ମୃତ୍ୟୁଞ୍ଜୟ ବେହେରା ମରିସାରିଛି ନଈ ତୁମେ ଏବେ ଯାହା ଦେଖୁଛ ତାହା ମଲା ନଈର ଶବ ମୋତେ ପଚାରନା କେମିତି ମଲା ନଈ ପଚାରିଲେ ପଚାରିପାର ତା ସୁଅଭରା ଛାତିରେ ଡଙ୍ଗାବାହି ଗୋଟେ ଜୀବନ ବିତାଇ ସାରିଥିବା ମାଝିବୁଢାକୁ ନହେଲେ ପ୍ରତ୍ୟହ ପ୍ରାତଃକାଳେ ତାର ଆଂଜୁଳାଏ ପାଣିରେ ସାରା ଭାରତର ଆଧ୍ୟାତ୍ମିକ ଚିତ୍ର ଆଙ୍କୁଥିବା ମିଶ୍ର ଜେଜେଙ୍କୁ . . . . ଆଈ ମା’ଠୁ ଶୁଣିଥିଲି ମୁଁ ଏଇ ନଈର କାହାଣୀ ଫୁଲେଇ ପଣରେ ସେ କେମିତି ହସେ କାଶତଣ୍ଡି ହସ ଚଗଲି ପବନ ପରି ଖେଳୁଥାଏ ଶୋରିଷ କ୍ଷେତରେ ଜହ୍ନକୁ ଛାତିରେ ଧରି ହସୁଥାଏ ସୁନେଲି ସୁନେଲି ଝିଅବୋହୂଙ୍କ ସାଥିରେ ସୁଖଦୁଃଖ ହୁଏ ଗାଧୁଆ ତୁଠରେ, କିନ୍ତୁ କେବେ ରାଗିଗଲେ ଟିକେ ଦୁଇକୂଳ କରିଦିଏ ଅସ୍ଥିର ଉଚ୍ଛନ୍ନ ଶାନ୍ତ ହେଲେ ଅଜାଡି ଦିଏ ସୁଖ ଆପଣା ପଣରେ . . . ହେଲେ ମୁଁ ଜାଣେ ଏବେ କିଏ କିଆଁ ଛୁଏଁ ନାହିଁ ଦେହକୁ ତାହାର ଅଶଉଚ ହେବାର ଭୟରେ . . . . ଦେଖ ତାର ନିର୍ମଳ ଦେହଟା ଏବେ ପୁତି ଗନ୍ଧମୟ ଦେହସାରା ପୋକ ସାଲୁବାଲୁ ଜହରରେ ଭରିଛି ତା ଦେହ କୂଳସାରା ମଲାମାଛଙ୍କ ଗହଳି ଦୁଇକୂଳ ଖାଁ ଖାଁ ହାହାକାରମୟ କହିପାରିବିନି ମୁଁ କେମିତି ସେ ମଲା କିଏ ସେ ଧର୍ଷଣକାରୀ କିଏ ହତ୍ୟାକାରୀ ସେ କଥା ପଚାରି ବୁଝ ନିଜର ମନକୁ ନଈର ଶବ ସତ୍କାର ହୋଇବ କିପରି ?