଜାର ଟଙ୍କାର ଋଣ ବିନା ସୁଧରେ ତାକୁ ମଧ୍ୟ ରାଜ୍ୟ ସରକାରଙ୍କ ଆର୍ଥôକ ସହାୟତାରେ ବ୍ୟାପକ ମାତ୍ରାରେ ଆଇଡି କାର୍ଡ ପ୍ରଦାନ କରାଯିବ। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ। ବିଜେପି ସରକାର ଆସିଲେ ବରି ନାଗରିକଙ୍କୁ ପ୍ରାଥମିକତା ଦେବ। ‘ସିଟି ଟ୍ରାନ୍ସପୋର୍ଟ’ ବ୍ୟବସ୍ଥାକୁ ସୁଦୃଢ କରିବ ବିଜେପି। ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ବାସହୀନଙ୍କୁ ପଟ୍ଟା ସହ ଲୋକଙ୍କୁ ଘର ଦିଆଯିବ। ଜାତୀୟ ସହରୀ ଜୀବିକା ମିଶନ ଦ୍ୱାରା ମହିଳାଙ୍କୁ ରୋଜଗାର ଦିଆଯିବ। ଜାତୀୟ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବ। ଏଥିସହ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ନିର୍ବାଚନ ପୂର୍ବରୁ “ସଂକଳ୍ପପତ୍ର” ପ୍ରସ୍ତୁତ କରାଯାଇଥାଏ। ଏପ୍ରିଲ ୧୪(ପଣାସଂକ୍ରାନ୍ତି) ଦିନ କେନ୍ଦ୍ରୀୟ ସ୍ତରରେ ଭାରତୀୟ ଜନତା ପାର୍ଟି ଦେଶବାସୀଙ୍କ ପାଇଁ ସଂକଳ୍ପପତ୍ର ଦିଲ୍ଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଥିଲା। ମାର୍ଚ୍ଚ ୧୮ ତାରିଖ ଦିନ ୨୩ଟି ଏଲଇଡି ଭ୍ୟାନକୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥିଲା। ୨୧ ଲୋକସଭାର ମତାମତକୁ ସଂକଳନ କରି ସଂକଳ୍ପପତ୍ରରେ ସ୍ଥାନିତ କରାଯାଇଛି। ବିଜେପି ସରକାରକୁ ଆସିଲେ ସମସ୍ତ ସଂକଳ୍ପ ପୂରଣ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।