ରାନ୍ଧିବାଢ଼ି ଥୋଇଲା କିଏ, ପତର ପକାଇ ଖାଇଲା କିଏ?

ରାନ୍ଧିବାଢ଼ି ଥୋଇଲା କିଏ, ପତର ପକାଇ ଖାଇଲା କିଏ?

Share :

  ପ୍ରସାଦ ହରିଚନ୍ଦନ, ପ୍ରଦେଶ କଂଗ୍ରେସ ସଭାପତି କେନ୍ଦ୍ରର କଂଗ୍ରେସ ସରକାର ସମୟରେ ୧୯୯୨ ମସିହାରେ ପରିକଳ୍ପନା କରାଯାଇଥିବା ତଥା ୟୁପିଏ -  ଏବଂ ୟୁପିଏ - ୨ ସମୟରେ ପ୍ରକଳ୍ପ ମଂଜରୀ ସହ ଅର୍ଥ ବରାଦ କରାଯାଇ ଓଡିଶାର ପାରାଦ୍ବୀପ ଠାରେ ନିର୍ମିତ ହୋଇଥିବା ତୈଳ ବିଶୋଧନାଗାର ପ୍ରକଳ୍ପ ଏବେ ପୂର୍ଣ୍ଣାଙ୍ଗ ହୋଇ ଲୋକାର୍ପିତ ହେବାକୁ ଯାଉଛି । ୟୁପିଏ ସରକାର ପ୍ରତିଷ୍ଠା କରିଥିବା ଏହି ପ୍ରକଳ୍ପର ଶ୍ରେୟକୁ ନେଇ ଏବେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ଭିତରେ ଲାଗିଥିବା ଟଣାଓଟରା ଅତ୍ୟନ୍ତ ନିନ୍ଦନୀୟ । ଯଦି ଏହି ପ୍ରକଳ୍ପର ଶ୍ରେୟ କାହାକୁ ଦିଆଯିବ ତାହା ଦିଆଯିବ ଏହି ପ୍ରକଳ୍ପ ପାଇଁ ନିଜର ଭିଟାମାଟି ହରାଇଥିବା ପାରାଦ୍ବୀପ ଅଂଚଳବାସୀଙ୍କୁ । ଏ ଶ୍ରେୟ ମଧ୍ୟ ଯିବ ପୂରା ଓଡିଶାବାସୀଙ୍କୁ ଯେଉଁମାନେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୪ ହଜାର କୋଟି ଟଙ୍କାର ଟିକସ ତ୍ୟାଗ କରିବେ । ଏ ଶ୍ରେୟ ଯିବ ଏହି  ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାରେ ଯୋଗଦାନ ରଖିଥିବା ସମସ୍ତ ମଜଦୁର୍, ଇଂଜିନିୟର ଓ ଇଣ୍ଡିଆନ୍ ଅଏଲକୁ । ସର୍ବୋପରି ଏ ଶ୍ରେୟ ଯିବ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପି.ଭି. ନରସିଂହ ରାଓ, ଡକ୍ଟର ମନମୋହନ ସିଂହ, ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ, ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ଶ୍ରୀ ଗିରିଧର ଗମାଙ୍ଗଙ୍କୁ । କିନ୍ତୁ ଯେଉଁଭଳି ଭାବରେ ବ ର୍ମାନ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଏମାନଙ୍କ ଅବଦାନକୁ ଭୁଲି ନିଜେ ଶ୍ରେୟ ନେବାପାଇଁ ଅପଚେଷ୍ଟା କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ୟୁପିଏ ସରକାର ସମୟରେ ବରାଦ ହୋଇଥିବା ଅର୍ଥରେ ପୂର୍ଣ୍ଣାଙ୍ଗ ହୋଇଥିବା ଆଇ.ଓ.ସି.ଏଲ. ପ୍ରକଳ୍ପ ଉଦ୍ଘାଟନ ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିଥିବା ବେଳେ ଯେଉଁଭଳି ଭାବେ ହୋର୍ଡ଼ିଂ ଓ ପୋଷ୍ଟର ପ୍ରତିଯୋଗିତା ଚାଲିଛି ତାହା ରାଜନୈତିକ ସୌଜନ୍ୟତାର ସମସ୍ତ ସୀମା ଉଲ୍ଲଙ୍ଘନ କରିଛି । ଏପରିକି ଓଡିଶା ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିଙ୍କୁ ମଧ୍ୟ ଉଭୟ ବିଜେପି ଓ ବିଜେଡି ତାଙ୍କର ପ୍ରଚାର ପୋଷ୍ଟରରେ ବନ୍ଦ କରି ଦେଇଥିଲେ ।  ପାରାଦ୍ବୀପ ତୈଳ ବିଶୋଧନାଗାରର ଇତିହାସ ୧୯୯୨ ମସିହାରେ, କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ତତ୍ବାବଧାନରେ ଭାରତୀୟ ତୈଳ ନିଗମ ଓ କୁଏତ୍ ଅଏଲ୍ କର୍ପୋରେସନର ମିଳିତ ଉଦ୍ୟମରେ ଓଡିଶାର ପାରାଦ୍ବୀପ ଠାରେଏକ ତୈଳ ବିଶୋଧନାଗାର କରାଯିବାର ପରିକଳ୍ପନା କରାଯାଇଥିଲା । ‘ପୂର୍ବରୁ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେତେବେଳର ପ୍ରଧାନମନ୍ତ୍ରୀ ଭି ପି ସିଂହ ଓ ଚନ୍ଦ୍ରଶେଖରଙ୍କୁ ପତ୍ର ଲେଖି ବିଫଳ ହୋଇଥିବା ବେଳେ ୧୯୯୨ ମସିହାରେ କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲା । ୧୯୯୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କ୍ୟାପ୍ଟେନ୍ ସତୀଶ ଶର୍ମା ଏ ସଂକ୍ରାନ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଏକ ପତ୍ର ମାଧ୍ୟମରେ ଭାରତୀୟ ତୈଳ ନିଗମ ତରଫରୁ ଏକ ୬ ନିୟୁତ ଟନ୍ ତୈଳ ବିଶୋଧନାଗାର ପାରାଦ୍ବୀପ ଠାରେ କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଲେଖିଥିଲେ ଓ ୧୯୯୫ ମସିହାରେ ପାରାଦ୍ବୀପ ତୈଳ ବିଶୋଧନାଗାର ନିର୍ମାଣ ପାଇଁ ତତ୍କାଳୀନ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ଓ କୁଏତ୍ ପେଟ୍ରୋଲିୟମ୍ କର୍ପୋରେସନ୍ ମିଳିତ ଉଦ୍ୟୋଗରେ ବିଶୋଧନାଗାର ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମୟରେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ୩୩୪୫ ଏକର ଜମି ଅଧିଗ୍ରହଣ କରାଯାଇଥିଲା । ୨୦୦୦ ମସିହା ମେ ୨୪ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଦ୍ବାରା ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ମାତ୍ର ବର୍ଷକ ପରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ପ୍ରକଳ୍ପ ଲାଭଦାୟକ ହେବନାହିଁ ବୋଲି ଦର୍ଶାଇ ଓଡିଶାରେ ଏହି ପ୍ରକଳ୍ପ ସମ୍ଭବ ହେବନାହିଁ ବୋଲି ଜୁଲାଇ ୫ ତାରିଖ ୨୦୦୨ରେ ତତ୍କାଳୀନ ପେଟ୍ରୋଲିୟମ୍ ମନ୍ତ୍ରୀ ରାମ ନାୟକ ବିଜୁ ଜନତା ଦଳର ସାଂସଦ ଭତ୍ତୃର୍ହରି ମହତାବଙ୍କର ଏକ ପ୍ରଶ୍ନର ଉତ୍ତରରେ ଜଣାଇଥିଲେ । ଏପରିକି ୨୦୦୩ ମସିହାରେ ଭାରତୀୟ ତୈଳ ନିଗମ ପକ୍ଷରୁ ମଧ୍ୟ ଆର୍ଥିକ ରିହାତି ସତ୍ତ୍ବେ ଏହି ପ୍ରକଳ୍ପ ଅର୍ଥନୈତିକ ଦୃଷ୍ଟି କୋଣରୁ ଲାଭଦାୟକ ହେବନାହିଁ ବୋଳି କୁହାଯାଇଥିଲା ପାରାଦ୍ବୀପ ତୈଳ ବିଶୋଧନାଗାର ପ୍ରକଳ୍ପ ଆରମ୍ଭ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ମଧ୍ୟ ପ୍ରଦେଶର ବୀନାଠାରେ ମେ ୭ ତାରିଖ ୨୦୦୩ରେ ନ୍ୟ ଏକ ତୈଳ ବିଶୋଧନାଗାର ପାଇଁ ଶିଳାନ୍ୟାସ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ । ପାରାଦ୍ବୀପ ତୈଳ ବିଶୋଧନାଗାରକୁ ନେଇ କେନ୍ଦ୍ର ସରକାରଙ୍କର ଏଭଳି ଟାଳଟୁଳ ନୀତିକୁ ସେତେବେଳେ ବିଜୁ ଜନତା ଦଳ ସମେତ ସମସ୍ତ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଥିଲା । ପାରାଦ୍ବୀପରେ ତୈଳ ବିଶୋଧନାଗାର ନର୍ିମାଣକୁ ନେଇ ଭାଜପା ଓଡିଶାବାସୀଙ୍କୁ ଭଆଁ ବୁଲାଉଛି ଓ ଏହା ନହେଲେ ନଆଁ ଜଳିବ ବୋଲି ସେତେବେଳର ଓ.ଜି.ପି. ସଭାପତି ତଥା ବର୍ତ୍ତମାନର ବିଜେପି ନେତା ବିଜୟ ମହାପାତ୍ର ଚେତାବନୀ ଦେଇଥିଲେ। ପପର୍ଲାମେଣ୍ଟରେ ମଧ୍ୟ ଏହାକୁ ନେଇ କଂଗ୍ରେସର ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଏବଂ ବିଜେଡିର ସାଂସଦ ଭତ୍ତୃହରି ମହତାବ ଉଦବେଗ ପ୍ରକାଶ କରିବା ସହିତ ପାରାଦ୍ବୀପ ଠାରେ ପ୍ରସ୍ତାବିତ ତୈଳ ବିଶୋଧନାଗାର ପ୍ରତିଷ୍ଠା ଦିଗରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ନିଦ୍ଦିର୍ଷ୍ଟ ସମୟସୀମା ମଧ୍ୟରେ ଏହାର ନିର୍ମାଣ ଶେଷ କରିବା ପାଇଁ ଦାବି କରିଥିଲେ । ଅମ୍ବାନୀ ତୈଳ କମ୍ପାନୀର ସ୍ବାର୍ଥର ସୁରକ୍ଷା ପାଇଁ କେନ୍ଦ୍ରର ବିଜେପି ସରକାର ଦେଶର ସ୍ବାର୍ଥକୁ ଜଳାଜଂଳି ଦେଉଛନ୍ତି ବୋଲି ବିଜେଡି ନେତା ପ୍ରସନ୍ନ ଆଚର୍ଯ୍ୟ ଅଭିଯୋଗ କରିଥିଲେ। ଅପରପକ୍ଷରେ ବିଜେପି ରାଜ୍ୟ ସରକାରଙ୍କର ଅସହଯୋଗ ଏବଂ ବିଶୋଧନାଗାର ପାଇଁ ଆବଶ୍ୟକ ଆର୍ଥିକ ରିହାତି ଓ ପ୍ରୋତ୍ସାହନ ମିଳିପାରୁ ନଥିବାରୁ ଏହି ପ୍ରକଳ୍ପ ନେଇ ଅନିଶ୍ଚିତତା ଦେଖା ଦେଇଦେଇଛି ବୋଲି ସଫେଇ ଦେଇଥିଲା। ରାଜ୍ୟ ସରକାରଙ୍କର ଅସହଯୋଗ ଏବଂ ତତ୍କାଳୀନ ଏନ୍.ଡି.ଏ. ସରକାରଙ୍କ କପଟତା ଯୋଗୁଁ ପାରାଦ୍ବୀପ ତୈଳ ବିଶୋଧନାଗାର ପ୍ରକଳ୍ପ ଶୀତଳଭଣ୍ଡାରକୁ ଚାଲିଯାଇଥିଲା । କିନ୍ତୁ ୨୦୦୪ରେ କେନ୍ଦ୍ରରେ ୟୁପିଏ ସରକାର ଆସିବା ପରେ ପୁଣିଥରେ ଏହି ପ୍ରକଳ୍ପକୁ ନେଇ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହେଲା। ୨୦୦୪ରେ ରାଜ୍ୟରେ ବିଜେଡି-ବିଜେପି ସରକାର ଆଇ.ଓ.ସି.ଏଲ୍.ର ଏହି ପ୍ରକଳ୍ପକୁ ସମସ୍ତ ଟିକସ ରିହାତି ଯୋଗାଇ ଦେବାକୁ ରାଜି ହେଲେ । ୨୦୦୬ ମସିହାରେ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ପାରାଦ୍ବୀପ ଠାରେ ୧୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ସଂପନ୍ନ ତୈଳ ବିଶୋଧନାଗାର ପାଇଁ କେନ୍ଦ୍ର ସରକାର ୩୫ ହଜାର ୫୫୪ କୋଟି ଟଙ୍କାର ବ୍ୟୟ ବରାଦ କରି ପ୍ରକଳ୍ପ କାମ ଆରମ୍ଭ କଲେ । ଅଗଷ୍ଟ ୮ ତାରିଖ ୨୦୦୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଖୋର୍ଦ୍ଧାଠାରେ ନାଇଜରର ଶିଳାନ୍ୟାସ କରିବା ପାଇଁ ଓଡିଶା ଆସିଥିବା ସମୟରେ ପାରାଦ୍ବୀପ ତୈଳ ବିଶୋଧନାଗାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ଘୋଷଣା କରିବା ସହିତ ପାରାଦ୍ବୀପରେ ୨୯ ହଜାର କୋଟି ଟଙ୍କାର ପେଟ୍ରୋ କେମିକାଲ୍ କଂପ୍ଲେକ୍ସ ନିର୍ମାଣ କରିବା ପାଇଁ ମଧ୍ୟ ଘୋଷଣା କଲେ। ୨୦୧୨-୧୩ରେ ୟୁପିଏ ସରକାର ସମୟରେ ପାରାଦ୍ବୀପରେ ଏକ ପ୍ଲାଷ୍ଟିକ୍ ପାର୍କ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା । କେନ୍ଦ୍ରରେ ୟୁପିଏ ସରକାରଙ୍କର ୧୦ ବର୍ଷର ଶାସନକାଳ ସମୟରେ ପାରାଦ୍ବୀପର ବିକାଶ ପାଇଁ ସମସ୍ତ ଯୋଜନା ଏବଂ ବ୍ୟୟ ବରାଦ କରାଯାଇଥିଲା । ଏହି ପରିପ୍ରେକ୍ଷରେ ବିଜେଡି - ବିଜେପି ଦାବି କରୁଥିବା କଥା କେତେ ସତ କେତେ ମିଛ? ପାରାଦ୍ବୀପକୁ ଏକ ଅତ୍ୟାଧୁନିକ ଶିଳ୍ପ ନଗରୀରେ ପରିଣତ କରିବାର ସ୍ବପ୍ନ ବିଜେଡି ଓ ବିଜେପିର ଥିଲା ବୋଲି ଦଳ ଦାବି କରୁଥିବା ବେଳେ ବାସ୍ତବରେ ପାରାଦ୍ବୀପରେ ବନ୍ଦରଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଯାହାବି ଶିଳ୍ପ ସଂସ୍ଥାନ ପ୍ରତିଷ୍ଠା କରାଯାଇଛି ସେଥିରେ କଂଗ୍ରେସର ଅବଦାନ ସର୍ବାଧକ । ପ୍ରକୃତ ପକ୍ଷରେ ପାରାଦ୍ବୀପ ତୈଳ ବିଶୋଧନାଗାର ପ୍ରକଳ୍ପକୁ ଅତୀତରେ ବନ୍ଦ କରିବା ତଥା ପ୍ରକଳ୍ପ ବିଳମ୍ବିତ ହେବା ପାଇଁ ବିଜେପି - ବିଜେଡି ଦାୟୀ । ପାରାଦ୍ବୀପରେ ଏକ ଅତ୍ୟାଧୁନିକ ତୈଳ ବିଶୋଧନାଗାର ପ୍ରତିଷ୍ଠା କରିବାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଅବଦାନ ନଥିବା ବେଳେ ଏହି ପ୍ରକଳ୍ପ ପାଇଁ ପ୍ରକୃତରେ ଡକ୍ଟର ମନମୋହନ ସିଂହଙ୍କର ଅବଦାନ ଅବିସ୍ମରଣୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସର କିଛି ପ୍ରଶ୍ନ ଏବଂ କିଛି ପ୍ରସ୍ତାବ - -  ପାରାଦ୍ବୀପ ତୈଳ ବିଶୋଧନାଗାର ଏବଂ ପେଟ୍ରୋ କମ୍ଲେକ୍ସ ପାଇଁ ବ୍ୟୟ ବରାଦ କେଉଁ ସରକାର ସମୟରେ କେତେ ହୋଇଥିଲା ଏବଂ ଏହି ପ୍ରକଳ୍ପର ପ୍ରକୃତ ଇତିହାସ କଣ ତାହା ସେ ଓଡିଶାବାସୀଙ୍କୁ ଜଣାଇବେ କି? - ଏଥିପାଇଁ ଖାସ୍ କରି ବିଜେପିର ଅବଦାନ କ’ଣ ସେ ବିଷୟରେ ଓଡିଶା ଗସ୍ତ ଅବସରରେ ବିସ୍ତୃତ ଭାବରେ ସ୍ପଷ୍ଟ କରିବେ କି?  - କାହାର ଅସହଯୋଗ ଓ ମନ୍ଦ ଉଦ୍ଦେଶ୍ୟ ପାଇଁ ଏହି ପ୍ରକଳ୍ପକୁ ୨୦୦୦ ମସିହାରୁ ଶିଳନ୍ୟାସ କରାଯାଇଥିଲେ ମଧ୍ୟ ୦୦୪ ପର୍ଯ୍ୟନ୍ତ‘ ଶୀତଳଭଣ୍ଡାରରେ ପକାଇ ରଖିଥିଲେ? - ଯେଉଁ ପ୍ରକଳ୍ପକୁ ବିଜେପି ସରକାର ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ନୁହେଁ ବୋଲି କହି ବନ୍ଦ କରିଦେବାକୁ ଷଡଯନ୍ତ୍ର କରୁଥିଲେ, ୟୁପିଏ ସରକାର ସମୟରେ ପ୍ରକଳ୍ପ ହେଲା କିପରି? - ପାରାଦ୍ବୀପ ତୈଳ ବିଶୋଧନାଗାର ପ୍ରକଳ୍ପ ଭଳି ବୃହତ୍ ଏବଂ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପଛରେ କୌଣସି ଏକ ନିର୍ଦ୍ଦିଷ୍ଟ ଦଳର ଅବଦାନ ସଂପୂର୍ଣ୍ଣ ନଥାଏ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାର ଏହି କାର୍ଯ୍ୟକ୍ରମ ଏହାର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିଥାନ୍ତି  । ଏହି ପରିପ୍ରେକ୍ଷୀରେ ୨୦୦୦ ମସିହାରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲେ ମଧ୍ୟ ୟୁପିଏ ସରକାରର ୧୦ ବର୍ଷ ଭିତରେ ହିଁ ପ୍ରକଳ୍ପଟି କାର୍ଯ୍ୟକାରୀ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସ୍ବୀକାର କରିବେ କି ? - ଯେଉଁ ପ୍ରକଳ୍ପର ଶ୍ରେୟ ଏବେ ନିଜେ ଏବଂ ନିଜ ଦଳ ନେବାକୁ ଚେଷ୍ଟା କରୁଛନ୍ତି, ରାଜନୈତିକ ଅସହିଷ୍ଣୁତାରୁ ନିବୃତ୍ତ ରହି ସର୍ବନିମ୍ନ ରାଜନୈତିକ ସୌଜନ୍ୟତା ପ୍ରଦର୍ଶନ ପୂର୍ବକ ତାହାର ବାସ୍ତବ ଶ୍ରେୟ ୟୁପିଏ ସରକାରର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଏବଂ ୟୁପିଏର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧିଙ୍କୁ ଦେବେ କି? - ଓଡିଶାରେ ୟୁପିଏ ସରକାର ସମୟରେ ପ୍ରସ୍ତାବିତ ଇ.ଏସ୍.ଆଇ. ହସ୍ପିଟାଲକୁ ଭୁବନେଶ୍ବରରୁ କ’ଣ ପାଇଁ ହଟାଇ ଦିଆଗଲା? - କୋଣାର୍କ ଠାରେ ଇଣ୍ଡିଆନ୍ ଅଏଲ ଦ୍ବାରା ଉପା -୨ ସମୟରେ ପ୍ରସ୍ତାବିତ ଧର୍ମପଦ ଇନଷ୍ଟିଚ୍ୟୁଟ୍ ଅଫ୍ ଆକିର୍ଟେକ୍ଚର ଶୀତଳ ଭଣ୍ଡାରରେ କାହିଁକି ରହିଛି? - ପାରଦ୍ବୀପରେ ଥିବା ପାରାଦ୍ବୀପ ଫସପେଟ୍ ଲିମିଟେଡ୍କୁ କର୍ଣ୍ଣାଟକକୁ ଉଠାଇ ନେବା ପାଇଁ କ’ଣ ପାଇଁ ଏନ୍.ଡି.ଏ. ସରକାର ଚକ୍ରାନ୍ତ କରୁଛି? - ସୁନାବେଡାର ହାଲରେ ସୁଖୋଇ ବିମାନ ନିର୍ମାଣ ପାଇଁ ୟୁପିଏ ସରକାର ସମୟରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାକୁ ବେଙ୍ଗାଲୁରୁକୁ ସ୍ଥାନା‘ରିତ କରିବା ପାଇଁ କାହିଁକି ନିଷ୍ପତ୍ତ ନିଆଗଲା?

Share :