ଗଛ ପୋତ, ଫଟୋ ଉଠା- ଏହା ନାଁ ବନ ମହୋତ୍ସବ!

ଗଛ ପୋତ, ଫଟୋ ଉଠା- ଏହା ନାଁ ବନ ମହୋତ୍ସବ!

Share :

ହେମାଙ୍ଗ ପ୍ରସାଦ ରାଉଳ ବନ ଉତ୍ସବ ସପ୍ତାହରେ ଗୋଟିଏ ଗୋଟିଏ ସଂସ୍କରଣ ପ୍ରତିଦିନ ଏମିତି ଚାଲିଛି। ସକାଳୁ ସକାଳୁ ଧଡ଼ପଡ଼ ହୋଇ ନେତାଙ୍କ ସହ କିଛି କର୍ମୀ ଓ ବଡ଼ ବଡ଼ ବାବୁମାନେ ଚାରାଧରି ହାଜର କୌଣସି ଏକ ଅଲୋଡ଼ା ସ୍ଥାନକୁ। ବ୍ରହ୍ମପୁର ସହରରେ ବନମହୋତ୍ସବର ପର୍ବ ଦେଖିଲେ ଲେଖିଲେ କେବଳ କୌତୁହଳ ବିଷୟ ପରି ମନେହୁଏ। କୁଢ଼କୁଢ଼ ଆବର୍ଜନା, ପୁତିଗନ୍ଧମୟ ପରିବେଶ ଅନ୍ୟ ପଟରେ ବୃକ୍ଷହୀନର ସହର ମାଖୁନାହସ ବନମହୋତ୍ସବ। ବନବିଭାଗର ଏହି ଉତ୍ସବ ପାଇଁ ଚାରାରୋପଣ ନୀତିର କାହାଣୀ ବଡ଼ ରୋଚକପୂର୍ଣ୍ଣ। ହଜାର ହଜାର ଚାରାରୋପଣ ନାମରେ କିଛି ଲୋକଙ୍କୁ ଆପ୍ୟାୟିତ କରି ସେମାନଙ୍କୁ େସ୍ୱଚ୍ଛାସେବୀ ବନପ୍ରେମୀ ପ୍ରକୃତିବନ୍ଧୁ, ପ୍ରକୃତିମିତ୍ରର ମର୍ଯ୍ୟାଦା ଦେଇ ବୃଥା ଆସ୍ଫାଳନର ବିଚିତ୍ର ଚରିତ୍ରମାନେ ସହରବାସୀଙ୍କୁ ମିଠାକଥା କହି ହଜାର ହଜାର ଟଙ୍କା ଚାରା ନାମରେ ଲୁଟି ଚାଲିଛନ୍ତି। ସହରରେ ବଡ଼ଗଛ ଖଣ୍ଡିଏ ନାହିଁ। ବାତ୍ୟା ବିପର୍ଯ୍ୟୟ ପାଞ୍ଚ ବର୍ଷରେ ୩ ଥର ସହରକୁ ଥୁଣ୍ଟା କରିଦେଇଛି। ସବୁଜ ବଳୟ ନାହିଁ ନାହିଁର ସହର ବ୍ରହ୍ମପୁର। ବିଡ଼ିଏ କହୁଛି ଗଛ ଲଗାଉଛୁ। ହେଲେ ଗଛର ରକ୍ଷଣାବେକ୍ଷଣ ନାହିଁ କି ପୋତିଦେଲା ପରେ ଗଛର ମଣିଷମାନେ ନୀରବ। ଆମ ପାଖକୁ ରାତି ପାହିଲେ ଶହଶହ ଫଟୋ ସୋସିଆଲ୍ ମିଡ଼ିଆ ଜରିଆରେ ପଠେଇ ଦିଆଯାଏ। ଗଛଟିଏ ଧରି ସେଲ୍ଫି କରୁଛି କିଏ, ପୋଜ୍ ଦେଇ ହସହସ ମୁଦ୍ରାରେ ଗଛଟାକୁ ଟାଣି ଧରିଛି। ଏମିତିରେ ବନମହୋତ୍ସବର ଆସର ବେଶ୍ ସୁନ୍ଦର। କଥା ଉଠୁଛି ଯଦି ରାଜ୍ୟ ଜଂଗଲ ପରିବେଶ ବିଭାଗ ଏତେ ଗଛ ପୋତୁଛି ସବୁଜ ଚିତ୍ର କାହିଁ! ଅର୍ଥର ତୋଷାରପାତ କରିବା ପାଇଁ କିଛି ସଂଗଠନକୁ ସଲାସୁତୁରା କରି ବାଃବାଃ ନେଉଛି ଜଂଗଲ ବିଭାଗ। ଇକୋ କ୍ଲବ୍‌ର କାର୍ଯ୍ୟକୁ ନେଇ ମଧ୍ୟ ସଂଦେହ ଉଠୁଛି। ଇକୋ କ୍ଲବ୍‌ର ସଂଯୋଜକଙ୍କ ସହ ଜଂଗଲ ବିଭାଗ ହାତ ମିଶାଇ କିଛି ଆଲୋଚନାଚକ୍ର, ବକ୍ତୃତାମାଳା ଓ କର୍ମଶାଳା କରି ସମାଚାର ପତ୍ରିକାରେ ସମ୍ୱାଦ ପରିବେଷଣ କରି ଖୁସୀ କରାଯାଏ। କିନ୍ତୁ ଜଂଗଲ ପଦାଧିକାରୀଙ୍କ ଆନ୍ତରିକତା କେତେ, ଗଛହୀନ ସହର ଓ ତଟବର୍ତ୍ତୀ ଅଂଚଳକୁ ଦେଖିଲେ ସହଜରେ ଅନୁମାନ କରିହୁଏ। ସହରରେ ରାତିପାହିଲେ ଗଛ ମଣିଷମାନେ ଗଛ ଧରି ବୁଳନ୍ତି ସତ, କିନ୍ତୁ ଗଛର ଜୀବନ ବଂଚାଇବା ପାଇଁ ସେହିପରି ଆନ୍ତରିକତା ନାହିଁ। ସଂପ୍ରତି ଘଣ୍ଟା ବାଡେ଼ଇ ମେଡ଼ିକାଲ୍ କଥାକୁ ବଖାଣୁଥିବା ଘଣ୍ଟୁଆଙ୍କ ଅନୁକରଣ କରି ସହର ନାମକରା କିଛି ସମାଜସେବୀ ଗଛ ଅଭିଯାନର ବାର୍ତ୍ତା ଦେଇଛନ୍ତି ଅଭିନନ୍ଦନ। କିନ୍ତୁ ସେହି ଗଛଗୁଡ଼ିକର ଭବିଷ୍ୟତ ସମୟ ଧାର୍ଯ୍ୟ କରିବା ସ୍ୱାଭାବିକ। ଆଜିକାଲି ବ୍ରହ୍ମପୁର ବନମହୋତ୍ସବର ବାର୍ତ୍ତା କେବଳ ଖବରରେ ସୀମିତ। ସୀମିତ ପଣ୍ଡେ ଲୋକ ଦଳ ଦଳ ହୋଇ ବୁଲନ୍ତି, କିନ୍ତୁ ଆମ ସମାଜର ତଥାକଥିତ ସଚେତନଶୀଳ ନାଗରିକ ଏହାକୁ ଦେଖି କେବଳ ଉପଭୋଗ କରନ୍ତି। ଗଛପୋତିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ ସଂପାଦନରେ କିଛି ମଣିଷ ବୃକ୍ଷପ୍ରେମୀ ବାର୍ତ୍ତା ଦିଅନ୍ତି ଅନ୍ୟମାନେ ଚୁପ୍। ଗଂଜାମ ଜିଲ୍ଲାପାଳ ଏଥି ମଧ୍ୟରେ ସବୁ ସ୍କୁଲ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟରେ ଗଛ ସହ ପିଲାଙ୍କୁ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭଲକଥା କିନ୍ତୁ ଗଛ ପାଇଁ ପୁରସ୍କାର ଓ ପ୍ରଶଂସା ପତ୍ର ପାଠବେଶୀ ମନେହୁଏ। ହଜାର ହଜାର ଚାରା ବିକ୍ରି ନାମରେ ମଧ୍ୟ ବଡ଼ ଘୋଟାଲା ହେବାର ସ୍ୱର ଶୁଭୁଛି। ଏହି ଘୋଟଲା ପଛ ସଂଗଠନ ଓ ବନ ବିଭାଗର ପଦାଧିକାରୀ ସଂପୃକ୍ତ। ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ପାଇଁ ବନମହୋତ୍ସବ ପରି ଅନେକ କାର୍ଯ୍ୟକ୍ରମ ଏକ ବାହାନା ମାତ୍ର। ଗଛନାମରେ ଯେଉଁ ଭଳି ଲୁଟ୍ ଚାଲିଛି ତାହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଥିବାବେଳେ ସହରକୁ, ଜିଲ୍ଲାକୁ ସବୁଜ ସୁନ୍ଦର କରିବା ବିଚାରମାନେ ଯେଉଁ ପ୍ରଚ୍ଛଦ ପଟ୍ଟରେ ରହି ନାଟକ କରୁଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ ତଦନ୍ତ କରିଲେ ଅନେକ ଦଣ୍ଡିତ ହେବା ପାଇଁ ବାଟ ଫିଟିବ।

Share :