ସାଇବର ସିକ୍ୟୁରିଟି ଆଇଟି କ୍ଷେତ୍ରରେ ନୁଆ ଚାହିଦା

ସାଇବର ସିକ୍ୟୁରିଟି ଆଇଟି କ୍ଷେତ୍ରରେ ନୁଆ ଚାହିଦା

Share :

ବର୍ତ୍ତମାନ ସବୁ ସ୍ଥାନରେ ସାଇବର କ୍ରାଇମ ଜନିତ ସମସ୍ୟା କାରଣରୁ ତଥ୍ୟ ଉଲଂଘନ ଏବଂ ଅସୁରକ୍ଷିତ ରହିବା ଘଟଣା ବୃଦ୍ଧି ହେତୁ ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସିକ୍ୟୁରିଟି ବିଷୟବସ୍ତୁର ଚାହିଦା ବଢିବାରେ ଲାଗିଛି। ଏଥିପାଇଁ ସାଇବର ସିକ୍ୟୁରିଟିକୁ କ୍ୟାରିୟର ରୂପରେ ଚୟନ କରିବା ଦିଗରେ ଡିଜିଟାଲ୍ ଟ୍ୟାଲେଣ୍ଟ ଦ୍ୱାରା ଏକ ଆଲୋଚନା ଚକ୍ର ଆୟୋଜିତ କରାଯାଇଥିଲା। ଡିଜିଟାଲ୍ ଟ୍ୟାଲେଣ୍ଟ ହେଉଛି ଭୁବନେଶ୍ବର ସ୍ଥିତ ଏକ ପ୍ରିମିୟମ ଏଥିକାଲ ହ୍ୟାକିଙ୍ଗ୍ ଏବଂ ସାଇବର ସିକ୍ୟୁରିଟି ଅନୁଷ୍ଠାନ। ସୃତି ରଞ୍ଜନ ସାହୁ ଏହି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ। ସେ ସିଙ୍ଗାପୁର ଆଇ.ବି.ଏମ୍ କର୍ପୋରେସନରେ ସାଇବର ସିକ୍ୟୁରିଟି ପ୍ଲାନର ରୂପେରେ ନିଜର କର୍ପୋରେଟ୍ କ୍ୟାରିୟରକୁ ପଛରେ ଛାଡ଼ି ସାଇବର ପ୍ରୋଫେସ୍ନାଲ ଗଢିବା ନିମନ୍ତେ ନିଜର ଜନ୍ମଭୂମିକୁ ଫେରିଆସିଛନ୍ତି। ବହୁଳ ଭାବରେ ତଥ୍ୟ ହ୍ୟାକିଙ୍ଗ୍ ଜନିତ ସମସ୍ୟା ଉପୁଜୁଥିବା ସମୟରେ ଛାତ୍ରଛାତ୍ରୀଙ୍କୁ ଏହି ସମସ୍ୟାର ସମାଧାନ କରିବା ତଥା ଏହିଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ଡିଜିଟାଲ ଟ୍ୟାଲେଣ୍ଟ କ୍ୟାରିୟର ରୂପରେ ସାଇବର ସିକ୍ୟୁରିଟି ଚୟନ କରିବା ନିମନ୍ତେ ଜୁଲାଇ ୨୦ ତାରିଖରେ ଏକ ଆଲୋଚନା ଚକ୍ର ଆୟୋଜନ କରିଥିଲେ, ଯେଉଁଥିରେ ପ୍ରାୟତଃ ବିଭିନ୍ନ ଅନୁଷ୍ଠାନ ଯଥା ଆ.ଟି.ଇ.ଆର, ଟ୍ରାଇଡେଣ୍ଟ, ଇନ୍ଷ୍ଟିଚୁଟ୍ ଅଫ ମ୍ୟାଥ୍ମେଟିକ୍ସ ଏଣ୍ଡ ସାଇନ୍ସ୍ ଏବଂ ଏନ୍.ଆଇ.ଟି ରୁ ୨୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଡିଜିଟାଲ୍ ଟ୍ୟାଲେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୃତି ରଞ୍ଜନ ସାହୁ ସମଗ୍ର ଦେଶରେ ହେଉଥିବା ତଥ୍ୟ ସୁରକ୍ଷାର ଉଲଂଘନ ସମ୍ପକରେ ଛାତ୍ର୍ରଛାତ୍ରୀଙ୍କୁ ଜଣାଇଥିଲେ ଏଥିସହ କିପରି ଭାବରେ ଏଥିକାଲ ହ୍ୟାକିଙ୍ଗ୍ ପରିବର୍ତ୍ତୀ ସମୟରେ ଏକ ବୃହତ କ୍ୟାରିୟର ବିକଳ୍ପ ହେବାକୁ ଯାଉଛି, ସେ ବିଷୟରେ କହିଥିଲେ। ବର୍ତ୍ତମାନ ସମୟରେ ସାଇବର ସିକ୍ୟୁରିଟିର ଚାହିଦା ସମ୍ପର୍କରେ ଜଣାଇ ସୃତି ରଞ୍ଜନ ସାହୁ କହିଲେ, ତଥ୍ୟ ହିଁ ବର୍ତମାନ ସବୁଠାରୁ ମୂଲ୍ୟବାନ ଅଟେ। ସମଗ୍ର ଦୁନିଆରେ ସବୁ କମ୍ପାନୀ ଏବଂ ଅନୁଷ୍ଠାନମାନେ ସାଇବର ସୁରକ୍ଷାକୁ ମୁଖ୍ୟ ପ୍ରାଥମିକତା ଦେବା ସହ ଏଥିକାଲ ହ୍ୟାକିଙ୍ଗ୍ର ଚାହିଦା ମଧ୍ୟ ବୃଦ୍ଧି ପାଇଅଛି। ଭାରତ ନିଜର ଆଇ.ଟି ପ୍ରତିଭା ନିମନ୍ତେ ବିଶ୍ୱବିଦିତ। ତେଣୁ ବିଶ୍ୱର ସ୍ୱାଭାବିକ ରୂପରେ ଆମଠାରୁ କିଛି ଆଶା ରହିବ। ସବୁ ବଡ଼ ବଡ଼ ସହରର ଚାହିଦା ଏବଂ ସେବା ଯୋଗାଣକୁ ସନ୍ତୁଳିତ ରଖିବା ନିମନ୍ତେ ଆଇଟି ସ୍ତରରେ କାର୍ଯ୍ୟ ଚାଲୁଅଛି ଏବଂ ଓଡ଼ିଶାକୁ ମଧ୍ୟ ଏହିଦିଗରେ ଅଗ୍ରଣୀ ହେବାକୁ ପଡ଼ିବ।

Share :