ଦଶହରାକୁ ଫିକା କଲା ବର୍ଷା

ଦଶହରାକୁ ଫିକା କଲା ବର୍ଷା

Share :

ଆଜିଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ । ଆଗାମୀ 3 ଦିନ ଯାଏଁ ଜାରି ରହିବ ବର୍ଷା । ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣି ବଳୟର ସୃଷ୍ଟି । ଘୂର୍ଣି ବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ଆରମ୍ଭ । ଆଗାମୀ 3 ଦିନ ଯାଏଁ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା । ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ପାଣିପାଗ ବିଭାଗ ତରଫରୁ କଟକ, କେଉଁଝର, ଢେଙ୍କାନାଳ, ବାଲେଶ୍ବର, କଳାହାଣ୍ତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, ନବରଙ୍ଗପୁରକୁ ପ୍ରବଳ ବର୍ଷା ସମ୍ଭାବନା । ଏହିସବୁ ଅଞ୍ଚଷକୁ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତା 7 ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରା ଯାଇଛି ।

Share :