ଶନିବାରରୁ ପେଟୁନନାଙ୍କ ପେଟପୂଜା

ଶନିବାରରୁ ପେଟୁନନାଙ୍କ ପେଟପୂଜା

Share :

ଖାଇବାକୁ ଓ ଖୁଆଇବାକୁ କାହାକୁ ଭଲ ନଲାଗେ ! କିନ୍ତୁ ଖାଇ ଖାଇ ଯଦି ପେଟ ଫୁଟୁବଲ ହୋଇଯାଏ ତେବେ ଖାଉଥିବା ଲୋକକୁ ଆମେ କ’ଣ କହିବା ‘ପେଟୁ’ ! ଖାଦ୍ୟ, ହାସ୍ୟରସ ସହ ଭ୍ରମଣର ଗୋଟିଏ ସ୍ପେସାଲ ମିକ୍ସ ନେଇ ଆସୁଛି ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ ତରଙ୍ଗ ଟିଭି। ‘ପେଟୁନନାଙ୍କ ପେଟପୂଜା’ ନାମରେ ଏହି କାର୍ଯ୍ୟକ୍ରମଟି ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ନିଜର ଅଭିନୟର ଯାଦୁ ଦେଖାଇ ରାଜ୍ୟ ଚଳଚିତ୍ର ପୁରସ୍କାର ଜିତିଥିବା ଦର୍ଶକଙ୍କ ପ୍ରିୟତମ କଳାକାର ଶ୍ରୀ ଅନ୍ତଯାର୍ମୀ ପଣ୍ଡା ସାଜିଛନ୍ତି ଏହି ଫୁଡ ଶୋ’ରେ ପେଟୁ ନନା। ଓଡିଆ ପାରମ୍ପାରିକ ତଥା ଆଧୁନିକ ଖାଦ୍ୟ ରନ୍ଧନ ପ୍ରଣାଳୀକୁ ସହର ସହର ବୁଲି କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ଆଗରେ ପରିବେଷଣ କରିବା ଉଦ୍ଦେଶ୍ୟରେ ଆରମ୍ଭ ହେଉଥିବା ‘ପେଟୁନନାଙ୍କ ପେଟପୂଜା’ କାର୍ଯ୍ୟକ୍ରମରେ ଦର୍ଶକମାନେ ପାଇବେ ଉଭୟ ପର୍ଯ୍ୟଟନ ଓ ସୁସ୍ୱାଦୁ ଖାଦ୍ୟର ମଜା। କାର୍ଯକ୍ରମର ଆଙ୍କର ପେଟୁନନା ଘରଘର ବୁଲି ଲୋକଙ୍କ ରୋଷେଇ ଚାଖିବା ସହ ବୁଲିବେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ଖାଲି ଏତିକି ନୁହେଁ ବିଭିନ୍ନ ସହରର ଗଳିକନ୍ଦିମାନଙ୍କରେ ଲୁକ୍କାୟିତ ଜଳଖିଆ ବା ଷ୍ଟ୍ରିଟଫୁଡର ମଧ୍ୟ ସେ କରିବେ ସନ୍ଧାନ। ଅନ୍ୟ ସବୁ ପ୍ରସାରିତ ରୋଷେଇ କାର୍ଯ୍ୟକ୍ରମଠୁ ଭିନ୍ନ ‘ପେଟୁନନାଙ୍କ ପେଟପୂଜା’ରେ ଭ୍ରମଣ, ହାସ୍ୟରସ, ଖାଦ୍ୟ ଓ ରୋମାଞ୍ଚକୁ ମିଶେଇ ଦର୍ଶକଙ୍କୁ ପରଷିଦେବ ତରଙ୍ଗ ଟିଭି ପ୍ରତ୍ୟେକ ଶନିବାର ଓ ରବିବାର ସଂଧ୍ୟା ୫ଟାରେ। ସ୍ଥାନୀୟ ନାମକରା ବିଜ୍ଞାପନ ସଂସ୍ଥା ସଂକେତ କମ୍ୟୁନିକେସନ ଓ ଲାଇଟ୍ ହାଉସ ପ୍ରଡକ୍ସନର ମିଳିତ ଉଦ୍ୟମରେ ନିର୍ମାଣ କରଯାଇଛି ଏହି ଅଭିନବ କାର୍ଯ୍ରକ୍ରମ ‘ପେଟୁନନାଙ୍କ ପେଟପୂଜା’। ପୁନଃ ପ୍ରସାରଣ ସୋମବାର ଏବଂ ମଙ୍ଗଳବାର ସକାଳ ୯ଟାରେ।

Share :