ୱାର୍ଲଡ୍‌ ୟୁଥ ସ୍କିଲ ଡେଡ୍ଗ ଅବସରରେ ଆବେେୱଷ୍ଟ ସର୍ଭିସେସ୍ ପକ୍ଷରୁ ସଚେତନତା ରାଲି

ୱାର୍ଲଡ୍‌ ୟୁଥ ସ୍କିଲ ଡେଡ୍ଗ ଅବସରରେ ଆବେେୱଷ୍ଟ ସର୍ଭିସେସ୍ ପକ୍ଷରୁ ସଚେତନତା ରାଲି

Share :

ଓଡିଶାର ଏକ ନମ୍ୱର ସ୍କିଲ୍ ଡେଭଲପମେଣ୍ଟ୍ ଅନୁଷ୍ଠାନ ଆବେେୱଷ୍ଟ ସର୍ଭିସେସ୍ ପକ୍ଷରୁ ୱାର୍ଲଡ୍ ୟୁଥ ସ୍କିଲ ଡେଡ୍ଗ ଅବସରରେ ସଚେତନତା ପାଇଁ ଲୁମ୍ୱିନୀ ବିହାର ସ୍ଥିତ କାର୍ଯ୍ୟାଳୟରେ ଏକ ରାଲିର ଆୟୋଜନ କରାଯାଇଛି। ଆବେେୱଷ୍ଟ ସର୍ଭିସେସ୍ରେ ଅଧ୍ୟୟନ ୧୫୦ରୁ ଅଧିକ ଛାତ୍ର ଛାତ୍ରୀ ଏହି ରାଲିରେ ଯୋଗ ଦେବା ସହ ସହରକୁ ସ୍ୱଚ୍ଛ କରିବା ପାଇଁ ସାଧାରଣ ଜନସାଧାରଣକୁ ରାଲି ଯୋଗେ ଜାଗୃତ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ସ୍କିଲ୍ ଡେଭଲପମେଣ୍ଟ ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ନିଗମ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ ରାଲିକୁ ସମ୍ୱୋଧିତ କରି କିହିଥିଲେ ଯେ, ଆଜିର ସମୟରେ ଯୁବଗୋଷ୍ଠୀକୁ ଅଧିକ ଜାଗୃତ ହେବାର ସମୟ ଆସିଯାଇଛି। ଆଜିର ଯୁବ ସମାଜ ଯେତିକି ସଚେତନ ହେବ, ଦେଶ ସମାଜ ସେତିକି ଆଗୁଆ ହେବ, ଆମକୁ ଆମର ଦକ୍ଷତାକୁ ଆହୁରି ଶାଣିତ କରିବାକୁ ପଡିବ। ଏହି ରାଲିରେ ଓଡିଶା ସ୍କିଲ୍ ଡେଭଲପମେଣ୍ଟ ବିଭାଗର ଯୁଗ୍ମ ସଚିବ ପିନାକୀ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବା ସହ ଯୁବ ସମାଜ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ସେ ପରାର୍ମଶ ଦେଇଥିଲେ। ଆବେେୱଷ୍ଟ ସର୍ଭିସେସ୍ ତରଫରୁ ଯୁବ ସମାଜକୁ ଗାନ୍ଧିଙ୍କ ସ୍ୱପ୍ନର ଭାରତ ସ୍ୱଚ୍ଛ ଭାରତ ମିଶନ ବାର୍ତ୍ତାକୁ ଆଗେଇ ନେବା ପାଇଁ ୱାର୍ଲଡ୍‌ ୟୁଥ ସ୍କିଲ ଡେସ୍କ ମାଧ୍ୟମରେ ସାଧାରଣ ଜନତାକୁ ରାଲି ମାଧ୍ୟମରେ ପରିବେଷଣ କରାଯାଇଛି । ଆବେେୱଷ୍ଟ ସର୍ଭିସେସ୍ରେ ଅଧ୍ୟୟନ ଛାତ୍ରଛାତ୍ରୀମାନେ ସ୍ୱଚ୍ଚତାକୁ କିପରି ଭାବରେ ସ୍କିଲ ସହ ଯୋଡି ହୋଇ ହେବ ତାହା ପଦଯାତ୍ରା ମାଧ୍ୟମରେ ସଚେତନା କରାଯାଇଥିଲା। ଏହି ଅବସରେର ଆବେେୱଷ୍ଟ ସର୍ଭିସେସ୍ ପକ୍ଷରୁ ବୁଦ୍ଧପାର୍କି ସ୍ଥି୍ତରେ ଏକ ଡଷ୍ଟବିନ ୱାଡ୍ ମଧ୍ୟ ଉଦଘାଟନ୍ କରାଯାଇଥିଲା। ଏହି ଅବସରରେ ଆବେେୱଷ୍ଟ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ପୃଥୀରାଜ ଦାସ ଛାତ୍ର ଛାତ୍ରମାନଙ୍କୁ ସମ୍ୱୋଧିତ କରି କହିଥିଲେ ଯେ, ଆମର ମିଶନ ହେଉଛି ଆଜିର ଯୁବ ସମାଜ ଦକ୍ଷ ସୁଦୃଢିତ କରିବା। ତା’ ପାଇଁ ଆମେ ନିରନ୍ତର ଭାବରେ ପ୍ରୟାସ କରିବା ଉଚିତ। ଏହି ପରି କାର୍ଯ୍ୟକ୍ରମ ଆଗକୁ କରିବା ସହ ଲୋକମାନଙ୍କୁ ଦକ୍ଷତା ବିଷୟରେ ସଚେତନତା ପାଇଁ ଚେଷ୍ଟା କରିବୁ ବୋଲିସେ କହିଥିଲେ।

Share :