ଉର୍ଜା କ୍ଷେତ୍ର ସଂସ୍କାରରେ ବ୍ୟାପକ ସୁଧାର ଆସିଛି- ଧର୍ମେନ୍ଦ୍ର

ଉର୍ଜା କ୍ଷେତ୍ର ସଂସ୍କାରରେ ବ୍ୟାପକ ସୁଧାର ଆସିଛି- ଧର୍ମେନ୍ଦ୍ର

ଭାରତର ସାଧାରଣ ନାଗିରକଙ୍କ ଇଜ୍ ଅଫ୍ ଲିଭିଙ୍ଗକୁ ସୁବିଧା କରିବା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରରେ ଥିବା ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି ବୋଲି ଅଗଷ୍ଟ ୮ ତାରିଖ ଗୁରୁବାର ମସୁରୀର ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀ ଠାରେ ଆୟୋଜିତ ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱ ଉର୍ଜା ଭୂଦୃଶ୍ୟରେ ଭାରତକୁ ଏକ ପ୍ରେରକ ଶକ୍ତି ବନାଇବା ପାଇଁ ପ୍ରସ୍ତୁତ ରୋଡମ୍ୟାପ୍ ଉପରେ ଆଲୋକପାତ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଥିବା ଉର୍ଜା ନ୍ୟାୟ ଚାରୋଟି ସ୍ତମ୍ଭରେ ତିଆରି ଏବଂ ସେ ଗୁଡିକ ହେଲା ଉର୍ଜାର ପହଁଚ, ଉର୍ଜା ଦକ୍ଷତା, ଉର୍ଜାର ସ୍ଥିରତା ଏବଂ ଉର୍ଜାର ସୁରକ୍ଷା। ଶ୍ରୀ ପ୍ରଧାନ କହିଥିଲେ ଯେ ଆମର ନୀତିର ଯେଉଁ ଦିଗ ଅଛି, ସାମାଜିକ ପରିବର୍ତ୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବରେ ବ୍ୟବହାର କରାଯାଇପାରିବ। ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବିଭିନ୍ନ ବହୁ ପକ୍ଷ ଏଜେନ୍ସି ଦ୍ୱାରା ସଫଳତା ହାସଲ କରିଛି। ବିଶେଷ ଭାବରେ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ ଅନେକ ବିକାଶଶୀଳ ଦେଶ ଦ୍ୱାରା ଅନୁକରଣ କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Share :