ବୌଦ୍ଧ ଡିଷ୍ଟିଲାରୀ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଳ ବିଶୋଧକ ପ୍ରଦାନ

ବୌଦ୍ଧ ଡିଷ୍ଟିଲାରୀ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଳ ବିଶୋଧକ ପ୍ରଦାନ

Share :

ବୌଦ୍ଧ ଜିଲ୍ଲାକୁ ହଳଦୀକାଆଁଳ ଏବଂ ଅନ୍ୟାନ୍ୟ ପାନୀୟ ଜଳ ଜନିତରୋଗରୁ ଦୂରେଇ ରଖିବା ନିମନ୍ତେ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ (ବି.ଡି.ପି.ଏଲ୍) ତରଫରୁ ପାନୀୟ ଜଳଯୋଗାଣ ଅଭିଯାନ ଜରିଆରେ ପୁରୁଣାକଟକ ଗୋଷ୍ଠୀୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଉନ୍ନତ ଆର୍‌ଓ ୱାଟର୍ ପ୍ୟୁରିଫାୟର ବା ଜଳ ବିଶୋଧକ ଯନ୍ତ୍ର ପ୍ରଦାନ କରାଯାଇଅଛି। ଏହି ଅବସରରେ ସ୍ୱାସ୍ଥ୍ୟ ସେବା ଅଧିକାରୀ, ଡ଼ଃ ରବି ନାରାୟଣ ପ୍ରମାଣିକ, (ବି.ଡି.ପି.ଏଲ୍) ପ୍ରବନ୍ଧ ନିର୍ଦ୍ଦେଶକ ଋତେଶ ସାହୁଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜନ କିଶୋର ମହାନ୍ତିଙ୍କ ଦ୍ୱାରା ଘଣ୍ଟା ପ୍ରତି୧୨୦ ଲିଟର ଶୁଦ୍ଧିକରଣ କ୍ଷମତା ସମ୍ପନ୍ନ ଏକ ଆର୍‌ଓ ୱାଟର୍ ପ୍ୟୁରିଫାୟର ଉଦ୍‌ଘାଟନ କରାଯାଇଅଛି। ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ବି.ଡି.ପି.ଏଲ୍ର ଏହି ପ୍ରୟାସକୁ ପ୍ରଂଶସା କରି ବୌଦ୍ଧ, ସି.ଡି.ଏମ୍.ଓ, ବିଜନ କିଶୋର ମହାନ୍ତି କହିଲେ,କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା ପାରମ୍ପରିକ ପ୍ରଥା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଏହା ଆବଶ୍ୟକତା ଉପରେ ପର୍ଯ୍ୟବେଶିତ ହେବା ଦରକାର। ମୋର ବିଶ୍ୱାସ ବି.ଡି.ପି.ଏଲ୍ର ଏହି ପ୍ରାରମ୍ଭିକ ପ୍ରୟାସ ନିଶ୍ଚିତ ରୂପରେ ଅନ୍ୟମାନଙ୍କୁ ଉତ୍ସାହିତ କରିବ। ଏହି ଅବସରରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଋତେଶ ସାହୁ କହିଲେ, ଯେତେବେଳେ ଆମର ସି.ଏସ୍.ଆର୍ ଟିମ୍ ଜାଣିବାକୁ ପାଇଲେ କି ବର୍ତ୍ତମାନ ଏଠାରେ ପିଇବା ପାଣିର ସବୁଠାରୁ ଅଧିକ ଆବଶ୍ୟକତା ରହିଛି, ସେତେବେଳେ ଆମେ ପ୍ରଥମ ପର୍ଯ୍ୟାୟରେ ପାନୀୟ ଜଳ ଯୋଗାଣ ଅଭିଯାନ ଆରମ୍ଭ କଲୁ। ଏହା ବ୍ୟତୀତ ପୂର୍ବରୁ ଆମେ ବିଭିନ୍ନ୍ ସ୍କୁଲ୍ ଏବଂ ମନ୍ଦିରମାନଙ୍କରେ ଅଲଗା ଅଲଗା ଆରୋ ୱାଟର୍ ପିଉରିଫାୟର ମଧ୍ୟ ଲଗାଇଅଛୁ ଓ ଖୁବଶୀଘ୍ର ଆଉ କିଛି ପ୍ୟୁରିଫାୟର ସର୍ବସାଧାରଣ ସ୍ଥାନମାନଙ୍କରେ ଲଗାଇବୁ। କେବଳ ପାନୀୟ ଜଳ ନୁହେଁ ଆହୁରି ଅନେକ ସି.ଏସ୍.ଆର୍ କାର୍ଯ୍ୟକ୍ରମ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ସୂଚନାଯୋଗ୍ୟ, ଅଂଚଳର ପାନୀୟ ଜଳ ସ୍ଥିତିକୁ ଧ୍ୟାନରେ ରଖି କମ୍ପାନୀ ଆଗରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରିଅଛି। ନିକଟ ଅତୀତରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଚାରିଗୋଟି ଗ୍ରାମରେ ଯଥା- ରାମ୍ଭିକଟା, ଭରତପୁର, ସମ୍ପୋଚ ଏବଂ ଶ୍ୟାମସୁନ୍ଦରପୁର ସ୍କୁଲ୍ମାନଙ୍କରେ ଆର୍‌ଓ ୱାଟର୍ ପ୍ୟୁରିଫାୟର ସ୍ଥାପନ କରାଯାଇଅଛି। ଯାହା ପ୍ରାୟତଃ ୮୦୦ ଛାତ୍ରଛାତ୍ରୀଙ୍କୁ ଶୁଦ୍ଧପାନୀୟ ଜଳ ଯୋଗାଇ ଦେଉଛି। ବି.ଡି.ପି.ଏଲ୍ ବିଷୟରେ ବୌଦ୍ଧ ଡିଷ୍ଟିଲାରୀର ପ୍ରାଇଭେଟ୍ ଲିଃ. (ବି.ଡି.ପି.ଏଲ୍) ହେଉଛି ଓଡିଶାର ଏକ ଶସ୍ୟ ଭିତ୍ତିକ ଡିଷ୍ଟିଲାରୀ କମ୍ପାନୀ ଯାହାକି ବୌଦ୍ଧର ତିତିରିକଟା ଗ୍ରାମରେ ଅବସ୍ଥିତ। ଏହି କମ୍ପାନୀ (ଇ.ଏନ୍‌.ଏ) ଏକ୍‌ଷ୍ଟ୍ରା ନିୟୁଟ୍ରାଲ୍ ଆଲ୍‌କୋହଲ୍ ଉତ୍ପାଦନ କରିଥାଏ ଯାହା କନ୍‌ସେନ୍ଟ୍ରେଟେଡ୍ ସ୍ପିରିଟ୍ ପାଇଁ କଚଂାମାଲ୍ ରୂପେ ବ୍ୟବହାର ହୁଏ। କନ୍‌ସେନ୍ଟ୍ରେଟେଡ୍ ସ୍ପିରିଟ୍ରୁ ପରବର୍ତ୍ତୀ ସମୟରେ ଆଇ.ଏମ୍.ଏଫ.ଏଲ୍ ଏବଂ ଫାର୍ମାସିଟିକାଲ୍ କେମିକାଲ୍ ପ୍ରଭୃତି ଉପିାଦିତ ହୁଏ। ଏହା ବ୍ୟତିତ ଡି.ଡି.ଜି.ଏସ୍. ଉତ୍ପାଦିତ କରିଥାଏ ଯାହାକି ବହୁଳ ଭାବରେ ଗୋ-ଖାଦ୍ୟ, ମାଛ ଖାଦ୍ୟ ରୂପେ ବ୍ୟବହୃତ ହୁଏ। ପଶୁପକ୍ଷୀଙ୍କ ନିମନ୍ତେ ଏହି ଖାଦ୍ୟ ପ୍ରୋଟିନ୍ ଯୁକ୍ତ ଅଟେ। ଏହି ଡିଷ୍ଟିଲାରୀରୁ ଇଟା, ରେକ୍ଟିଫାଏଡ୍ ସ୍ପିରିଟ୍ ଏବଂ ଇଥାନଲ୍ ଭଳି ଅନ୍ୟାନ୍ୟ ପଦାର୍ଥ ଉତ୍ପାଦିତ ହୋଇଥାଏ।

Share :