ଆହତ କର୍ମଚାରୀଙ୍କୁ ଭେଟିଲେ ନାଲକୋ ଅଧ୍ୟକ୍ଷ

ଆହତ କର୍ମଚାରୀଙ୍କୁ ଭେଟିଲେ ନାଲକୋ ଅଧ୍ୟକ୍ଷ

Share :

୨୦୧୯ ଜୁଲାଇ ୨୩ ତାରିଖରେ ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ନାଲକୋ ଅନଗୁଳ ସ୍ମେଲଟର୍ ପ୍ଲାଣ୍ଟ ଆକସ୍ମିକ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଟିକିତ୍ସାଧୀନ କର୍ମଚାରୀମାନଙ୍କୁ ଡାକ୍ତରଖାନାରେ ଭେଟି ଏହି ଅଘଟଣ ପାଇଁ ଗଭୀର ସମ୍ବେଦନା ପ୍ରକାଶ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସମୟରେ ଆହତ କର୍ମଚାରୀମାନଙ୍କୁ ଉତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଡ. ଚାନ୍ଦ ଆହତ କର୍ମଚାରୀମାନଙ୍କ ପରିବାର ବର୍ଗଙ୍କୁ ଭେଟି ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେବା ସହ ସମସ୍ତ ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚ ନାଲକୋ ବହନ କରିବ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଜୁଲାଇ ୨୩ ତାରିଖରେ ନାଲକୋ ସ୍ମେଲଟର୍ ପ୍ଲାଣ୍ଟରେ ଏକ ଆକସ୍ମିକ ବିଦ୍ୟୁତ ଜନିତ ଅଗ୍ମିକାଣ୍ଡରେ ଜଣେ କର୍ମଚାରୀ, ଜଣେ ଠିକା କର୍ମଚାରୀ ଏବଂ ଦୁଇ ଜଣ ଆପ୍ରେଣ୍ଟିସ୍ ଆହତ ହୋଇଥିଲେ। କମ୍ପାନୀ କର୍ତ୍ତୃପକ୍ଷଙ୍କ ତତ୍କାଳ ପଦକ୍ଷେପ ଯୋଗୁଁ ଘଟିଥିବା ଅଗ୍ମିକାଣ୍ଡକୁ ଯଥା ଶୀଘ୍ର ଆୟତ୍ତ କରାଯାଇ ପାରିଥିଲା। ଉକ୍ତ ଅଘଟଣର କାରଣ ଜାଣିବା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ।

Share :