ଦିଲ୍ଲୀ ରଥଯାତ୍ରାରେ ଛେରା ପହଁରା କଲେ ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ ରଥଯାତ୍ରାରେ ଛେରା ପହଁରା କଲେ ଧର୍ମେନ୍ଦ୍ର ପ୍ରଧାନ

Share :

ରଥଯାତ୍ରା ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଅସ୍ମିତାକୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପରିପ୍ରକାଶ କରୁଥିବା ଏହି ଲକ୍ଷାଧିକ ଜନସମାବେଶ ଦିଲ୍ଲୀରେ ଓଡ଼ିଆ ଲୋକଙ୍କ ପରିଚୟ ତିଆରି କରୁଛି ବୋଲି ପବିତ୍ର ରଥଯାତ୍ରା ଅବସରରେ ଦିଲ୍ଲୀର ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଛେରା ପହଁରା କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ସମ୍ୱୋଧନ କରି କହିଛନ୍ତି ଯେ ବିଶ୍ୱର କୋଣ ଅନୁକୋଣର ଜଗନ୍ନାଥପ୍ରେମୀ ଭାଇ ଭଉଣୀମାନେ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ କରୁଛନ୍ତି। ଭାରତବର୍ଷର ବିଭିନ୍ନ ସହର ଓ ପୃଥିବୀର ବିଭିନ୍ନ ଦେଶରେ ଗୁଣ୍ଡିଚା ଲଗ୍ନରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆରମ୍ଭ ହୋଇଯାଇଛି। ଏହା କହିବା ସହ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଏହି ମହାପର୍ବରେ ସାମିଲ ହୋଇଥିବା ସମସ୍ତ ଭକ୍ତଗଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧୩୦ କୋଟି ଭାରତୀୟ ଏବଂ ସାଢେ ୪ କୋଟି ଓଡ଼ିଆ ଭାଷାଭାଷୀ ଲୋକଙ୍କ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ କୃପା ନିରନ୍ତର ଜାରି ରହିବା ନେଇ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି। ଏହି ଅବସରରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ସାମିଲ ଥିଲେ।

Share :