କେନ୍ଦ୍ର ବଜେଟ ୨୦୧୯-୨୦ର ମୁଖ୍ୟାଂଶ

କେନ୍ଦ୍ର ବଜେଟ ୨୦୧୯-୨୦ର ମୁଖ୍ୟାଂଶ

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜୁଲାଇ ୬ ତାରିଖରେ ତାଙ୍କର ପ୍ରଥମ ବଜେଟ ଅଭିଭାଷଣ ରଖିବା ସହିତ ସଂସଦରେ ୨୦୧୯-୨୦ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ବଜେଟ ୨୦୧୯ର ମୁଖ୍ୟାଂଶ ନିମ୍ନରେ ଦିଆଗଲା- ଦଶନ୍ଧି ପାଇଁ ଦଶଟି ସଂକଳ୍ପ ବିନ୍ଦୁ : ଜନଭାଗୀଦାରୀ ମାଧ୍ୟମରେ ଟିମ ଇଣ୍ଡିଆ ନିର୍ମାଣ : ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ। ପ୍ରଦୂଷଣ ମୁକ୍ତ ଭାରତ ମାଧ୍ୟମରେ ସବୁଜ ଧରିତ୍ରୀ ମାତା ଏବଂ ନୀଳ ଆକାଶ ଲକ୍ଷ୍ୟ ହାସଲ। ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆକୁ ପହଁଚାଇବା। ଗଗନୟାନ, ଚନ୍ଦ୍ରାୟନ ଏବଂ ଅନ୍ୟ ମହାକାଶ ତଥା ଉପଗ୍ରହ କାର୍ଯ୍ୟକ୍ରମର ଉତକ୍ଷେପଣ। ଭୌତିକ ଏବଂ ସାମାଜିକ ଭିତିଭୂମି ନିର୍ମାଣ। ଜଳ, ଜଳ ପରିଚାଳନା, ସ୍ୱଚ୍ଛ ନଦୀ। ନୀଳ ଅର୍ଥବ୍ୟବସ୍ଥା। ଖାଦ୍ୟ ଶସ୍ୟ, ଡାଲି, ତୈଳ ବୀଜ, ଫଳ ଏବଂ ପନିପରିବା କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା। ଆୟୁଷ୍ମାନ ଭାରତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଷଣ, ନାଗରିକମାନଙ୍କ ନିରାପତା ମାଧ୍ୟମରେ ସୁସ୍ଥ ସମାଜ ଗଠନ। ମେକ ଇନ ଇଣ୍ଡିଆ ଅଧୀନରେ ଏମଏସଏମଇ, ଷ୍ଟାର୍ଟଅପ, ପ୍ରତିରକ୍ଷା ଉତ୍ପାଦନ, ଅଟୋମୋବାଇଲ, ଇଲେକଟ୍ରୋନିକ୍ସ, ଫ୍ୟାପ ଓ ବ୍ୟାଟେରୀ ଏବଂ ଅନ୍ୟ ଚିକିତ୍ସା ସରଞ୍ଜାମ ନିର୍ମାଣ। ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ। ଆଶା, ବିଶ୍ୱାସ, ଆକାଂକ୍ଷାରେ ପୂରି ଉଠୁ ଜନସାଧାରଣଙ୍କ ହୃଦୟ, ବୋଲି କହିଲେ ଅର୍ଥମନ୍ତ୍ରୀ। ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା ହେବ ୩ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା। ଭାରତକୁ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଭାରତୀୟ ଉଦ୍ୟୋଗ ଜଗତ ଭାରତର ନିଯୁକ୍ତି ଓ ରାଜସ୍ୱ ସୃଷ୍ଟିକାରୀ ବୋଲି କହିଲେ ଅର୍ଥମନ୍ତ୍ରୀ। ନିବେଶର ଆବଶ୍ୟକତା : ଭିତ୍ତିଭୂମି। ଡିଜିଟାଲ ଅର୍ଥବ୍ୟବସ୍ଥା। କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ନିଯୁକ୍ତି ସୃଷ୍ଟି। ନିବେଶର ଉତ୍କୃଷ୍ଟ ପର୍ଯ୍ୟାୟ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତାବ। ବ୍ୟବସାୟିକ ସୁଗମତା ପାଇଁ ମୁଦ୍ରା ଯୋଜନା ଜରିଆରେ ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ। ଏମଏସଏମଇ ଦିଗରେ ପଦକ୍ଷେପ। ପ୍ରଧାନମନ୍ତ୍ରୀ କର୍ମ ଯୋଗୀ ମାନଧନ ଯୋଜନା। ବାର୍ଷିକ ୧.୫ କୋଟି ଟଙ୍କାରୁ କମ ଆୟ ଥିବା ଖୁଚୁରା ବ୍ୟବସାୟୀ ଏବଂ ଛୋଟ ଦୋକାନୀମାନଙ୍କୁ ପେନସନ ସୁବିଧା। ପଞ୍ଜିକରଣକୁ କରାଯିବ ସହଜ, କେବଳ ଆଧାର, ବ୍ୟାଙ୍କ ଆକାଉଂଟ ଓ ଘୋଷଣାନାମାର ଆବଶ୍ୟକତା। ଏମଏସଏମଇଗୁଡ଼ିକ ପାଇଁ ସୁଧ ଛାଡ଼ ଯୋଜନା ଅନ୍ତର୍ଗତ ଜିଏସଟି ପଞ୍ଜିକୃତ ଏମଏସଏମଇଗୁଡ଼ିକ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୨% ସୁଧ ଛାଡ଼ (ନୂଆ କିମ୍ୱା ଇନକ୍ରିମେଂଟାଲ ଋଣ କ୍ଷେତ୍ରରେ) ପାଇଁ ୩୫୦ କୋଟି ଟଙ୍କା ବ୍ୟୟବରାଦ। ସରକାରୀ ଅର୍ଥ ପଇଠରେ ହେଉଥିବା ବିଳମ୍ୱ ଦୂର କରିବା ଲାଗି ଏମଏସଏମଇଗୁଡ଼ିକ ପାଇଁ ସ୍ୱତନ୍ତ୍ର ପେମେଂଟ ପ୍ଲାଟଫର୍ମ ସୁବିଧା। ମାର୍ଚ୍ଚ ୨୦୧୯ରେ ଶୁଭାରମ୍ଭ ହୋଇଥିବା ଜାତୀୟ ସାଧାରଣ ଭ୍ରାମ୍ୟମାଣ କାର୍ଡ (ଏନଏସଏମସି) ଜରିଆରେ ପରିବହନ ଲାଗି ଭାରତର ପ୍ରଥମ ସ୍ୱଦେଶୀ ପେମେଂଟ ବ୍ୟବସ୍ଥା ରୁପେ କାର୍ଡ ଭାବେ ପ୍ରଚଳିତ ଆନ୍ତଃ କାର୍ଯ୍ୟକ୍ଷମ ପରିବହନ କାର୍ଡ ଯାହା କାର୍ଡଧାରୀଙ୍କୁ ବସଯାତ୍ରା, ଟୋଲ ଟିକସ ପଇଠ, ପାର୍କିଂ ଫି ପଇଠ ଏବଂ ରିଟେଲ ସପିଂ ପାଇଁ ସୁବିଧା ପ୍ରଦାନ କରିବ। ଯୋଗାଯୋଗ ଭିତ୍ତିଭୂମିର ବିକାଶ: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ଶିଳ୍ପ କରିଡର, ସମର୍ପିତ ମାଲ କରିଡର। ଭାରତମାଳା ଏବଂ ସାଗରମାଳା ପ୍ରକଳ୍ପ, ଜଳ ମାର୍ଗ ବିକାଶ ଓ ଉଡାନ ଯୋଜନା ଭାରତମାଳା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ରାଜ୍ୟ ସଡ଼କ ନେଟୱାର୍କଗୁଡ଼ିକର ବିସ୍ତାର ୨୦୧୯-୨୦ ସୁଦ୍ଧା ଜଳମାର୍ଗ ବିକାଶ ପ୍ରକଳ୍ପ ଅନ୍ତର୍ଗତ ଫାରାକ୍କା ଠାରେ ଏକ ଦିଗନିର୍ଣ୍ଣୟକାରୀ ଲକ ତଥା ସାହିବଗଞ୍ଜ ଓ ହାଲଦା ଠାରେ ବହୁମୁଖୀ ମୋଡାଲ ଟର୍ମିନାଲ ଜରିଆରେ ଗଙ୍ଗାରେ ଦିଗ ନିର୍ଣ୍ଣୟ କ୍ଷମତା ବୃଦ୍ଧି। ଗଙ୍ଗା ନଦୀରେ ମାଲ ପରିବହନ ଆସନ୍ତା ୪ ବର୍ଷ ମଧ୍ୟରେ ପାଖାପାଖି ୪ ଗୁଣା ବଢ଼ିଯିବାର ଅନୁମାନ କରାଯାଉଛି। ଯାହାଫଳରେ ମାଲ ଏବଂ ଯାତ୍ରୀଙ୍କ ଗମନାଗମ ଶସ୍ତା ହେବ ଏବଂ ଆମଦାନୀ ଖର୍ଚ୍ଚ ମଧ୍ୟ କମିବ। ୨୦୧୮-୩୦ ମଧ୍ୟରେ ରେଳବାଇର ମୌଳିକ ଭିତ୍ତିଭୂମି ଲାଗି ୫୦ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା । ଦ୍ରୁତଗତିରେ ରେଳ ଧାରଣାର ବିକାଶ ଏବଂ ଏହାକୁ ବିଛାଇବା, ରୋଲିଂ ଷ୍ଟକ ନିର୍ମାଣ ଏବଂ ଯାତ୍ରୀ ମାଲ ଭଡ଼ା ସେବା ଲାଗି ସରକାରୀ ଏବଂ ଘରୋଇ ଭାଗୀଦାରୀର ପ୍ରସ୍ତାବ। ସାରା ଦେଶରେ ମେଟ୍ରୋ ରେଳ ନେଟୱାର୍କ ୬୫୭ କିମି ଲାଇନ କାର୍ଯ୍ୟକ୍ଷମ। ବିମାନ ଚଳାଚଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଲାଗି ରକ୍ଷଣାବେକ୍ଷଣ, ମରାମତି ଏବଂ ସାମୂହିକ ବିକାଶ ଲାଗି ନୀତିଗତ ହସ୍ତକ୍ଷେପ। ଭାରତକୁ ନିଜସ୍ୱ ଉତ୍ସରୁ ବିମାନଗୁଡ଼ିକୁ ଅର୍ଥ ଲଗାଣ ଏବଂ ସେଗୁଡ଼ିକ ଲିଜରେ ଦେବାର କେନ୍ଦ୍ର ହେବା ଲାଗି ଆଇନଗତ ରୋଡମ୍ୟାପ ପ୍ରସ୍ତୁତି । ଏଫଏଏମଇ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଲାଗି ତିନି ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରି । ବିଦ୍ୟୁତଚାଳିତ ବାହନ କ୍ରୟ ଏବଂ ଚାର୍ଜିଂର ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ ବୃହତ ପ୍ରୋତ୍ସାହନ ପ୍ରସ୍ତାବ। ଏଫଏଏମଇ ଯୋଜନା ଅନ୍ତର୍ଗତ କେବଳ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ ଏବଂ ପଞ୍ଜିକୃତ ଇ ବାହନଗୁଡ଼ିକୁ ହିଁ ପ୍ରୋତ୍ସାହନ। ଜାତୀୟ ରାଜପଥ କାର୍ଯ୍ୟକ୍ରମଗୁଡ଼ିକର ପୁନର୍ଗନଠ କରାଯିବ, ଯାହାଦ୍ୱାରା ଏକ ଜାତୀୟ ରାଜପଥ ଗ୍ରୀଡ ସୁନିଶ୍ଚିତ କରାଯାଇପାରିବ। ଏକ ରାଷ୍ଟ୍ର ଏକ ଗ୍ରୀଡ ଅନ୍ତର୍ଗତ ଶସ୍ତା ମୂଲ୍ୟରେ ରାଜ୍ୟଗୁଡ଼ିକୁ ବିଦ୍ୟୁତ ଯୋଗାଣ। ଗ୍ୟାସ ଗ୍ରୀଡ, ଜଳ ଗ୍ରୀଡ, ଅନ୍ତର୍ଦେଶୀୟ ଜଳମାର୍ଗ ଏବଂ ଆଂଚଳିକ ବିମାନ ବନ୍ଦର ଲାଗି ବ୍ଲୁପ୍ରିଂଟ ଉପଳବ୍ଧ କରାଯିବ। କ୍ଷମତାପ୍ରାପ୍ତ ଉଚ୍ଚସ୍ତରୀୟ ସମିତିର ସୁପାରିସକୁ ଲାଗୁ କରାଯିବ। ପୁରୁଣା ଏବଂ ଅକାମି ପ୍ଲାଂଟଗୁଡ଼ିକୁ ବନ୍ଦ କରାଯିବ। ପ୍ରାକୃତିକ ଗ୍ୟାସର ହ୍ରାସ କାରଣରୁ ଗ୍ୟାସ ପ୍ଲାଂଟଗୁଡ଼ିକର କ୍ଷମତା କମ ଉପଯୋଗ କରିବା ସମସ୍ୟା ଦୂର କରାଯିବ। ଉଜ୍ଜ୍ୱଳ ବିତରଣ କମ୍ପାନୀ ଆଶ୍ୱାସନା ଯୋଜନା ଅନ୍ତର୍ଗତ ଶିଳ୍ପ ଏବଂ ଶକ୍ତିର ଅଧିକ ଉପଯୋଗ କରୁଥିବା ଉପଭୋକ୍ତାମାନଙ୍କ ପାଇଁ କ୍ରସ ସବସିଡି ସରଚାର୍ଜ, ମୁକ୍ତ ଉପଲବ୍ଧତା ବିକ୍ରି ଉପରୁ ଆବଶ୍ୟକ ଶୁଳ୍କ ଉଚ୍ଛେଦ କରାଯିବ। ବିଦ୍ୟୁତ କ୍ଷେତ୍ରରେ ଶୁଳ୍କ ଏବଂ ଭିତ୍ତିଭୂମି ସୁଧାର ସମ୍ପର୍କରେ ଶୀଘ୍ର ଘୋଷଣା କରାଯିବ। ଭଡ଼ା ଘରର ଉନ୍ନତି ପାଇଁ ସୁଧାରମୂଳକ ଉପାୟ କରାଯିବ। ମଡେଲ ଭଡ଼ା ଆଇନକୁ ଅନ୍ତିମ ରୂପ ଦେବା ଲାଗି ରାଜ୍ୟଗୁଡ଼ିକୁ ପଠାଯିବ। ମିଳିତ ବିକାଶ ଏବଂ ରିହାତି ବ୍ୟବସ୍ଥାର ଉପଯୋଗ ସାର୍ବଜନୀନ ମୌଳିକ ଭିତିଭୂମି ଲାଗି କରାଯିବ ଏବଂ କେନ୍ଦ୍ର ସରକାର ତଥା ସିପିଏସଇ ଦ୍ୱାରା ରଖାଯାଇଥିବା ଜମିରେ ଶସ୍ତା ଗୃହ ନିର୍ମାଣ କରାଯିବ। ଭିତ୍ତିଭୂମି ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ପୁଞ୍ଜି ସ୍ରୋତ ବୃଦ୍ଧି ଉପାୟ : ୨୦୧୯-୨୦ରେ କ୍ରେଡିଟ ଗ୍ୟାରେଂଟି ବୃଦ୍ଧି ନିଗମ ପ୍ରତିଷ୍ଠା କରାଯିବ। ଭିତିଭୂମି କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ବଜାକୁ ଗଭୀର କରିବା ସହିତ ଦୀର୍ଘକାଳୀନ ବଣ୍ଡ ଲାଗି କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ। ଏଫଆଇଆଇ/ଏଫପିଆଇ ଦ୍ୱାରା କରାଯାଇଥିବା ନିବେଶ (ଆଇଡିଏଫ-ଏନବିଏଫସି ଦ୍ୱାରା ଜାରି ଋଣ ପ୍ରତିଭୂତିରେ)କୁ ନିର୍ଦ୍ଧାରିତ ଲକିଂ ଅବଧି ମଧ୍ୟରେ କୌଣସି ଘରୋଇ ନିବେଶକୁ ପ୍ରସ୍ତାବିତ ହସ୍ତାନ୍ତର/ବିକ୍ରି। ବଣ୍ଡ ବଜାରକୁ ଗଭୀର କରିବାର ଉପାୟ : ଷ୍ଟକ ଏକ୍ସଚେଞ୍ଜକୁ ଲାଟେରାଲ ଭାବେ ଏଏ ମାନ୍ୟତା ପ୍ରାପ୍ତ ବଣ୍ଡର ଅନୁମତି ଦେବା ଲାଗି କ୍ଷମତା ପ୍ରଦାନ କରିବା। କର୍ପୋରେଟ ବଣ୍ଡ ଲାଗି ଟ୍ରେଣ୍ଡିଂ ପ୍ଲାଟଫର୍ମର ଉପଯୋଗ ସୁଲଭତା ସମୀକ୍ଷା କରାଯିବ। ସୋସିଆଲ ଷ୍ଟକ ଏକ୍ସଚେଞ୍ଜ। ସେବିର ନିୟାମକ ପରିଧିରେ ଇଲେକ୍ଟ୍ରୋନିକ ପାଣ୍ଠି ସଂଗ୍ରହ ପ୍ଲାଟଫର୍ମ ସାମାଜିକ ଉଦ୍ୟୋଗ ଏବଂ େସ୍ୱଚ୍ଛାସେବୀ ସଂଗଠନଗୁଡ଼ିକୁ ତାଲିକାଭୁକ୍ତ କରିବା। ଇକ୍ୟୁଟି, ଋଣ କିମ୍ୱା ମ୍ୟୁଚୁଆଲ ଫଣ୍ଡ ଆଦି ୟୁନିଟ ଭଳି ପୁଞ୍ଜି ସଂଗ୍ରହ କରିବା। ତାଲିକାଭୁକ୍ତ କମ୍ପାନୀରେ ସର୍ବନିମ୍ନ ସରକାରୀ ଅଂଶଧନ ୨୫ ପ୍ରତିଶତରୁ ବୃଦ୍ଧି କରି ୩୫ ପ୍ରତିଶତ କରିବା ଲାଗି ସେବି ବିଚାର କରିବ। ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ପାଇଁ ନିଜ ଗ୍ରାହକମାନଙ୍କୁ ଜାଣିବା (କେୱାଇସି) ମାନଦଣ୍ଡକୁ ଅଧିକ ଅନୁକୂଳ କରିବା। ରାଜକୋଷୀୟ ପାଣ୍ଠି ଏବଂ ସରକାରୀ ପ୍ରତିଭୂତିରେ ନିବେଶ ଲାଗି ଖୁଚୁରା ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଷ୍ଟକ ଏକ୍ସଚେଞ୍ଜର ବ୍ୟବହାର କରାଯିବ। ସରକାର ସଂସ୍ଥାଗତ ବିକାଶ ସହିତ ଆରବିଆଇର ପ୍ରୟାସକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ। ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶର ଆକର୍ଷଣୀୟ ଲକ୍ଷ୍ୟସ୍ଥଳୀ କରିବାର ଉପାୟ : ସମସ୍ତ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରି ବିମାନ ଚଳାଚଳ, ମିଡିଆ ଏବଂ ବୀମା କ୍ଷେତ୍ରକୁ ଏଫଡିଆଇ ଲାଗି ଆହୁରି ଅଧିକ ଉନ୍ମୁକ୍ତ କରାଯିବ। ବୀମା ମଧ୍ୟସ୍ଥତାଗୁଡ଼ିକ ପାଇଁ ୧୦୦ ପ୍ରତିଶତ ଏଫଡିଆଇ। ସରକାର ଜାତୀୟ ଭିତିଭୂମି ନିବେଶ ପାଣ୍ଠି (ଏନଆଇଆଇଏଫ)ର ଉପଯୋଗ କରି ସମସ୍ତ ତିନୋଟି ଶ୍ରେଣୀର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱୀ (ପେନସନ, ବୀମା, ସୋଭରେନ ସମ୍ପତି ପାଣ୍ଠି)ର ବାର୍ଷିକ ନିବେଶ ସମ୍ମିଳନୀର ଆୟୋଜନ କରିବେ। ଏଫପିଆଇ ନିବେଶ ଲାଗି ଆଇନଗତ କିମ୍ୱା ସାମ୍ୱିଧାନିକ ସୀମା ୨୪ ପ୍ରତିଶତରୁ ବୃଦ୍ଧି କରି କ୍ଷେତ୍ରୀୟ ବିଦେଶୀ ନିବେଶ ସୀମା ପର୍ଯ୍ୟନ୍ତ ରଖିବାର ପ୍ରସ୍ତାବ ରହିଛି। ସମ୍ପୃକ୍ତ କର୍ପୋରେଟଗୁଡ଼ିକୁ ସର୍ବନିମ୍ନ ସୀମା ରାଶି ମଧ୍ୟରେ ସୀମିତ କରିବାର ଲାଗି ବିକଳ୍ପ ନିଆଯିବ। ଏଫପିଆଇକୁ ଭିତ୍ତିଭୂମି ନିବେଶ ଟ୍ରଷ୍ଟ, ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ ଦ୍ୱାରା ଜାରି ସୂଚୀବଦ୍ଧ ଋଣ ପ୍ରତିଭୂତିକୁ ସବସ୍କ୍ରାଇବ କରିବାର ଅନୁମତି। ଏନଆରଆଇ ପୋର୍ଟଫୋଲିଓ ନିବେଶ ଯୋଜନା ମାର୍ଗକୁ ବିଦେଶୀ ପୋର୍ଟଫୋଲିଓ ନିବେଶ ମାର୍ଗରେ ମିଶ୍ରଣର ପ୍ରସ୍ତାବ। ଭିତ୍ତିଭୂମି ନିବେଶ ଟ୍ରଷ୍ଟ, ରିଅଲ ଇଷ୍ଟେଟ ଟ୍ରଷ୍ଟ ଭଳି ନୂଆ ଆର୍ଥିକ ଉପାଦାନ ଏବଂ ଏଥିସହିତ ଟୋଲ ଅପରେଟ ଟ୍ରାନ୍ସଫର (ଟିଓଟି) ଜରିଆରେ ସଂଗୃହିତ ସଂଚୟୀ ସମ୍ୱଳ ୨୪,୦୦୦ କୋଟି ଟଙ୍କାରୁ ଅଧିକ ରହିଛି। ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ (ଏନଏସଆଇଏସ) ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଯାହା ମହାକାଶ ବିଭାଗର ବାଣିଜ୍ୟିକ ଶାଖା ଭାବେ ସାମିଲ ହେବ। ଉତକ୍ଷେପଣ ଯାନ ଉତ୍ପାଦନ, ପ୍ରଯୁକ୍ତିର ହସ୍ତାନ୍ତର ଏବଂ ମହାକାଶ ଉପିାଦର ବିପଣନ ଭଳି ଉପିାଦର ବ୍ୟବସାୟୀକରଣ ଭଳି ଇସ୍ରୋ ଦ୍ୱାରା କରାଯାଉଥିବା ଗବେଷଣା ଏବଂ ବିକାଶର ଲାଭକୁ ଉପଯୋଗ କରିବା। ପ୍ରତ୍ୟକ୍ଷ ଟିକସ ୱ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକ ଲାଗି ପ୍ରଦାନ କରାଯାଉଥିବା ଟିକସ ହାର ୨୫ ପ୍ରତିଶତ କମିଲା। ୨ କୋଟି ଟଙ୍କାରୁ ୫ କୋଟି ଟଙ୍କା କିମ୍ୱା ୫ କୋଟି ଟଙ୍କା ଏବଂ ଏହା ଠାରୁ ଅଧିକ ଟିକସଯୋଗ୍ୟ ଆୟ ଥିବା ବ୍ୟକ୍ତିଙ୍କ ଉପରେ ଟିକସ ବୃଦ୍ଧି । ଟିକସ ପଇଠ ଶ୍ରେଣୀରେ ଭାରତର ବ୍ୟବସାୟିକ ସୁଗମତା ମାନ୍ୟତା ୨୦୧୭ରେ ୧୭୨ରୁ ଉପରକୁ ଉଠି ୨୦୧୯ରେ ୧୨୧ ହୋଇଯାଇଛି। ବିଗତ ପାଂଚ ବର୍ଷରେ ପ୍ରତ୍ୟକ୍ଷ ଟିକସ ରାଜସ୍ୱ ୭୮ ପ୍ରତିଶତରୁ ବୃଦ୍ଧି ପାଇ ୧୧.୩୭ ଲକ୍ଷ କୋଟି ଟଙ୍କା ହୋଇଛି। ଟିକସ ସରଳୀକରଣ ଏବଂ ଜୀବନରେ ସୁଗମତା- ପ୍ରଯୁକ୍ତିର ଲାଭ ଉଠାଇ ଅନୁପାଳନକୁ ସହଜ କରିବା। ପ୍ୟାନ ଓ ଆଧାରକୁ ଅଦଳବଦଳ କରି ଉପଯୋଗ ଯେଉଁମାନଙ୍କ ନିକଟରେ ପ୍ୟାନ ନାହିଁ ସେମାନେ ଆଧାର ଜରିଆରେ ରିଟର୍ଣ୍ଣ ଦାଖଲ କରିପାରିବେ। ଯେଉଁଠି ପ୍ୟାନର ଆବଶ୍ୟକତା ରହିଛି ସେଠି ଆଧାର ବ୍ୟବହାର କରାଯାଇପାରିବ। ପୂର୍ବରୁ ପୂରଣ ହୋଇଥିବା ଆୟକର ବିବରଣୀ ଦାଖଲ କରିବା। ରିଟର୍ଣ୍ଣ ଫାଇଲ କରିବା ସମୟରେ ଆୟ ଏବଂ ବିଯୁକ୍ତିକରଣ ସହିତ ପୂର୍ବରୁ ପୂରଣ କରାଯାଇଥିବା ଟିକସ ବିବରଣୀ ଟିକସଦାତାମାନଙ୍କୁ ଉପଲବ୍ଧ କରାଯିବ। ବ୍ୟାଙ୍କ, ଷ୍ଟକ ଏକ୍ସଚେଞ୍ଜ, ମ୍ୟୁଚୁଆଲ ଫଣ୍ଡରୁ ସୂଚନା ସଂଗ୍ରହ କରାଯିବ। ବ୍ୟକ୍ତିଗତ ଉପସ୍ଥିତି ବିନା ଇ-ନିର୍ଦ୍ଧାରଣ (ଆସେସମେଂଟ)। ବ୍ୟକ୍ତିଗତ ଉପସ୍ଥିତି ବିନା ଇ-ନିର୍ଦ୍ଧାରଣ ବ୍ୟବସ୍ଥା ଲାଗୁ କରାଯିବ। ପ୍ରଥମେ ସେପରି ମାମଲାରେ ଇ-ନିର୍ଦ୍ଧାରଣ କରାଯିବ ଯେଉଁଠି କେତେକ ନିର୍ଦ୍ଦିଷ୍ଟ କାରବାର କିମ୍ୱା ବିସଙ୍ଗତିର ପ୍ରାମାଣିକତା ଆବଶ୍ୟକ। ଶସ୍ତା ଆବାସ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଘର କ୍ରୟ ଉପରେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ନିଆଯାଇଥିବା ଋଣ ଉପରେ ପରିଶୋଧ କରାଯାଇଥିବା ସୁଧ ଲାଗି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି। ୧୫ ବର୍ଷର ଋଣ ଅବଧି ଉପରେ ପାଖାପାଖି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀକ ଲାଭ। ବିଦ୍ୟୁତ ଚାଳିତ ବାହନକୁ ପ୍ରୋତ୍ସାହନ ବିଦ୍ୟୁତଚାଳିତ ବାହନ କ୍ରୟ କରିବା ଲାଗି କରାଯାଇଥିବା ଋଣ ଉପରେ ପରିଶୋଧ କରାଯାଇଥିବା ସୁଧ ଉପରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟକର ଛାଡ଼। ବିଦ୍ୟୁତ ଚାଳିତ ବାହନର କେତେକ ଯନ୍ତ୍ରାଂଶ ଉପରେ ସୀମାଶୁଳ୍କ ଛାଡ଼। ଅନ୍ୟ ପ୍ରତ୍ୟକ୍ଷ ଟିକସ ଉପାୟ ଟିକସଦାତାଙ୍କ ବାସ୍ତବିକ ସମସ୍ୟା ହ୍ରାସ କରିବା ଲାଗି ଟିକସ ଆଇନର ସରଳୀକରଣ। ଟିକସ ରିଟର୍ଣ୍ଣ ଦାଖଲ ନକଲେ ହେଉଥିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ନିମନ୍ତେ ସର୍ବାଧିକ ସମୟସୀମା। ଆୟକର ଆଇନର ଧାରା ୫୦ ସି ଏ ଏବଂ ୫୬ର ଦୁର୍ବ୍ୟବହାର ବିରୋଧୀ ବ୍ୟବସ୍ଥାରେ ଉଚିତ ଶ୍ରେଣୀର ଲୋକମାନଙ୍କୁ ଆଶ୍ୱସ୍ତି। ଷ୍ଟାର୍ଟ ଅପଗୁଡ଼ିକୁ ଆଶ୍ୱସ୍ତି ଷ୍ଟର୍ଟ ଅପ୍‌ରେ ନିବେଶ ଲାଗି ଶସ୍ତା ଗୃହର ବିକ୍ରି ଦ୍ୱାରା ଉତ୍ପନ୍ନ ପୁଞ୍ଜିଗତ ଲାଭରେ ରିହାତି ସମୟସୀମା ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି। ଏଣ୍ଢେଲ ଟିକସ ମାମଲାର ସମାଧାନ- ଆବଶ୍ୟକ ଘୋଷଣା ଦାଖଲ କରୁଥିବା ଏବଂ ନିଜର ରିଟର୍ଣ୍ଣରେ ସୂଚନା ଉପଲବ୍ଧ କରାଉଥିବା ଷ୍ଟାର୍ଟଅପ୍ ଏବଂ ଏହାର ନିବେଶ ଶେୟାର ପ୍ରିମିୟମର ମୂଲ୍ୟାଙ୍କନ ବିଷୟରେ କୌଣସି ପ୍ରକାରର ଯାଂଚ କରାଯିବ ନାହିଁ। ଷ୍ଟାର୍ଟଅପ୍ସ ଦ୍ୱାରା ସଂଗ୍ରହ କରାଯାଇଥିବା ଅର୍ଥକୁ ଆୟକର ବିଭାଗ ଦ୍ୱାରା କୌଣସି ପ୍ରକାରର ଯାଂଚର ଆବଶ୍ୟକତା ପଡ଼ିବ ନାହିଁ। ନିବେଶକ ଏବଂ ଅର୍ଥରାଶିର ସ୍ରୋତକୁ ଚିହ୍ନଟ କରିବା ଲାଗି ଇ-ପ୍ରାମାଣିକତା ବ୍ୟବସ୍ଥା ପଡ଼ିରହିଥିବା ଅଭିଯୋଗ ନିବାରଣ ଲାଗି ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା। ସୁପରଭାଇଜରୀ ଅଧିକାରୀଙ୍କ ଅନୁମତି ବିନା ଆକଳନ ଅଧିକାରୀ ଏପରି ମାମଲାରେ ଯାଂଚ କରିପାରିବେ ନାହିଁ। ଶ୍ରେଣୀ ୨ର ବୈକଳ୍ପିକ ନିବେଶ ପାଣ୍ଠିକୁ ଜାରି ଶେୟାରର ମୂଲ୍ୟାଙ୍କନ ଯାଂଚ ହେବ ନାହିଁ। କ୍ଷତିକୁ ଆଗକୁ ନେବା ଏବଂ ଆଡଜଷ୍ଟ କରିବାର କେତେକ ସର୍ତରେ ରିହାତି ଦେବା ଲାଗି ପ୍ରସ୍ତାବ। ଏନବିଏଫସି ଜମାରାଶି ଠାରୁ ଆରମ୍ଭ କରି ନିର୍ଦ୍ଦିଷ୍ଟ ଖରାପ ଅଥବା ସନ୍ଦିଗ୍ଧ ଋଣର ସୁଧ ସହିତ ଗୁରୁତ୍ୱପୂର୍ଣ୍ଣ ଜମାରାଶି ଉପରେ ବାର୍ଷିକ ଟିକସ ଲାଗୁ କରାଯିବ, ଯେଉଁଥିରେ ବାସ୍ତବରେ ସୁଧ ଅସୁଲ କରାଯାଇଥିବ। ଅନ୍ତର୍ଜାତୀୟ ଅର୍ଥ ସେବା କେନ୍ଦ୍ର (ଆଇଏଫଏସସି) ଆଇଏଫଏସସି ଲାଗି ପ୍ରତ୍ୟକ୍ଷ ଟିକସ ପ୍ରୋତ୍ସାହନର ପ୍ରସ୍ତାବ। ୧୫ ବର୍ଷ ଅବଧିରେ କୌଣସି ୧୦ ବର୍ଷୀୟ ବ୍ଲକ୍‌ରେ ୧୦୦ ପ୍ରତିଶତ ଲାଭ ଆଧାରିତ ଛାଡ଼। କମ୍ପାନୀଗୁଡ଼ିକୁ ବର୍ତ୍ତମାନର ଏବଂ ମୋଟ ଆୟ ଓ ମ୍ୟୁଚୁଆଲ ଫଣ୍ଡରୁ ପ୍ରାପ୍ତ ଲାଭାଂଶ ବିତରଣ ଟିକସରୁ ଛାଡ଼। ଶ୍ରେଣୀ-୩ ବୈକଳ୍ପିକ ନିବେଶ ପାଣ୍ଠି ଲାଗି ପୁଞ୍ଜି ହାସଲ ଉପରେ ଛାଡ଼। ପ୍ରବାସୀଙ୍କ ଠାରୁ ଋଣ ନେବା ଉପରେ ସୁଧ ପଇଠରେ ଛାଡ଼। ପ୍ରତିଭୂତି କାରବାର ଟିକସ (ଏସଟିଟି) ଏସଟିଟି କେବଳ ବିକଳ୍ପର ଉପଯୋଗ କ୍ଷେତ୍ରରେ ସମାଧାନ ଏବଂ ଷ୍ଟ୍ରାଇକ ପ୍ରାଇସ ମଧ୍ୟରେ ତଫାତ ପର୍ଯ୍ୟନ୍ତ ସୀମିତ ରହିବ। ପରୋକ୍ଷ ଟିକସ ମେକ ଇନ ଇଣ୍ଡିଆ କାଜୁ, ପିଭିସି, ଟାଇଲ, ମୋଟର ବାହନ, ମାର୍ବଲ, ଅପ୍ଟିକାଲ ଫାଇବର, କେବୁଲ, ସିସିଟିଭି କ୍ୟାମେରା ଆଦି ଉପରେ ଭିତ୍ତିଭୂମି ସୀମା ଶୁଳ୍କ ବୃଦ୍ଧି। ଭାରତରେ ଏବେ ନିର୍ମିତ ହେବାକୁ ଥିବା କେତେକ ବୈଦ୍ୟୁତିକ ସରଞ୍ଜାମ ଉପରେ ସୀମା ଶୁଳ୍କରେ ରିହାତି ପ୍ରତ୍ୟାହାର। ପାମ ଷ୍ଟିରିନ, ବାସ୍ନା ତେଲ ଉପରେ ଅନ୍ତିମ ଉପଭୋଗ ଆଧାରିତ ରିହାତି ପ୍ରତ୍ୟାହୃତ। ବିଭିନ୍ନ ପ୍ରକାର କାଗଜ ଉପରେ ରିହାତି ପ୍ରତ୍ୟାହାର। ଆମଦାନୀ ପୁସ୍ତକ ଉପରେ ୫ ପ୍ରତିଶତ ଭିତ୍ତିଭୂମି ସୀମାଶୁଳ୍କ ଲାଗୁ। ନିମ୍ନଲିଖିତ କଂଚା ମାଲ ଉପରେ ସୀମା ଶୁଳ୍କ ହ୍ରାସ : କୃତ୍ରିମ କିଡନୀ ସରଞ୍ଜାମ, ଡିସପୋଜେବୁଲ ଷ୍ଟେରଲାଇଜଡ ଡାଇଲିସର ଏବଂ ପରମାଣୁ ବିଦ୍ୟୁତ ପ୍ଲାଂଟ ଆଦିର ପାଇଁ ଇନ୍ଧନ। ସ୍ୱତନ୍ତ୍ର ଦୈଦ୍ୟୁତିକ ସାମଗ୍ରୀର ନିର୍ମାଣ ଲାଗି ଆବଶ୍ୟକ ପୁଞ୍ଜିଗତ ସାମଗ୍ରୀ। ପ୍ରତିରକ୍ଷା। ଭାରତରେ ନିର୍ମାଣ ହେଉନଥିବା ପ୍ରତିରକ୍ଷା ସରଞ୍ଜାମ ଉପରେ ମୌଳିକ ସୀମା ଶୁଳ୍କରେ ରିହାତି। ପରୋକ୍ଷ ଟିକସର ଅନ୍ୟ ବ୍ୟବସ୍ଥା କଂଚା ଏବଂ ଅର୍ଦ୍ଧ-ପରିଷ୍କୃତ ଚମଡ଼ା ଉପରେ ରପ୍ତାନି ଟିକସକୁ ସୁସଂଗତ କରାଯିବ। ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପ୍ରତି ୧ ଟଙ୍କା ହାରରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଏବଂ ସଡ଼କ ଏବଂ ଭିତିଭୂମି ସେସ ବୃଦ୍ଧି। ସୁନା ଏବଂ ଅନ୍ୟ ବହୁମୂଲ୍ୟ ଧାତୁ ଉପରେ ସୀମା ଶୁଳ୍କ ବୃଦ୍ଧି। କେନ୍ଦ୍ରୀୟ ଉତ୍ପାଦ ଏବଂ ସେବା ଟିକସରେ ଜିଏସଟି ବ୍ୟବସ୍ଥା ଫଳରେ ପୂର୍ବରୁ ବିଳମ୍ୱିତ ମାମଲାଗୁଡ଼ିକର ଶୀଘ୍ର ସମାଧାନ ମାଧ୍ୟମରେ ଲିଗାସି ବିବାଦର ସମାଧାନ ଯୋଜନା। ଗ୍ରାମୀଣ ଭାରତ ଉଜ୍ଜ୍ୱଳା ଯୋଜନା ଏବଂ ସୌଭାଗ୍ୟ ଯୋଜନା ଜରିଆରେ ପ୍ରତ୍ୟେକ ଗ୍ରାମୀଣ ପରିବାର ଚଳଣିରେ ସୁଧାର ଆସିଛି ଏବଂ ଏହାଦ୍ୱାରା ଅନେକଙ୍କ ଜୀବନସ୍ତରରେ ବ୍ୟାପକ ସୁଧାର ହୋଇଛି। ସମସ୍ତ ଇଚ୍ଛୁକ ଗ୍ରାମୀଣ ପରିବାର ଲାଗି ୨୦୨୨ ସୁଦ୍ଧା ବିଦ୍ୟୁତ ଏବଂ ସ୍ୱଚ୍ଛ ରୋଷେଇ ଇନ୍ଧନ ସୁବିଧା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଉଦ୍ଦେଶ୍ୟ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଆବାସର ଲକ୍ଷ୍ୟ ହାସଲ କରିବା। ଏହାର ଦ୍ୱିତୀୟ ପର୍ଯ୍ୟାୟ (୨୦୧୯-୨୦ ଠାରୁ ୨୦୨୧-୨୨)ରେ ଯୋଗ୍ୟ ହିତାଧିକାରୀଙ୍କୁ ଶୌଚାଳୟ, ବିଦ୍ୟୁତ ଏବଂ ଏଲପିଜି ସଂଯୋଗ ଭଳି ସୁବିଧା ସହିତ ୧.୯୫ କୋଟି ଟଙ୍କାର ଘର ଦିଆଯିବ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ମାଧ୍ୟମରେ ମତ୍ସ୍ୟ ବିଭାଗ ଦ୍ୱାରା ଏକ ମତ୍ସ୍ୟପାଳ ପରିଚାଳନା ଭିତ୍ତିଭୂମି ପ୍ରତି। କରାଯିବ। ଭିତ୍ତିଭୂମି, ଆଧୁନିକୀକରଣ, ଚିହ୍ନଟ କରିବାର ଯୋଗ୍ୟତା, ଉପିାଦନ, ଉପିାଦକତା, ଫସଲ କାଟିବା ପରେ ପରିଚାଳନା ଏବଂ ଗୁଣବତା ନିୟନ୍ତ୍ରଣ ସହିତ ମୂଲ୍ୟ ଶୃଙ୍ଖଳାରେ ଅତ୍ୟଧିକ ବ୍ୟବଧାନର ସମାଧାନ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ବାସୋପଯୋଗୀ ବାସସ୍ଥଳୀକୁ ସଡ଼କ ଯୋଗାଯୋଗ ଦ୍ୱାରା ଯୋଡ଼ିବାର ଗତି ତ୍ୱରାନ୍ୱିତ କରିବା ଲାଗି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାର ଅବଧି ୨୦୨୨ ଠାରୁ କମାଇ ୨୦୧୯ କରି ଦିଆଯାଇଛି। ଫଳରେ ୯୭ ପ୍ରତିଶତ ବାସସ୍ଥଳୀକୁ ସମସ୍ତ ଋତୁ ପାଇଁ ଅନୁକୂଳ ସଡ଼କ ଯୋଗାଯୋଗ ଦ୍ୱାରା ଯୋଡ଼ି ଦିଆଯାଇଛି। ସବୁଜ ପ୍ରଯୁକ୍ତି, ବର୍ଜ୍ୟ ପ୍ଲାଷ୍ଟିକ ଏବଂ ଥଣ୍ଡା ମିଶ୍ରିତ ପ୍ରଯୁକ୍ତିର ବ୍ୟବହାର କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ୩୦,୦୦୦ କିମି ଲମ୍ୱ ସଡ଼କର ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ୮୦,୨୫୦ କୋଟି ଟଙ୍କାର ଆନୁମାନିକ ବ୍ୟୟରେ ପରିବର୍ତୀ ପାଂଚ ବର୍ଷରେ ୧,୨୫,୦୦୦ କିମି ଦୀର୍ଘ ସଡ଼କର ବିକାଶ କରାଯିବ। ପାରମ୍ପରିକ ଉଦ୍ୟୋଗ ବିକାଶ ଏବଂ ପୁନର୍ଜୀବନ ପାଣ୍ଠି ଯୋଜନା (ଏସଏଫୟୁଆରଟିଆଇ) ରୋଜଗାରର ଶସ୍ତା ଅବସର ସୃଷ୍ଟି କରିବା ଲାଗି ପାରମ୍ପରିକ ଉଦ୍ୟୋଗଗୁଡ଼ିକୁ ଆହୁରି ଅଧିକ ଉପିାଦକ, ଲାଭଦାୟକ ଏବଂ ସକ୍ଷମ କରିବା ଲାଗି କ୍ଲଷ୍ଟର ଆଧାରିତ ବିକାଶକୁ ସହଜ କରିବା ଉଦ୍ଦେଶ୍ୟରେ ସହଭାଗୀ ସୁବିଧା କେନ୍ଦ୍ର (ସିଏଫସି) ପ୍ରତିଷ୍ଠା କରାଯିବ। ୨୦୧୯-୨୦ରେ ବାଉଁଶ, ମହୁ, ଏବଂ ଖଦି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇ ୧୦୦ଟି ନୂଆ କ୍ଲଷ୍ଟର ପ୍ରତିଷ୍ଠା କରାଯିବ, ଯାହାଦ୍ୱାରା ୫୦ ହଜାର କାରିଗର ଆଥିର୍କ ମୂଲ୍ୟ ଶୃଙ୍ଖଳାରେ ସାମିଲ ହୋଇପାରିବେ। ନବୋନ୍ମେଷ, ଗ୍ରାମୀଣ ଉଦ୍ୟୋଗ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ଯୋଜନା (ଏଏସପିଆଇଆରଆଇ)କୁ ଚୁଡ଼ାନ୍ତ ରୂପ ପ୍ରଦାନ : ୨୦୧୯-୨୦ରେ ୮୦ଟି ଜୀବିକା ବ୍ୟବସାୟ ଇନକ୍ୟୁବେଟର (ଏଲବିଆଇ) ଏବଂ ୨୦ଟି ଔଦ୍ୟୋଗିକ ବ୍ୟବସାୟ ଇନକ୍ୟୁବେଟର (ଟିବିଆଇ) ପ୍ରତିଷ୍ଠା କରାଯିବ। କୃଷି-ଗ୍ରାମୀଣ ଉଦ୍ୟୋଗ କ୍ଷେତ୍ରରେ ୭୫,୦୦୦ ଉଦ୍ୟୋଗୀଙ୍କୁ ଦକ୍ଷତା ତାଲିମ ଦିଆଯିବ। ଜମିରେ ହିଁ କୃଷକମାନଙ୍କ ଉପିାଦର ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହନ ଦିଆଯିବ ଏବଂ ଏହି କାର୍ଯ୍ୟକଳାପରେ ନିୟୋଜିତ ଘରୋଇ ଉଦ୍ୟୋଗୀଙ୍କୁ ସହାୟତା ପ୍ରଦାନ କରାଯିବ। ପଶୁଙ୍କ ପାଇଁ ଖାଦ୍ୟ ଉତ୍ପାଦନ, ଦୁଗ୍ଧ କ୍ରୟ, ପ୍ରକ୍ରିୟାକରଣ ଏବଂ ବିପଣନ ଲାଗି ଭିତିଭୂମି ପ୍ରସ୍ତୁତ କରି ସମବାୟ ସଂସ୍ଥା ମାଧ୍ୟମରେ ଦୁଗ୍ଧ ଉପିାଦନକୁ ପ୍ରୋତ୍ସାହନ ଦିଆଯିବ। କୃଷକମାନଙ୍କ ଉନ୍ନତ ଆଥିର୍କ ସ୍ଥିତି ସୁନିଶ୍ଚିତ କରିବା ଲାଗି ୧୦ ହଜାର ନୂଆ କୃଷି ଉପିାଦକ ସଂଗଠନ ଗଠନ କରାଯିବ। ସରକାର ଇ-ନାମ ଜରିଆରେ କୃଷକମାନଙ୍କୁ ଲାଭାନ୍ୱିତ କରିବା ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରିବେ। ଜିରୋ ବଜେଟ ଫାର୍ମିଂରେ ବର୍ତମାନ କେତେକ ରାଜ୍ୟର କୃଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଭାରତରେ ଜଳ ସୁରକ୍ଷା ନୂତନ ଜଳ ଶକ୍ତି ମନ୍ତ୍ରଣାଳୟ ଏକ ସମନ୍ୱିତ ଏବଂ ସାମଗ୍ରୀକ ଭାବେ ଆମ ଜଳ ସମ୍ୱଳ ଏବଂ ଜଳ ଯୋଗାଣ ପରିଚାଳନା ପ୍ରତି ଧ୍ୟାନ ଦେବ। ଜଳ ଜୀବନ ମିଶନ ଅନ୍ତର୍ଗତ ୨୦୨୪ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାର ଲାଗି ‘ହର ଘର ଜଳ’ (ପାଇପ ଦ୍ୱାରା ଜଳଯୋଗାଣ)ର ଲକ୍ଷ୍ୟକୁ ପୂରଣ କରାଯିବ। ସ୍ଥାନୀୟ ସ୍ତରରେ ଜଳ ଚାହିଦା ଏବଂ ଯୋଗାଣ ଉପରେ ଆଧାରିତ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯିବ। ଏହାର ଲକ୍ଷ୍ୟ ପର୍ଯ୍ୟନ୍ତ ପହଁଚିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାକୁ ଏକ ସଙ୍ଗେ ମିଶ୍ରଣ କରାଯିବ। ଜଳଶକ୍ତି ଅଭିଯାନ ଲାଗି ୨୫୬ ଜିଲ୍ଲାରେ ୧୫୯୨ ବ୍ଲକ ଚିହ୍ନଟ କରାଯାଇଛି। ଏହି ଲକ୍ଷ୍ୟ ପାଇଁ ପାଣ୍ଠି ଯୋଗାଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ ପାଣ୍ଠି (କାମ୍ପା)ର ଉପଯୋଗ କରାଯାଇପାରିବ। ସ୍ୱଚ୍ଛ ଭାରତ ଅଭିଯାନ ୨୦୧୪ ଅକ୍ଟୋବର ୨ ତାରିଖ ଠାରୁ ୯.୬ କୋଟି ଶୌଚାଳୟ ନିର୍ମାଣ କରାଯାଇଛି। ୫.୬ ଲକ୍ଷରୁ ଅଧିକ ଗ୍ରାମ ଖୋଲା ଶୌଚମୁକ୍ତ (ଓଡିଏଫ) ଘୋଷିତ ହୋଇସାରିଛନ୍ତି। ପ୍ରତ୍ୟେକ ଗ୍ରାମରେ ଦୀର୍ଘସ୍ଥାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସ୍ୱଚ୍ଛ ଭାରତ ମିଶନର ସମ୍ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଦୁଇ କୋଟିରୁ ଅଧିକ ଗ୍ରାମବାସୀଙ୍କୁ ଡିଜିଟାଲ ସାକ୍ଷର କରାଯାଇଛି। ଗ୍ରାମୀଣ ଏବଂ ସହରାଂଚଳ ମଧ୍ୟରେ ତାରତମ୍ୟକୁ ଦୂର କରିବା ଲାଗି ଭାରତ ନେଟ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମ ପଂଚାୟତର ସ୍ଥାନୀୟ ପ୍ରଶାସନକୁ ଇଂଟରନେଟ ସଂଯୋଗ ଦିଆଯାଉଛି। ପିପିପି ବ୍ୟବସ୍ଥା ଅନ୍ତର୍ଗତ ବୈଶ୍ୱିକ ଦାୟିତ୍ୱ ପାଣ୍ଠିକୁ ଭାରତ ନେଟ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିନିଯୋଗ କରାଯାଉଛି। ସହରୀ ଭାରତ/ଅର୍ବାନ ଇଣ୍ଡିଆ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଂଚଳ (ପିଏମଏୱାଇ-ଅର୍ବାନ)। ପାଖାପାଖି ୮୧ ଲକ୍ଷ ଆବାସ ନିର୍ମାଣ ଲାଗି ୪.୮୩ ଲକ୍ଷ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ୪୭ ଲକ୍ଷ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ୨୬ ଲକ୍ଷରୁ ଅଧିକ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ଏବଂ ପାଖାପାଖି ୨୪ ଲକ୍ଷ ଘର ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇସାରିଛି। ନୂତନ ପ୍ରଯୁକ୍ତିର ଉପଯୋଗ କରି ବର୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ଗୃହ ନିର୍ମାଣ କରାଯାଇଛି। ୯୫ ପ୍ରତିଶତରୁ ଅଧିକ ସହରକୁ ମଧ୍ୟ ଖୋଲା ଶୌଚମୁକ୍ତ ଘୋଷଣା କରାଯାଇଛି। ପାଖାପାଖି ଏକ କୋଟି ନାଗରିକ ସ୍ୱଚ୍ଛତା ଆପ ଡାଉନଲୋଡ କରିଛନ୍ତି। ୨ ଅକ୍ଟୋବର ୨୦୧୯ ସୁଦ୍ଧା ଭାରତକୁ ଓଡିଏଫ କରିବା ଲାଗି ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ସଂକଳ୍ପ ହାସଲ ଲକ୍ଷ୍ୟ। ଏହି ଅବସରରେ ୨ ଅକ୍ଟୋବର ୨୦୧୯ରେ ଗାନ୍ଧୀ ଦର୍ଶନ, ରାଜଘାଟରେ ଜାତୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରାଯିବ। ଯୁବକମାନଙ୍କୁ ଏବଂ ସମାଜକୁ ସକାରାତ୍ମକ ଗାନ୍ଧୀବାଦୀ ବିଚାରଧାରା ପ୍ରତି ସମ୍ୱେଦନଶୀଳ କରିବା ଲାଗି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଦ୍ୱାରା ଗାନ୍ଧୀ ପିଡ଼ିଆର ବିକାଶ କରାଯିବ। ରେଳବାଇକୁ ଦିଲ୍ଲୀ-ମିରଟ ମାର୍ଗରେ ପ୍ରସ୍ତାବିତ ରାପିଡ ରିଜିଓନାଲ ଟ୍ରାନ୍ସଫୋର୍ଟ ସିଷ୍ଟମ (ଆରଆଟିଏସ) ଭଳି ଏସଟିଭି ନିର୍ମାଣ ମାଧ୍ୟମରେ ଉପ ସହରାଂଚଳ ରେଳବାଇ ଭାବେ ଅଧିକ ନିବେଶ ପାଇଁ ପ୍ରୋତ୍ସାହନ ଦିଆଯିବ। ନିମ୍ନ ପଦକ୍ଷେପ ଦ୍ୱାରା ମେଟ୍ରୋ ରେଳକୁ ପ୍ରୋତ୍ସାହନ- ଅଧିକରୁ ଅଧିକ ପଦକ୍ଷେପକୁ ପ୍ରୋତ୍ସାହିତ କରିବା। ମଞ୍ଜୁରି ପ୍ରାପ୍ତ କାର୍ଯ୍ୟକୁ ନିଶ୍ଚିତ ଭାବେ ପୂରଣ କରିବା। ଟ୍ରାଞ୍ଜିଟ କେନ୍ଦ୍ର ପାର୍ଶ୍ୱରେ ବ୍ୟବସାୟିକ ଗତିବିଧି ସୁନିଶ୍ଚିତ କରିବା ଲାଗି ସହାୟକ ଟ୍ରାଞ୍ଜିଟ ଜନିତ ବିକାଶ (ଟିଓଡି) ଯୁବକ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକ ସହିତ ନୂଆ ଜାତୀୟ ଶିକ୍ଷା ନୀତି ଅଣାଯିବ। ସ୍କୁଲ ଏବଂ ଉଚ୍ଚଶିକ୍ଷା ଉଭୟ କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ। ଉନ୍ନତ ଶାସନ ବ୍ୟବସ୍ଥା। ଗବେଷଣା ଏବଂ ନବୋନ୍ମେଷ ପ୍ରତି ଅଧିକ ଗୁରୁତ୍ୱ। ଜାତୀୟ ଗବେଷଣା ପ୍ରତି।ନ (ଏନଆରଏଫ) ରେ ପ୍ରସ୍ତାବ ଦିଆଯାଇଛି- ଦେଶରେ ଗବେଷଣାକୁ ପାଣ୍ଠି ଯୋଗାଣ, ସମନ୍ୱୟ ଏବଂ ପ୍ରୋତ୍ସାହନ। ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସ୍ୱାଧୀନ ଗବେଷଣା ଅନୁଦାନର ଉପଯୋଗ। ଦେଶରେ ସାମୂହିକ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା। ଅତିରିକ୍ତ ପାଣ୍ଠି ସହିତ ଏହାକୁ ପର୍ଯ୍ୟାପ୍ତ ରୂପେ ଆଗକୁ ବଢ଼ାଇବା। ୨୦୧୯-୨୦ ଆଥିର୍କ ବର୍ଷ ଲାଗି ‘ବିଶ୍ୱସ୍ତରୀୟ ସଂସ୍ଥାନ’ ପାଇଁ ୪୦୦ କୋଟି ଟଙ୍କା ଉପଲବ୍ଧ କରାଯାଇଛି, ଯାହା ଗତବର୍ଷର ସଂଶୋଧିତ ବ୍ୟୟବରାଦ ଠାରୁ ତିନି ଗୁଣା ଅଧିକ। ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭାରତର ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ପଢ଼ିବା ପାଇଁ ଆକୃଷ୍ଟ କରିବା। ଉଚ୍ଚ ଶିକ୍ଷାର ନିୟାମକ ପ୍ରଣାଳୀରେ ବ୍ୟାପକ ସୁଧାର ଆଣିବା ଅଧିକ ସ୍ୱାୟତତାକୁ ପ୍ରୋତ୍ସାହିତ କରିବା। ଉନ୍ନତ ଶୈକ୍ଷିକ ଫଳାଫଳ ପ୍ରତି ଦୃଷ୍ଟି ଦେବା। ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (ଏଚଇସିଏଲ) ପ୍ରତିଷ୍ଠା ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ। ଖେଲୋ ଇଣ୍ଡିଆ ଯୋଜନାର ସମସ୍ତ ଆବଶ୍ୟକ ଆଥିର୍କ ସହାୟତାକୁ ସମ୍ପ୍ରସାରଣ କରାଯିବ। ଖେଳକୁ ସବୁସ୍ତରରେ ଲୋକପ୍ରିୟ କରିବା ଲାଗି ଖେଲୋ ଇଣ୍ଡିଆ ଅନ୍ତର୍ଗତ ଖେଳାଳୀଙ୍କ ବିକାଶ ନିମନ୍ତେ ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ପ୍ରତିଷ୍ଠା। ଭାଷା ପ୍ରଶିକ୍ଷଣ, ଏଏଲ, ଏଲଓଟି, ବିଗ ଡାଟା, ଥ୍ରୀଡି ପ୍ରିଂଟିଂ, ଭଚୁର୍ଆଲ ରିଅଲିଟି ଏବଂ ରୋବୋଟିକ୍ସ ସମେତ ବୈଶ୍ୱିକ ମୂଲ୍ୟ ଦକ୍ଷତା ସେଟ ବିଷୟରେ ଯୁବପିଢ଼ିଙ୍କୁ ବିଦେଶରେ ନିଯୁକ୍ତି ଲାଗି ପ୍ରସ୍ତୁତ କରିବା ଲାଗି ଅଧିକ ଧ୍ୟାନ ଦିଆଯିବ। ପଞ୍ଜିକରଣକୁ ମାନକୀକୃତ ଏବଂ ସରଳ କରିବା ତଥା ରିଟର୍ଣ୍ଣ ଫାଇଲ କରିବା ଲାଗି ବିଭିନ୍ନ ଶ୍ରମ ଆଇନକୁ ସରଳ କରିବା ନିମନ୍ତେ ୪ଟି ଶ୍ରମ କୋଡ ସେଟ ପାଇଁ ପ୍ରସ୍ତାବ ଦିଆଯାଇଛି। ଦିଲ୍ଲୀ ଦୂରଦର୍ଶନର ଚ୍ୟାନେଲରେ ଷ୍ଟାର୍ଟଅପ୍ସ ପାଇଁ ଏବଂ ଷ୍ଟାର୍ଟଅପ୍ସ ଦ୍ୱାରା ସ୍ୱତନ୍ତ୍ର ଭାବେ ଏକ ଟେଲିଭିଜନ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି। ୨୦୨୦-୨୫ ଅବଧି ଲାଗି ଷ୍ଟାର୍ଟ ଅପ ଇଣ୍ଡିଆ ଯୋଜନା ଜାରି ରହିବ। ବ୍ୟାଙ୍କ ଚାହିଦା ଆଧାରିତ ବ୍ୟବସାୟ ଲାଗି ଆଥିର୍କ ସହାୟତା ଉପଲବ୍ଧ କରାଯିବ। ଜୀବନକୁ ସରଳ କରିବା ପାଖାପାଖି ୩୦ ଲକ୍ଷ ଶ୍ରମଜୀବୀ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧନ ଯୋଜନାରେ ସାମିଲ ହୋଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ଅସଂଗଠିତ ଏବଂ ଅନୌପଚାରିକ କ୍ଷେତ୍ର ଲାଗି ଶ୍ରମିକମାନଙ୍କୁ ୬୦ ବର୍ଷର ବୟସ ହେବା ପରେ ପେନସନ ଆକାରରେ ୩ ହଜାର ଟଙ୍କା ମାସିକ ଦେବାର ବ୍ୟବସ୍ଥା ରହିଛି। ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ପାଖାପାଖି ୩୫ କୋଟି ଏଲଇଡି ବଲ୍ବ ବଂଟାଯାଇଛି, ଯାହାଦ୍ୱାରା ବାର୍ଷିକ ଭାବେ ୧୮,୩୪୧ କୋଟି ଟଙ୍କା ସଂଚୟ ହୋଇପାରିଛି। ଏଲଇଡି ବଲବ ମିଶନ ପହଁଚର ଉପଯୋଗ କରି ସୋଲାର ଲ୍ପୋଭ ଏବଂ ବ୍ୟାଟେରୀ ଚାର୍ଜରକୁ ପ୍ରୋତ୍ସାହନ ଦେବା। ରେଳ ଷ୍ଟେସନଗୁଡ଼ିକର ଆଧୁନିକୀକରଣ ଲାଗି ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନାରୀ ତୁ ନାରାୟଣୀ/ମହିଳା ମହିଳା ନେତୃତ୍ୱ ପଦକ୍ଷେପ ଏବଂ ଆନ୍ଦୋଳନ ଲାଗି ମହିଳା କେନ୍ଦ୍ରିତ ନୀତି ନିର୍ମାଣର ଦୃଷ୍ଟିକୋଣରେ ପରିବର୍ତନ। ଲିଙ୍ଗଭେଦ ଦୂର କରିବା ଲାଗି ସରକାରୀ ଏବଂ ଘରୋଇ ଅଂଶୀଦାରଙ୍କ ସହିତ ଏକ ସମିତିର ପ୍ରସ୍ତାବ। ଏସଏଚଜି ସବୁ ଜିଲ୍ଲାରେ ମହିଳା ଏସଏଚଜି କଲ୍ୟାଣ କାର୍ଯ୍ୟକ୍ରମର ସମ୍ପ୍ରସାରଣ କରାଯିବାର ପ୍ରସ୍ତାବ ରହିଛି। ଜନଧନ ବ୍ୟାଙ୍କ ଆକାଉଂଟ ଥିବା ପ୍ରତ୍ୟେକ ପ୍ରାମାଣିକ ମହିଳା ଏସଏଚଜି ସଦସ୍ୟମାନଙ୍କୁ ୫ହଜାର ଟଙ୍କାର ଓଭର ଡ୍ରାଫ୍ଟର ଅନୁମତି। ଭାରତର ସଫ୍ଟ ପାୱାର ଭାରତୀୟ ପାସପୋର୍ଟ ରଖୁଥିବା ପ୍ରବାସୀ ଭାରତୀୟଙ୍କ ଲାଗି ଭାରତର ଆଗମନ ଉପରେ ୧୮୦ ଦିନର ପ୍ରତୀକ୍ଷା ଅବଧି ବିନା ଆଧାର କାର୍ଡ ଜାରି କରିବାର ପ୍ରସ୍ତାବ। ପାରମ୍ପରିକ ବ୍ୟବସାୟ ସହ ଜଡ଼ିତ ଭାରତୀୟ କାରୀଗରଙ୍କୁ ବୈଶ୍ୱିକ ବଜାର ସହ ଯୋଡ଼ିବା ଲାଗି ଆବଶ୍ୟକ ପେଟେଂଟ ଏବଂ ଭୌଗଳିକ ସଂକେତକ ଉପଲବ୍ଧ କରିବାର ପ୍ରସ୍ତାବ। ମାର୍ଚ୍ଚ, ୨୦୧୮ରେ ସରକାର ଆଫ୍ରିକାରେ ୧୮ଟି ନୂଆ ଦୂତାବାସ ଖୋଲିବା ପ୍ରସ୍ତାବକୁ ମଞ୍ଜୁର କରିଥିଲେ, ଏଥିମଧ୍ୟରୁ ୫ଟି ଖୋଲାଯାଇସାରିଛି ଏବଂ ଅନ୍ୟ ୪ଟି ଦୂତାବାସ ୨୦୧୯-୨୦ରେ ଖୋଲାଯିବ। ଭାରତ ବିକାଶ ସହଯୋଗ ଯୋଜନା (ଆଇଡିଇଏଏସ)କୁ ନୂଆ ରୂପ ଦେବାର ପ୍ରସ୍ତାବ। ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ମଡେଲ ରୂପରେ ଦେଶର ୧୭ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଉଛି। ଦେଶର ସମୃଦ୍ଧ ଜନଜାତୀୟ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଲାଗି ବର୍ତମାନର ଡିଜିଟାଲ ତଥ୍ୟ ସଂଗ୍ରହକୁ ଆହୁରି ଅଧିକ ସଶକ୍ତ କରାଯିବ। ବ୍ୟାଙ୍କ ଏବଂ ଆର୍ଥିକ କ୍ଷେତ୍ର ଗତ ଏକ ବର୍ଷ ମଧ୍ୟରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକରେ ଫସି ରହିଥିବା ଋଣରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ହୋଇଛି। ଗତ ୪ ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଅସୁଲ କରାଯାଇଛି। ୭ ବର୍ଷ ମଧ୍ୟରେ ବ୍ୟବସ୍ଥା କଭରେଜ ଅନୁପାତ ସର୍ବୋଚ୍ଚ ସ୍ତରରେ ରହିଛି। ଘରୋଇ ଋଣ ବୃଦ୍ଧି ହାର ୧୩.୮ ପ୍ରତିଶତରେ ପହଁଚିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଲାଗି କରାଯାଇଥିବା ଉପାୟ : ଋଣ କ୍ଷମତା ବୃଦ୍ଧି ଲାଗି ରାଷ୍ଟ୍ରାୟତ ବ୍ୟାଙ୍କକୁ ୭୦ ହଜାର କୋଟି ଟଙ୍କା ଉପଲବ୍ଧ କରାଇବାର ପ୍ରସ୍ତାବ। ଅନଲାଇନ ବ୍ୟକ୍ତିଗତ ଋଣ, ଘର ପର୍ଯ୍ୟନ୍ତ ବ୍ୟାଙ୍କ ସୁବିଧା ପହଁଚାଇବା ତଥା ଏକ ରାଷ୍ଟ୍ରାୟତ ବ୍ୟାଙ୍କର ଗ୍ରାହକଙ୍କ ଦ୍ୱାରା ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କର ବ୍ୟାଙ୍କିଙ୍ଗ ସେବାର ଲାଭ ହାସଲ କରିବା ଲାଗି ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଯୁକ୍ତି ଉପଯୋଗକୁ ପ୍ରୋତ୍ସାହନ ଦିଆଯିବ। ଆକାଂଉଟଧାରୀଙ୍କୁ ଅନ୍ୟ କାହା ଦ୍ୱାରା ତାଙ୍କ ଆକାଉଂଟରେ ଜମା କରାଯାଇଥିବା ଅର୍ଥରାଶି ଉପରେ ନିୟନ୍ତ୍ରଣ ଲାଗି ସଶକ୍ତ କରିବାର ଉପାୟ କରାଯିବ। ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ପରିଚାଳନାକୁ ସଶକ୍ତ କରିବା ଲାଗି ସୁଧାର। ଅଣବ୍ୟାଙ୍କିଙ୍କ ଆର୍ଥିକ କମ୍ପାନୀ ଅର୍ଥ ବିଧେୟକରେ ଅଣ-ବ୍ୟାଙ୍କିଙ୍ଗ କମ୍ପାନୀ ଉପରେ ରିଜର୍ଭ ବ୍ୟାଙ୍କର ନିୟାମକ ଅଧିକାରକୁ ସଶକ୍ତ କରିବାର ପ୍ରସ୍ତାବ। ଏନବିଏଫସିକୁ ପବ୍ଲିକ ଇସ୍ୟୁ ଜରିଆରେ ଅର୍ଥ ସଂଗ୍ରହ କରିବା ଲାଗି ଡିଆରଆର ସୃଷ୍ଟି କରିବାର ଆବଶ୍ୟକତାକୁ ସମାପ୍ତ କରି ଦିଆଯିବ। ସମସ୍ତ ଅଣ-ବ୍ୟାଙ୍କିଙ୍ଗ କମ୍ପାନୀକୁ ଟିଆରଇଡିଏସ ପ୍ଲାଟଫର୍ମରେ ସିଧା ଭାଗ ନେବା ଲାଗି ଅନୁମତି ଦିଆଯିବ। ଆବାସ ସଂକ୍ରାନ୍ତ ସମସ୍ତ ଆଥିର୍କ କ୍ଷେତ୍ରରେ ନିୟାମକ ଅଧିକାର, ଏନଏଚବି ଠାରୁ ଅଣାଯାଇ ଆରବିଆଇକୁ ଦେବାର ପ୍ରସ୍ତାବ ରହିଛି। ପରବର୍ତୀ ୫ ବର୍ଷରେ ଭିତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କାର ନିବେଶ ଲାଗି ଯୋଜନା ରହିଛି। ଏନପିଏସ ଟ୍ରଷ୍ଟକୁ ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଦ୍ୱାରା ପୃଥକ ରଖିବାର ପ୍ରୟାସ କରାଯିବ। ନେଟ ଓନଡ ଫଣ୍ଡର ଆବଶ୍ୟକତାକୁ ୫ହଜାର କୋଟିରୁ କମାଇ ୧ହଜାର କୋଟି ରଖିବାର ପ୍ରସ୍ତାବ ରହିଛି। ଦେଶରେ ଅନ୍ତର୍ଜାତୀୟ ବୀମା କାରବାରକୁ ସୁବିଧା ପ୍ରଦାନ କରିବାର ପ୍ରସ୍ତାବ। ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ରରେ ବିଦେଶୀ ବୀମା ସେବା ପ୍ରଦାନକାରୀଙ୍କ ଶାଖା ଖୋଲିବାର ବ୍ୟବସ୍ଥା। ଅଣ-ଆର୍ଥିକ ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୁଞ୍ଜି ପ୍ରତ୍ୟାହାର ଜରିଆରେ ୧,୦୫,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ସରକାର ଏଆର ଇଣ୍ଡିଆରେ ପୁଞ୍ଜି ପ୍ରତ୍ୟାହାର ରଣନୀତି ପୁଣିଥରେ ଆରମ୍ଭ କରିବେ ଏବଂ ଘରୋଇ କ୍ଷେତ୍ରଗୁଡ଼ିକର ରଣନୈତିକ ଭାଗୀଦାରୀ ଲାଗି ଆହୁରି ଅଧିକ ସିପିଇସିଗୁଡ଼ିକୁ ସୁଯୋଗ ଦେବେ। ସରକାର ପିଏସୟୁରେ ନିଜର ଅଂଶଧନ ୫୧ ପ୍ରତିଶତରେ ବଜାୟ ରଖିବାର ନୀତିରେ ଆବଶ୍ୟକତା କ୍ଷେତ୍ରରେ ସଂଶୋଧନ କରିବା ଲାଗି ବିଚାର କରିପାରନ୍ତି। ସରକାରଙ୍କ ଦ୍ୱାରା ୫୧ ପ୍ରତିଶତ ଭାଗୀଦାରୀ କମ କରିବା ମାମଲାରେ ସରକାରଙ୍କ ନିୟନ୍ତ୍ରଣ ଥିବା ସଂସ୍ଥାର ଭାଗୀଦାରୀକୁ ସାମିଲ କରାଯିବ। ନିବେଶ ଲାଗି ଅତିରିକ୍ତ ବ୍ୟବସ୍ଥା ସରକାରୀ ସିପିଏସଇରେ ନିଜ ଭାଗୀଦାରୀକୁ ପୁଣିଥରେ ଠିକ କରିବାର ପ୍ରସ୍ତୁତି। ବ୍ୟାଙ୍କ ନିଜ ଶେୟାରର ଅଧିକ ବିକ୍ରି ଜରିଆରେ ବଜାରରେ ନିଜ ପ୍ରଭାବ ବୃଦ୍ଧି କରିବା ଲାଗି ପ୍ରୟାସ କରୁଛନ୍ତି। ସରକାର, ଇକ୍ୟୁଟି ଲିଙ୍କଡ ସେଭିଂ ସ୍କିମ (ଇଏଏସଏସ) ଆଧାରରେ ଇଟିଏଫରେ ନିବେଶର ଏକ ବିକଳ୍ପ ପ୍ରଦାନ କରିବେ। ସମସ୍ତ ତାଲିକାଭୁକ୍ତ ରାଷ୍ଟ୍ରାୟତ ଉଦ୍ୟୋଗରେ ଜନସାଧାରଣଙ୍କ ୨୫ଞ୍ଝ ଭାଗୀଦାରୀର ମାନଦଣ୍ଡର ଅନୁପାଳନକୁ ସରକାର ସୁନିଶ୍ଚିତ କରିବେ। ସମସ୍ତ ପିଏସୟୁ କମ୍ପାନୀରେ ବିଦେଶୀ ଭାଗୀଦାରୀକୁ ଉଦୀୟମାନ ବଜାର ସୂଚକାଙ୍କ ଅନୁରୂପ ସର୍ବାଧିକ ମଞ୍ଜୁରିପ୍ରାପ୍ତ ସୀମା ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ବିଦେଶୀ ବଜାରରେ ବିଦେଶୀ ମୁଦ୍ରାରେ ନିଜ ମୋଟ ଋଣ କାର୍ଯ୍ୟକ୍ରମରେ ଏକ ଭାଗକୁ ସରକାର ବଢ଼ାଇବା ଆରମ୍ଭ କରିବେ। ଏହାଦ୍ୱାରା ଘରୋଇ ବଜାରରେ ସରକାରୀ ପ୍ରତିଭୂତିର ଚାହିଦା ଉପରେ ଅନୁକୂଳ ପ୍ରଭାବ ପଡ଼ିବ। ଲୋକମାନଙ୍କ ବ୍ୟବହାର ପାଇଁ ୧, ୨, ୫, ୧୦ ଓ ୨୦ ଟଙ୍କିଆ କଏନର ହେବ ପ୍ରଚଳନ। ଡିଜିଟାଲ ପଇଠ ବ୍ୟାଙ୍କ ଖାତାରୁ ଗୋଟିଏ ବର୍ଷରେ ଗୋଟିଏ କୋଟିରୁ ଅଧିକ ନଗଦ ଉଠାଣ ଉପରେ ୨ ପ୍ରତିଶତ ଟିଡିଏସ ଲାଗୁ ପ୍ରସ୍ତାବ ରହିଛି। ୫୦ କୋଟିରୁ ଅଧିକ ଟଙ୍କାର ବାର୍ଷିକ କାରବାର ଥିବା ବ୍ୟବସାୟିକ ପ୍ରତି।ନ ନିଜ ଗ୍ରାହକମାନଙ୍କୁ କମ ଖର୍ଚ୍ଚରେ ଡିଜିଟାଲ ପଇଠର ସୁବିଧା ପ୍ରଦାନ କରିବେ ଏବଂ ଏହା ବିନା ଶୁËରେ ଉପଲବ୍ଧ ହେବ। ଏଥିପାଇଁ ବ୍ୟବସାୟୀ କିମ୍ୱା ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ଖର୍ଚ୍ଚ ଲାଗୁ ହେବ ନାହିଁ। ଉଦୀୟମାନ ଏବଂ ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ବୃହତ ନିବେଶ : ସେମି କଣ୍ଡକ୍ଟର, ସୌର ଶକ୍ତି ବ୍ୟାଟେରୀ, ଲିଥିୟମ ଲ୍ପୋରେଜ ବ୍ୟାଟେରୀ, କମ୍ପ୍ୟୁଟର ସର୍ଭର ଏବଂ ଲାପଟପ ଆଦି ଭଳି ଉଦୀୟମାନ ଏବଂ ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ବୃହତ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ପ୍ଲାଂଟ ପ୍ରତିଷ୍ଠା ଲାଗି ଆକୃଷ୍ଟ କରାଯିବ। ଏପରି କମ୍ପାନୀଗୁଡ଼ିକୁ ଆୟକର ରିହାତି ଏବଂ ଅନ୍ୟ ପରୋକ୍ଷ ଟିକସର ଲାଭ ପ୍ରଦାନ କରାଯିବ। ୨୦୧୪-୧୯ ରେ ଉପଲବ୍ଧୀ : ଗତ ପାଂଚ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ଟ୍ରିଲିୟନ ଡଲାର ଅର୍ଥରାଶି ଯୋଡ଼ି ହୋଇଛି। ଭାରତ ବିଶ୍ୱର ଷଷ୍ଠ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇସାରିଛି। ପାଂଚ ବର୍ଷ ପୂର୍ବରୁ ଦେଶ ଏକାଦଶ ସ୍ଥାନରେ ଥିଲା। କ୍ରୟ ଶକ୍ତିର ସମାନତା ଦୃଷ୍ଟିରୁ ଭାରତ ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା। ୨୦୧୪-୧୯ରେ ରାଜକୋଷୀୟ ଅନୁଶାସନକୁ ସୁଦୃଢ଼ କରାଯାଇଛି ଏବଂ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗତିଶୀଳ କରାଯାଇଛି। ପରୋକ୍ଷ ଟିକସ, ଦେବାଳିଆ ମାମଲା ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ଢାଂଚାଗତ ସୁଧାର କରାଯିବ। ୨୦୦୯-୧୪ ତୁଳନାରେ ୨୦୧୪-୧୯ ମଧ୍ୟରେ ଖାଦ୍ୟ ସୁରକ୍ଷା ଉପରେ ପ୍ରତିବର୍ଷ ଦୁଇଗୁଣା ଖର୍ଚ୍ଚ କରାଯାଇଛି। ୨୦୧୪ ତୁଳନାରେ ୨୦୧୭-୧୮ରେ ତିନିଗୁଣାରୁ ଅଧିକ ପେଟେଂଟ ଜାରି କରାଯାଇଛି। ନୀତି ଆୟୋଗଙ୍କ ଯୋଜନା ଏବଂ ସମର୍ଥନ ଫଳରେ ନୂତନ ଭାରତର ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ଭବିଷ୍ୟତର ଲକ୍ଷ୍ୟ : ପ୍ରକ୍ରିୟାକୁ ସରଳ କରିବା । ପ୍ରଦର୍ଶନକୁ ପ୍ରୋତ୍ସାହନ। ନାଲି ଫିତା ଶାସନକୁ କମାଇବା। ପ୍ରଯୁକ୍ତିର ଉନ୍ନତ ଉପଯୋଗ କରିବା। ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ଓ ସେବାକୁ ତ୍ୱରାନ୍ୱିତ କରିବା।

Share :